• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ବିଜେଡିରେ ଅଛନ୍ତି ବିଭୀଷଣ । ଯିଏ ଦଳକୁ ଭାଙ୍ଗିବାକୁ ଉଦ୍ୟମ କରୁଛନ୍ତି । ଏଭଳି ଚାଞ୍ଚଲ୍ୟକର ତଥା ସାଂଘାତିକ କଥା କହିଛନ୍ତି ବିଜେଡି କର୍ପୋରେଟର ଅମରେଶ ଜେନା । ବିଜେଡିର ବରିଷ୍ଠ ବିଧାୟକ ପ୍ରତାପ ଦେବଙ୍କ ବାସଭବନରେ ବୈଠକରେ ଯୋଗ ଦେଇ ଫେରିବା ପରେ ଏମିତି କଥା କହିଛନ୍ତି ।

ବିଜେଡି କର୍ପୋରେଟର ଅମରେଶ ଜେନା କହିଛନ୍ତି, କିଛି ଲୋକ ଆମ ଭିତରେ ବିଭାଜନ ଉଦ୍ୟମ କରୁଛନ୍ତି । କିନ୍ତୁ ଆମେ ଏକଜୁଟ ଅଛୁ। ଏନେଇ ଦଳ ସଭାପତିଙ୍କୁ ଅବଗତ କରାଯାଇଛି । ଦଳରେ ବିଭୀଷଣ ନିଶ୍ଚିତ ଭାବରେ ଅଛନ୍ତି । ସେମାନଙ୍କୁ ଉଚିତ ଜବାବ ଦିଆଯାଇଛି । ତାଗିଦ କରାଯାଇଛି । ଆଗକୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅମରେଶ ଜେନା । ତାଙ୍କ ମନ୍ତବ୍ୟ ପରେ ଏବେ ବିଜେଡିରେ କିଏ ବିଭୀଷଣ, ସେନେଇ ଚର୍ଚ୍ଚା ବଢ଼ିଛି।

ଅଧିକ ପଢ଼ନ୍ତୁ: ବିଜେଡି ପରାଜୟ ପରେ ମୁହଁ ଖୋଲିଲେ ପ୍ରଭାତ ବିଶ୍ୱାଳ; କହିଲେ, ‘ଭୁଲ୍‌ ବୁଝାମଣାରୁ ହାରିଲା ଦଳ’

ସୂଚନା ଅନୁସାରେ ଆଜି ବିଜେଡି ବିଧାୟକ ପ୍ରତାପ ଦେବଙ୍କ ବାସଭବନରେ ବିଜେଡି ନେତାଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, ପ୍ରମିଳା ମଲ୍ଲିକ ପ୍ରମୁଖ ଉପସ୍ଥିତ ଅଛନ୍ତି । ସେହିପରି ବିଧାୟକ ସୁଶାନ୍ତ ରାଉତଙ୍କ ସହ କିଛି କର୍ପୋରେଟର ମଧ୍ୟ ଉପସ୍ଥିତ ଥିଲେ। ବିଜେଡିରେ ଅନ୍ତଃକନ୍ଦଳ ବଢୁଥିବା ବେଳେ ବୈଠକକୁ ନେଇ ଚର୍ଚ୍ଚା ବଢିଛି ।

ସୂଚନା ଅନୁସାରେ, ସତ୍ତା ବଦଳିବା ପରେ ରାଜଧାନୀ ବିଜେଡି କଳି ତେଜିଛି । ଜଣକ ପରେ ଜଣେ ଅସନ୍ତୁଷ୍ଟ କର୍ପୋରେଟର ଏବେ କାଳେ ବିଜେପି ମୁହାଁ । ଖୋଦ୍ ବିଜେଡି କର୍ପୋରେଟର ଅମରେଶ ଜେନା ଏଭଳି ସାଂଘାତିକ ବୟାନ ଦେବାପରେ ଘନେଇଛି ବିଜେଡି ଗୋଷ୍ଠୀ କନ୍ଦଳ ।

ବିବାଦ ଆରମ୍ଭ ହୋଇଛି ଏକାମ୍ର ନିର୍ବାଚନ ମଣ୍ଡଳୀରୁ । ତିନି ତିନଥରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ଏଥର ନିର୍ବାଚନରେ ପରାଜିତ ହୋଇଥିବାରୁ ସେ ଏବେ ବିଜେଡିର ବିଦ୍ରୋହୀ କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ନାରାୟଣ ମହାସୁପକାରଙ୍କ ବିରୋଧରେ ଅନ୍ୟ କର୍ପୋରେଟରଙ୍କୁ ଏକାଠି କରୁଛନ୍ତି । ନିଜ ଘରେ କିଛି ବିଜେଡି କର୍ପୋରେଟରଙ୍କ ବୈଠକ କରି ଦବଦବା ଜାହିର କରିବାକୁ ଚେଷ୍ଟା କରୁଛନ୍ତି । ଖାଲି ସେତିକି ନୁହେଁ ବେଲପତ୍ର ଛୁଆଁଇ ଶପଥ କରାଉଥିବା କଥାକୁ ବି ସାମ୍ନାକୁ ଆଣିଛନ୍ତି ଅମରେଶ । ବିଜେଡି କର୍ପୋରେଟରଙ୍କୁ ବିଭାଜିତ କରି ନିଜ ଗୁରୁତ୍ୱ ବଢାଇବାକୁ ଏଭଳି କରୁଛନ୍ତି ବୋଲି ଅମେରଶ ଅଭିଯୋଗ ଆଣିଛନ୍ତି ।

ଅଧିକ ପଢ଼ନ୍ତୁ: ଭୁବନେଶ୍ବର BJD ରେ ଫାଟ ! 'ଦଳବଦଳ କରିପାରନ୍ତି କର୍ପୋରେଟର'

ଆଉ ଏଥିରେ ଅଶୋକଙ୍କୁ କୁଆଡେ ଭୁବନେଶ୍ୱର-ମଧ୍ୟ ନିର୍ବାଚନ ମଣ୍ଡଳୀ ବିଧାୟକ ଅନନ୍ତ ନାରାୟଣ ଜେନା ସହଯୋଗ କରୁଛନ୍ତି । ଅମରେଶଙ୍କ ଅଭିଯୋଗ ନେଇ ଅଶୋକ ପଣ୍ଡା ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିବା ବେଳେ ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ବିଧାୟକ ଅନନ୍ତ ନାରାୟଣ ଜେନା ।

ବର୍ତ୍ତମାନ ନିର୍ବାଚନ ପରେ ବି ଅସନ୍ତୋଷ ପ୍ରବଳ । କିଛି ଦିନ ତଳେ ବିଏମସି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ନିର୍ବାଚନରେ ଆମନା ସାମ୍ନା ହୋଇଥିଲେ ବିଜେଡି କର୍ପୋରେଟର । ସେହିପରି କର୍ପୋରେସନ ବୈଠକରେ ବି ଗୋଷ୍ଠୀ କନ୍ଦଳ ତୀବ୍ର ବାରି ହେଉଛି । ରାଜଧାନୀରେ ବିଜେଡି କଳି ଯଦି ଏତେ ତୀବ୍ର, ତାହାଲେ ପରାଜୟ ପରେ ରାଜ୍ୟବ୍ୟାପୀ ଦଳର ସ୍ଥିତି କଣ ଥିବ ସହଜରେ ଅନୁମାନ କରାଯାଇପାରେ ।

OTV is now on Whatsapp

Join and get latest news update delivered to you via whatsapp

Join Now