ଓଟିଭିରେ ପଞ୍ଚାୟତ ରାୟ ଡିବେଟ ଚାଲିଥିବା ବେଳେ ରାଜ୍ୟର ଜଣେ ବରିଷ୍ଠ ନେତା ତଥା ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ।
ଦିନ ମଜୁରିଆ ଭାବେ ଖଟି ପେଟ ପୋଷୁଥିବା ଦୀନବନ୍ଧୁଙ୍କୁ ମିଳିଗଲା ନୂଆ ପରିଚୟ। ସେ ଏବେ ଗାଙ୍ଗଦହଣୀ ପଞ୍ଚାୟତ ସରପଞ୍ଚ।
ପଞ୍ଚାୟତ ନିର୍ବାଚନରେ ୩ ଦିନର ଗଣତି ପରେ ବୃହତ ବିଜୟ ଅଭିମୁଖେ ବିଜୁ ଜନତା ଦଳ । ପଞ୍ଚାୟତ ନିର୍ବାଚନରେ ଧରାଶାୟୀ ହୋଇପଡ଼ିଛି ବିଜେପି ଓ କଂଗ୍ରେସ ।
ବାପା ଥିଲେ ବିଜୁବାବୁଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ । ଝିଅ ଅଞ୍ଜଳି ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଥିଲେ ମନ୍ତ୍ରୀ । ହେଲେ ଏବେ ଜିତି ପାରିଲେନି ପଞ୍ଚାୟତ ନିର୍ବାଚନ ।
ବହୁ ଚର୍ଚ୍ଚିତ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ନୃତାଙ୍ଗ ଡବଲ ମର୍ଡର ଘଟଣାରେ ମୃତ କୁଳମଣି ବରାଳଙ୍କ ପୁଅ ରମାକାନ୍ତ ବରାଳ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି।
ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ୍-କ ଜୋନ୍ରେ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କୁ ପଛରେ ପକାଇ ବାଜି ମାରି ନେଇଛନ୍ତି କଂଗ୍ରେସ ପ୍ରାର୍ଥୀ। କଂଗ୍ରେସ ଟିକେଟ୍ରେ ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚନ ଲଢ଼ିଥିବା ପରିବା ବ୍ୟବସାୟୀ ଟି. ଶ୍ରୀଧର ବିଜୟୀ ହୋଇଛନ୍ତି।
ଗୋଟିଏପଟେ ଭୋଟ୍ ଗଣତି ଚାଲି ଥିବାବେଳେ ଅନ୍ୟପଟେ ହିଂସା ଘଟଣା ଘଟିଥିବା ସାମ୍ନାକୁ ଆସିଛି। ଜଣେ ପୂର୍ବତନ ସରପଞ୍ଚଙ୍କ କାର୍କୁ ଦୁର୍ବୃତ୍ତମାନେ ଜାଳି ଦେଇଥିବା ଅଭିଯୋଗ ହୋଇଛି।
ପୌର ନିର୍ବାଚନ ପାଇଁ ଆଜି ରାଜ୍ୟ ନିର୍ବାଚନ କମିଶନ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରିଛନ୍ତି। ମାର୍ଚ୍ଚ ୨ ତାରିଖରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ୭ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ।
ଗତ ଦୁଇ ଦିନର ଗଣତି ପରେ ବୃହତ ବିଜୟ ଅଭିମୁଖେ ବିଜେଡି ଥିବାବେଳେ ଧରାଶାୟୀ ହୋଇପଡ଼ିଛନ୍ତି ବିଜେପି ଓ କଂଗ୍ରେସ। ବର୍ତ୍ତମାନ ସୁଦ୍ଧା ହୋଇଥିବା ଗଣତିରେ ବିଜେଡି ବିରୋଧୀ କଂଗ୍ରେସ ଓ ବିଜେପିଠୁ ବହୁ ଆଗରେ ରହିଛି।
ଆଜି ପଞ୍ଚାୟତ ଭୋଟ୍ ଗଣତିର ତୃତୀୟ ଦିନ। ଗତ ଦୁଇ ଦିନର ଗଣତି ପରେ ଏବେ ବୃହତ ବିଜୟ ଅଭିମୁଖେ ବିଜୁ ଜନତା ଦଳ । ପଞ୍ଚାୟତ ନିର୍ବାଚନରେ ଧରାଶାୟୀ ହୋଇପଡ଼ିଛି ବିଜେପି ଓ କଂଗ୍ରେସ ।
ଆଜି ଦ୍ୱିତୀୟ ଦିନ ଗଣତିରେ ବି ୬ରୁ ଅଧିକ ସ୍ଥାନରେ ହାତ ଚିହ୍ନରେ ଲଢିଥିବା ପ୍ରାର୍ଥୀ ଆଗୁଆ ରହିଛନ୍ତି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ହାତଦଳର ବହୁ ଟାଣୁଆ ଆଦିବାସୀ ନେତାଙ୍କୁ ବିଜେଡି ନିଜ କ୍ୟାମ୍ପକୁ ନେଇଥିଲେ ବି କାହିଁକି କଂଗ୍ରେସକୁ ଆସ୍ଥା କଲେ ଭୋଟର ତାକୁ ନେଇ ଚାଲିଛି ଚର୍ଚ୍ଚା ।
ପଞ୍ଚାୟତ ନିର୍ବାଚନରେ ବିଜେଡିର ବଡ଼ ବିଜୟ । ତେବେ ଏଭଳି ଅପ୍ରତ୍ୟାଶିତ ବିଜୟ ପଛରେ କାରଣ କଣ? କେଉଁ କେଉଁ ଫ୍ୟାର ବିଜେଡିକୁ ସୁହାଲଲା?
ସାରା ଓଡ଼ିଶାରେ ବିଜେଡି ସପକ୍ଷରେ ବିଜୟର ଏକ ପ୍ରକାର ସୁନାମି ଚାଲିଥିବା ଦେଖିବାକୁ ମିଳିଛି। ଗୋଟିଏପଟେ ବିରୋଧୀ ଦଳ ସଙ୍କୁଚିତ ହେଉଥିବା ବେଳେ ଅନ୍ୟପଟେ ଶାସକ ଦଳ ନିଜର ଗାଦି ମଜବୁତ୍ କରିବାରେ ଲାଗିଛି।
ଆଜି ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ଦିନରେ ୩୦୬ ଜୋନ୍ରେ ଗଣତି ଚାଲିଛି। ପ୍ରଥମ ଦିନ ଗଣତିରେ ବିଜେଡି ଏକ ପ୍ରକାର ବାଜିମାତ୍ କରି ନେଇଥିବା ଜଣାପଡ଼ିଛି। ଦ୍ୱିତୀୟ ସ୍ଥାନରେ ରହିବା ପାଇଁ ବିଜେପି ଓ କଂଗ୍ରେସ ମଧ୍ୟରେ ଲଢ଼େଇ ଚାଲିଥିବା ଦେଖିବାକୁ ମିଳିଛି।
ସରପଞ୍ଚ ପ୍ରାର୍ଥୀଙ୍କ ବିଜୟରେ ଖୁସିରେ ତଳେ ଗଡ଼ିଲେ ସମର୍ଥକ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଭଣ୍ଡାର ପଞ୍ଚାୟତର ରଶ୍ମିତା ବାଗ ଭୋଟରେ ବିଜୟୀ ହୋଇଥିବାରୁ ତାଙ୍କ ସମର୍ଥକ ଭୁଇରେ ଗୁରୁଣ୍ଡି ଗୁରୁଣ୍ଡି ବୋବାଲ ମଚାଇଛନ୍ତି । ଯାହାର ଭିଡ଼ିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।
ଏଥର ପଞ୍ଚାୟତ ନିର୍ବାଚନର ଟ୍ରେଣ୍ଡ୍କୁ ନେଇ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ଭୋଟ୍ ପାଇଁ ନବୀନ ସରକାର ଜନସାଧାରଣଙ୍କୁ ଟଙ୍କା ଦେଇଛନ୍ତି।
୫ଟି ପର୍ଯ୍ୟାୟରେ ହୋଇଥିବା ପଞ୍ଚାୟତ ନିର୍ବାଚନର ଆଜିଠାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡ୍ରେ ବିଜେଡି ଆଗୁଆ ଥିବା ଜଣାପଡ଼ିଛି। ୨୦୧୭ ପଞ୍ଚାୟତ ନିର୍ବାଚନରେ ରାଜ୍ୟରେ ବିଜେଡି ବାଜି ମାରିଥିଲା।
୫ଟି ପର୍ଯ୍ୟାୟରେ ହୋଇଥିବା ପଞ୍ଚାୟତ ନିର୍ବାଚନର ଆଜିଠାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡ୍ରେ ବିଜେଡି ଆଗୁଆ ଥିବା ଜଣାପଡ଼ିଛି। ଜିଲ୍ଲା ପରିଷଦର ୮୫୧ ଆସନରୁ ବିଜେଡି ୨୦୦ରୁ ଅଧିକ ଆସନରେ ଆଗୁଆ ଥିବା ଜଣାପଡ଼ିଛି।
୫ଟି ପର୍ଯ୍ୟାୟରେ ହୋଇଥିବା ପଞ୍ଚାୟତ ନିର୍ବାଚନର ଆଜିଠାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି। କେଉଁଠି ବିଜେପି ଆଗରେ ଅଛି ତ ଆଉ କେଉଁଠି ବିଜେଡି ଆଗରେ ଅଛି। ଉଭୟ ଦଳ ମଧ୍ୟରେ କଡ଼ା ଟକ୍କର ଚାଲିଛି। ଜାଣନ୍ତୁ, କେଉଁ ପ୍ରାର୍ଥୀ କେଉଁଠି ଆଗରେ ଅଛନ୍ତି...
୫ଟି ପର୍ଯ୍ୟାୟରେ ହୋଇଥିବା ପଞ୍ଚାୟତ ନିର୍ବାଚନର ଆଜିଠାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି। ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି। କେଉଁଠି ବିଜେପି ଆଗରେ ଅଛି ତ ଆଉ କେଉଁଠି ବିଜେଡି ଆଗରେ ଅଛି।
ପଞ୍ଚାୟତ ଭୋଟ ଗଣତିର ଅପଡେଟ୍ ଖବର, ଜାଣନ୍ତୁ ଆଗରେ କିଏ ଆଜି ପଞ୍ଚାୟତ
୫ଟି ପର୍ଯ୍ୟାୟରେ ହୋଇଥିବା ପଞ୍ଚାୟତ ନିର୍ବାଚନର ଆଜିଠାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି। ୩ ଦିନ ଧରି ଭୋଟ୍ ଗଣତି ଚାଲିବ। ଏଥିପାଇଁ ସବୁ ଜିଲ୍ଲାର ବ୍ଲକ ସଦର ମହକୁମାରେ ଗଣତି କେନ୍ଦ୍ର ଖୋଲା ଯାଇଛି।
ବ୍ଲକ୍ ହେଡକ୍ୱାଟର କାଉଣ୍ଟିଂ ସେଣ୍ଟରରେ ପ୍ରସ୍ତୁତି ଚୂଡ଼ାନ୍ତ I ନିର୍ବାଚନ ଫଳାଫଳକୁ ନେଇ ବଢୁଛି ପ୍ରାର୍ଥୀଙ୍କ ଉତ୍କଣ୍ଠା I କିଛି ସ୍ଥାନରେ ଫର୍ମ ୧୧ ନଥିବା କହିଲା ବିଜେପି I ନିର୍ବାଚନ କମିଶନଙ୍କୁ ଟାର୍ଗେଟ ପରେ ଜବାବ ରଖିଲା ବିଜେଡି
ମାର୍ଚ୍ଚ ୨୪ରେ ୧୦୬ ପୌର ଓ ୩ ମହାନଗର ନିଗମରେ ଭୋଟ୍ I ୨୬ରେ ଗଣତି, ପ୍ରଥମ ଥର ଭୋଟରଙ୍କୁ ନୋଟା ବିକଳ୍ପ I ମେୟର ଓ ପୌରାଧ୍ୟକ୍ଷ ପଦ ପାଇଁ ଏଥର ସିଧା ଭୋଟ୍
ମାର୍ଚ୍ଚ ୨୪ରେ ହେବ ପୌର ନିର୍ବାଚନ ଭୋଟ୍ ଗ୍ରହଣ।। ଏନେଇ ଆଜି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ମାର୍ଚ୍ଚ ୨୬ରେ ପୌର ନିର୍ବାଚନର ଭୋଟ୍ ଗଣତି ହେବ।