/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652959007.jpg)
Aparajita Sarangi
କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତଙ୍କୁ ସାକ୍ଷାତ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଓଡ଼ିଶାର ପ୍ରାଚୀ ନଦୀର ପୁନରୁଦ୍ଧାର ପ୍ରସଙ୍ଗ ନେଇ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତଙ୍କୁ ସାକ୍ଷାତ କରିଛନ୍ତି ଅପରାଜିତା । ୭୮ କିଲୋମିଟର ଦୀର୍ଘ ପ୍ରାଚୀ ନଦୀ, ଖୋର୍ଦ୍ଧା-କଟକ-ପୁରୀ ଜିଲ୍ଲାର ୬ଟି ବ୍ଲକ ବାଲିଅନ୍ତା, ବାରଙ୍ଗ, କଣ୍ଟାପଡା, ନିଆଳି, କାକଟପୁର ଏବଂ ଅସ୍ତରଙ୍ଗ ଦେଇ ଯାଇଛି ।
Prachi River- 78 kms long & passing through Khurda,Cuttack & Puri districts. It's a dead river;we need to revive it.Many lives will be benefitted.Met Minister @OfficeOfGSS in Delhi today with a proposal of Rs 297.81 crore.Also wrote to CM @Naveen_Odisha requesting for initiation. pic.twitter.com/NXY2VWm8Uw
— Aparajita Sarangi, Member of Parliament (@AprajitaSarangi) May 19, 2022
ତେବେ ମହାନଦୀର ଶାଖାନଦୀ କୁଶଭଦ୍ରା ନଦୀରୁ ଜଳ ପ୍ରବାହ ବନ୍ଦ ହେବା କାରଣରୁ ପ୍ରାଚୀ ନଦୀ ଶୁଷ୍କ ଅବସ୍ଥାରେ ରହିଛି l ଉପକୂଳରେ ରହୁଥିବା ଲୋକେ ନଦୀର ପୁନଃରୁଦ୍ଧାର ପାଇଁ କର୍ତ୍ତୁପକ୍ଷଙ୍କୁ ଅନୁରୋଧ କରିଛନ୍ତି । ନଦୀ ପୁନରୁଦ୍ଧାର ପ୍ରକଳ୍ପରେ ମୋଟ ୭ଟି ବ୍ରିଜ ର୍ନିମାଣ, ନଦୀ ଉପତ୍ୟକା ନବୀକରଣ, ଜଳାଶୟ ସୃଷ୍ଟି, ପାର୍ଶ୍ୱ ରାସ୍ତା, ବୃକ୍ଷରୋପଣ, ସମୁଦ୍ର ମୁହାଣ ନବୀକରଣ ଆଦି କାର୍ଯ୍ୟ ଅନ୍ତର୍ଭୁକ୍ତ ରହିଛି । ଏହା ଦ୍ୱାରା ପରିବେଶ ସୁରକ୍ଷା ସହ ବହୁ ମହତ୍ୱପୂର୍ଣ ସ୍ଥାନର ରକ୍ଷଣାବେକ୍ଷଣ ହୋଇପାରିବ ବୋଲି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କୁ ଜଣାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)