Advertisment

‘ରତ୍ନଭଣ୍ଡାର ଖୋଲିବା ନିଶ୍ଚିତ, ଆଜି କାଲି ଭିତରେ ନିଷ୍ପତ୍ତି’

ଆସନ୍ତା ୫ ତାରିଖରେ ବସିପାରେ ରତ୍ନଭଣ୍ଡାର ତଦାରଖ କମିଟି ବୈଠକ। ଅଳଙ୍କାର ଗଣତି ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ଅରିଜିତ୍ ପଶାୟତ ତା ପୂର୍ବଦିନ ଅର୍ଥାତ୍ ଜୁଲାଇ ୪ ତାରିଖରେ ଓଡିଶା ଆସିବା କାର୍ଯ୍ୟକ୍ରମ ରହିଛି। ସେ ପୁରୀରେ ୨୭ ତାରିଖ ଯାଏ ରହିବେ।

author-image
Manoranjan Behera
ଅଦ୍ୟତନ ହୋଇଛି
Srimandir's Ratna Bhandar to open soon: Prithviraj Harichandan

Prithviraj Harichandan

ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନିଶ୍ଚିତ। ନିଷ୍ପତ୍ତି ସରିଛି। ଆଜି କିମ୍ବା କାଲି ଭିତରେ ଆସିପାରେ ରତ୍ନଭଣ୍ଡାର ନିଷ୍ପତ୍ତି। ଏନେଇ ସୂଚନା ଦେଇଛନ୍ତି ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ରତ୍ନଭଣ୍ଡାର ଖୋଲିବା ଉପରେ ସର୍ବୋଚ୍ଚ ସ୍ତରରେ ସରକାର ସବୁ ପ୍ରକାର ଆଲୋଚନା କରିସାରିଛନ୍ତି। ବୈଠକ ପରେ ତାରିଖ ଘୋଷଣା କରିବେ ସରକାର। ଖୁବଶୀଘ୍ର ମୋଡାଲିଟି ପ୍ରସ୍ତୁତ ହେବ। କିନ୍ତୁ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ରତ୍ନଭଣ୍ଡାର ଖୋଲିବା ନେଇ ଯେଉଁ ତାରିଖ ଚାଲିଛି ତାହା ଗୁଜବ। ଏଥିରେ ବିଶ୍ୱାସ ନକରିବାକୁ କହିଛନ୍ତି ଆଇନ ମନ୍ତ୍ରୀ।

Advertisment

ଅଧିକ ପଢ଼ନ୍ତୁ: ଶୋଇଛି ଶୀତଳ ଭଣ୍ଡାର; ଅମଳ ବେଳେ ଅଭାବକୁ ନେଇ ଚିନ୍ତାରେ ଚାଷୀ...

ସେପଟେ ଆସନ୍ତା ୫ ତାରିଖରେ ବସିପାରେ ରତ୍ନଭଣ୍ଡାର ତଦାରଖ କମିଟି ବୈଠକ। ଅଳଙ୍କାର ଗଣତି ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ଅରିଜିତ୍ ପଶାୟତ ତା ପୂର୍ବଦିନ ଅର୍ଥାତ୍ ଜୁଲାଇ ୪ ତାରିଖରେ ଓଡିଶା ଆସିବା କାର୍ଯ୍ୟକ୍ରମ ରହିଛି। ସେ ପୁରୀରେ ୨୭ ତାରିଖ ଯାଏ ରହିବେ। ତେବେ ଗତ ୬ ବର୍ଷ ଧରି ଚାବି ହଜି ଯାଇଥିବା ବାହାନା ଦେଖାଇ ବିଜେଡି ସରକାର ରତ୍ନ ଭଣ୍ଡାର ଚାବି ଖୋଲୁ ନ ଥିବା ବେଳେ ବିଜେପି ସରକାର ଅମଳରେ ଏପରି ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ି ନ ପାରେ ବୋଲି କହିଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଚାବି ନ ଖୋଲିଲେ ବିକଳ୍ପ ବ୍ୟବସ୍ଥା ସହ କମିଟି ରତ୍ନ ଭଣ୍ଡାର ଖୋଲିବାକୁ ଯିବ ବୋଲି ବିଶ୍ୱାସ ରହିଛି ବୋଲି ସେ କହିଛନ୍ତି।

କେବେ ଖୋଲା ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ନୂଆ ସରକାର ଆସିବା ପରଠୁ ଏଦିଗରେ ଆଶା ବଢ଼ିଥିଲେ ବି କେବେ ମରାମତି ହେବ, କେବେ ଅଳଙ୍କାରର ଗଣତି-ମଣତି ହେବ ତାକୁ ନେଇ ଚର୍ଚ୍ଚା ଥମୁନି। ଓଟିଭିକୁ ଏକ୍ସକ୍ଲୁସିଭ୍ ଇଣ୍ଟରଭ୍ୟୁ ଦେଇ ଗଜପତି ମହାରାଜ କହିଥିଲେ, ଏ ବାବଦରେ ଅଗଷ୍ଟ ୨୦୨୩ରୁ ସରକାରଙ୍କୁ ପ୍ରସ୍ତାବ ଦେଇସାରିଛି ପରିଚାଳନା କମିଟି। ଜଷ୍ଟିସ୍ ପଶାୟତ କମିଟି ଏହାର ପ୍ରକ୍ରିୟା ସ୍ଥିର କଲେ ରତ୍ନଭଣ୍ଡାର ଖୋଲିବା ନେଇ ନିଷ୍ପତ୍ତି ନେବେ ସରକାର।

Advertisment

ଅଧିକ ପଢ଼ନ୍ତୁ: ବଦଳିବ ‘ମୋ ବସ୍‌’ର ନାଁ ! ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ନିଆଯିବ ନିଷ୍ପତ୍ତି

ଏବେ କେଉଁ ଅବସ୍ଥାରେ ଅଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ? କାରଣ ପୂର୍ବ ସରକାର ଅମଳରେ ଶେଷଥର ପାଇଁ ୨୦୧୮ ଏପ୍ରିଲ୍ ୪ ତାରିଖରେ ଭିତର ରତ୍ନଭଣ୍ଡାର ଖୋଲାଯିବାର ନିଷ୍ଫଳ ଉଦ୍ୟମ ସମୟରେ ୧୭ ଜଣିଆ ପ୍ରାଧିକୃତ ଟିମ୍ ନଜରରେ ଯାହା ଆସିଥିଲା ତାହା ଥିଲା ଅତି ଉଦବେଗ ସୃଷ୍ଟିକାରୀ। କାରଣ ସେ ସମୟର ରିପୋର୍ଟରେ ଦର୍ଶାଯାଇଥିଲା ଯେ ଭିତର ତ ଭିତର ବାହାର ଭଣ୍ଡାରଘର ଅବସ୍ଥା ବି ଭଲ ନଥିଲା। ପ୍ରବେଶ ଦ୍ୱାରର ଦ୍ୱାରବନ୍ଧ ଉପରେ ଥିବା ୫ଟି ଲୁହା ବିମରୁ ୨ଟି ବିମ୍ ଖସିପଡ଼ିଥିଲା। ବାକି ୩ଟି ବିମ୍ ମଧ୍ୟ ଭଲ ଅବସ୍ଥାରେ ନଥିଲା।

ଫାଟ ଏତେ ବଡ଼ ଥିଲା ଯେ ଜଗମୋହନ ମରାମତି ସମୟରେ ଗ୍ରାଉଟିଂ କରାଯାଇଥିବା ପଦାର୍ଥ ଭଣ୍ଡାର ଘର କାନ୍ଥ ଫାଟ ଦେଇ ବାହାରକୁ ବାହାରିଥିବା ଦେଖାଯାଇଥିଲା। କେବଳ ସେତିକି ନୁହେଁ, ବାହାର ଭଣ୍ଡାରରୁ ଭିତର ଭଣ୍ଡାରର ଗ୍ରୀଲ ଦ୍ବାରବାଟେ ଟର୍ଚ୍ଚ ଲାଇଟରୁ ବି ଭିତର ଭଣ୍ଡାର କାନ୍ଥର ପ୍ଲାଷ୍ଟରରେ ଜଳ ଜଳ ଫାଟ ଦିଶୁଥିଲା। କୋରୱେଭର କେତେକ ସ୍ଥାନ ଦୁର୍ବଳ ଥିବା ଜଣାପଡୁଥିଲା। ଛାତରୁ କିଛି ପଥର ଖଣ୍ଡ ଖସି ଚଟାଣରେ ପଡ଼ିଥିବାର ଦେଖାଯାଉଥିଲା।

Srimandir Lord Jagannath Ratna Bhandar Prithviraj Harichandan
Advertisment
Advertisment