• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବ୍ରଜରାଜନଗରରେ କେମିତି ହେବ ବାଜିମାତ୍ । କେମିତି ହାତେଇ ହେବ ଏଠିକାର ବିଧାନସଭା ସିଟ୍ । ବିଧାନସଭା ଉପନିର୍ବାଚନ ଲାଗି ରଣନୀତି ପ୍ରସ୍ତୁତିରେ ଲାଗିଛନ୍ତି ସମସ୍ତ ୩ ରାଜନୈତକ ଦଳ । ବିଜେପି ରାଜ୍ୟ ପ୍ରଭାରୀ ନିର୍ବାଚନ ମଣ୍ଡଳୀକୁ ପ୍ରସ୍ତୁତି ବୈଠକ କରିଥିବା ବେଳେ ଦଳ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି । ବିଜେଡି କର୍ମୀ ସମ୍ମଳନୀ କରି ନବୀନ ସରକାରର ସଫଳତାର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବାକୁ ସ୍ଥିର କରିଛି  । ତେଣେ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ ପ୍ରଚାର ଆରମ୍ଭ କରି ଦେଇଛନ୍ତି ଛତିଶଗଡ଼ର ଟାଣୁଆ ନେତାମାନେ ଏଠାରେ ବିଜେପି ଓ କଂଗ୍ରେସ ପାଇଁ ପ୍ରଚାର କରିବେ । 


ଦଳର ବିଜୟ ସୁନିଶ୍ଚିତ କରିବା ଲାଗି ପ୍ରସ୍ତୁତ ଚାଲିଛି ରଣନୀତି । ବିଜେପି ପ୍ରଭାରୀ ଡି. ପୁରେନ୍ଦ୍ରଶ୍ୱରୀ ଓ ରାଜ୍ୟ ସଭାପତି ସମୀର ମହାନ୍ତି ଆଜି ଲମଟିବାହାଲରେ ପହଞ୍ଚି ଦଳୀୟ ନେତା ଓ କର୍ମୀଙ୍କ ସହ ଆଲୋଚନା କରିଛନ୍ତି । କେଉଁ ନେତାଙ୍କୁ  କେଉଁ ବ୍ଲକର ଦାୟିତ୍ୱ ଦିଆଯିବ, କିଏ କେଉଁ ପଞ୍ଚାୟତ ଜଗିବେ, କଣ ରହିବ ନିର୍ବାଚନୀ ପ୍ରସଙ୍ଗ, କିଏ କେଉଁ ଦିନ କେଉଁଠି ପ୍ରତାର କରିବେ ସନେଇ ପ୍ରସ୍ତୁତ ହୋଇଛି ବିସ୍ତୃତ ଖସଡ଼ା ।

 ତାସହିତ ବିଜେପି ୪୦ ଜଣିଆ  ଷ୍ଟାର ପ୍ରଚାରକ ତାଲିକ ମଧ୍ୟ ପ୍ରକାଶ କରିଛି । କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ, ଧର୍ମେନ୍ଦ୍ର ପ୍ରଧାନ, ପହଲ୍ଲାଦ ଯୋଶୀ, ଅଶ୍ୱନି ବୈଷ୍ଣବ, ବିଶ୍ୱଶର ଟୁଡୁ, ପ୍ରଭାରୀ ଡି,ପୁରେନ୍ଦ୍ରଶ୍ୱରୀ , ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପ୍ରମୁଖ ବ୍ରଜରାଜନଗରରେ ପ୍ରଚାର କରିବେ  । 

ସେପଟେ ବେଲପାହଡରେ ଆୟୋଜିତ କର୍ମୀ ସମ୍ମିଳନୀରେ ରଣନୀତି ପ୍ରସ୍ତୁତ କରିଛି ବିଜେଡି । ନବୀନ ସରକାରର ସଫଳତାର ବାର୍ତ୍ତା ନେଇ ଲୋକଙ୍କ ପାଖରୁ ଯିବା ପାଇଁ ମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି । ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ ଦେବୀ ପିଠ ମାଁ ମୁଲଗୁଡିରେ ପୂଜାର୍ଚ୍ଚନା କରିବା ସହ ପ୍ରଚାର ଆରମ୍ଭ କରିଛନ୍ତି  
ଡି. ପୁରେନ୍ଦ୍ରଶ୍ୱରୀ, ବିଜେପି ଓଡ଼ିଶା ପ୍ରଭାରୀ । 

ଏଥର ବ୍ରଜରାଜନଗରରେ ଜୋରଦାର ଲଢେଇ ହେବା ଆଶା କରାଯାଉଛି । ପୂର୍ବରୁ ଏହି ଆସନ କଂଗ୍ରେସର ଗଡ଼ ରୂପେ ପରିଚିତ ଥିଲା । ନବୀନ ପଟ୍ଟନାୟକଙ୍କ ସରକାର ଗଠନ ପରେ ମଧ୍ୟ କ୍ରମାଗତ ଭାବେ ୩ ଥର କଂଗ୍ରେସ ଏଠାରେ ବିଜୟୀ ହୋଇଥିଲା  । ତେବେ ୨୦୧୪ରେ ବଦଳିଥିଲା ଏଠିକାର ରାଜନୈତିକ ଚିତ୍ର ।  ଏଠାରୁ ବିଧାୟିକା ନିର୍ବାଚିତ ହୋଇଥିଲେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା  ।
 ତେବେ ୨୦୧୯ରେ ବିଜେଡି ପ୍ରାର୍ଥୀ କିଶୋର ମହାନ୍ତି ରାଧାରାଣୀଙ୍କୁ  ୧୧ହଜାରୁ ଅଧିକ ଭୋଟରେ ହରାଇ ଥିଲେ ।  ତେଣୁ ଏହି ଆସନରେ ତିନି ଦଳଙ୍କ ଭୋଟ୍ ବ୍ୟାଙ୍କ ରହିଛି ।  ବିଜେପି ଓ ବିଜେଡି ମଧ୍ୟରେ ଏଠାରେ ମୁଖ୍ୟତଃ ଲଢେଇ ହେବ ବୋଲି କୁହାଯାଉଥିଲେ ମଧ୍ୟ ଏଠାରେ କଂଗ୍ରେସର ଦବଦବା ଥିବା କହିଛନ୍ତି ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ତଥା ମନ୍ତ୍ରୀ ସୁଶାନ୍ତ ସିଂହ ।  ତେବେ ପ୍ରତିଦ୍ୱନ୍ଦ୍ୱୀ ବିଜେପିକୁ ଗୌଣ କରିବା ଲାଗି ଏହା ସୁଶାନ୍ତଙ୍କ ଷ୍ଟ୍ରାଟେଜି ହୋଇଥାଇପାରେ ବୋଲି ଚର୍ଚ୍ଚା ହେଉଛି ।  

ବ୍ରଜରାଜନଗର ଉପନିର୍ବାଚରେ ଛତିଶଗଡ ନେତାଙ୍କୁ ପ୍ରଚାର ମଇଦାନରେ ଦେଖିବାକୁ ମିଳିବ ।  ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ସ୍ବାସ୍ଥ୍ୟମନ୍ତ୍ରୀ ଟିଏସ୍ ସିଂହଦେଓ ପ୍ରମୁଖ ଦଳୀୟ ପ୍ରାର୍ଥୀଙ୍କ ଲାଗି ମଇଦାନକୁ ଓହ୍ଲାଇବେ ।  ପୂର୍ବତନ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ ଓ ବରିଷ୍ଠ ନେତା ବ୍ରିଜମୋହନ ଅଗ୍ରଓ୍ୱାଲ୍ ବିଜେପି ପ୍ରାର୍ଥୀ ରାଧାରାଣୀଙ୍କ ଲାଗି ପ୍ରଚାର କରିବେ ।  ତେବେ ଭୋଟରଙ୍କ ଉପରେ ଏହାର କଣ ପ୍ରଭାବ ରହୁଛି ତାହା ଦେଖିବା କଥା । 

ଝାରସୁଗୁଡାରୁ ଭାଗିରଥୀ ସାହୁ, ଭୁବନେଶ୍ୱରରୁ ହରିହର ଚାନ୍ଦଙ୍କ ରିପୋର୍ଟ