• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅପରାଧିକ ମାମଲା ଥିବା ବ୍ୟକ୍ତି, କୋଟିପତି ଓ ଦଶମ ପାସ୍ କରନିଥିବା ନେତା ହୋଇଛନ୍ତ ଜିଲ୍ଲା ପରିଷଦ ସଭ୍ୟ । ୨୦୨୨ ପଂଚାୟତ ନିର୍ବାଚନରେ ବିଜୟ ଲାଭ କରିଥିବା ଜିଲ୍ଲା ପରିଷଦ ସଦସ୍ୟଙ୍କ ସତ୍ୟପାଠକୁ ଅନୁଧ୍ୟାନ କଲା ପରେ ଏଭଳି ରିପୋର୍ଟ ପ୍ରକାଶ କରିଛି ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ ବା ଏଡିଆର୍ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଡିଆର ଅନୁଧ୍ୟାନ କରିଥିବା ୭୨୬ ଜଣ ଜିଲ୍ଲାପରିଷଦ ସଦସ୍ୟଙ୍କ ମଧ୍ୟରୁ ୮୨ ଜଣଙ୍କ ନାଁରେ ରହିଛି ଅପରାଧିକ ମାମଲା । ଆଉ ସେଥିମଧ୍ୟରୁ  ୬୬ଜଣ ବିଜେଡି, ବିଜେପିର ୬ ଓ କଂଗ୍ରେସରୁ ୭ ଜଣ ପ୍ରାର୍ଥୀ ଅଛନ୍ତି ।

ନବ ନିର୍ବାଚିତ ଜିଲ୍ଲା ପରିଷଦ ସଦସ୍ୟଙ୍କ ପୋଲ ଖୋଲିଛି ଏଡିଆର ରିପୋର୍ଟ । ଜିଲ୍ଲା ପରିଷଦ ସଦସ୍ୟଙ୍କ ସଂପତ୍ତି, ଅପରାଧିକ ମାମଲା ଓ ଶିକ୍ଷାଗତ ଯୋଗ୍ୟତା ଓ ଅନ୍ୟାନ୍ୟ ବିଷୟକୁ ନେଇ ଆସୋସିଏସ୍‌ନ୍‌ସ ଫର୍ ଡେମୋକ୍ରାଟିକ୍ ରିଫର୍ମସ ବା ଏଡିଆର୍ ରିପୋର୍ଟ ପ୍ରକାଶ କରିଛି । ତେବେ ଜିଲ୍ଲା ପରିଷଦ ନିର୍ବାଚନରେ ପ୍ରାର୍ଥୀମାନେ ଦାଖଲ କରିଥିବା ସତ୍ୟପାଠଗୁଡିକ ଅନୁଧ୍ୟାନ କଲାପରେ ଏଡିଆର ପ୍ରକାଶ କରିଛି ଏହି ରିପୋର୍ଟ । ୮୫୧ ଜିଲ୍ଲା ପରଷଦ ସଦସ୍ୟଙ୍କ ମଧ୍ୟରୁ ୭୨୬ ଜଣଙ୍କ ସତ୍ୟାପାଠକୁ ଅନୁଧ୍ୟାନ କରିଛି ଏଡିଆର୍ ।

ସେଥିମଧ୍ୟରୁ ୬୫ଜଣଙ୍କ ନାଁରେ ସିରିୟସ୍ କ୍ରିମିନାଲ୍ କେସ୍ ରହିଛି । ସେଥିରୁ ସର୍ବାଧିକ ବିଜେଡିରେ ୫୩ ଜଣ, ତାପରେ କଂଗ୍ରେସ ୬ ଓ ବିଜେପି ୪ଜଣ ରହିଛନ୍ତି । ସେପଟେ କୋଟିପତି ତାଲିକାରେ ବିଜେଡିର ୯୦, ବିଜେପିର ୩ ଜଣ, କଂଗ୍ରେସର ୨ ଜଣ ରହିଛନ୍ତି । ବାଲେଶ୍ୱରର ରେବତୀ ନାୟକଙ୍କ ୧୮ କୋଟି, ଭଦ୍ରକର ଗିତାରାଣୀ ମଲ୍ଲିକଙ୍କ ୧୭ କୋଟି ଓ ସୁନ୍ଦରଗଡ଼ର କୁନ୍ତି ପ୍ରାଧାନଙ୍କ ୧୦ କୋଟି ଟଙ୍କାର ସଂପତ୍ତି ରହିଛି । ଆଉ ଖୋର୍ଦ୍ଧା ଜିଲ୍ଲାର ରିନା ବେହେରାଙ୍କ ନାଁରେ ନାହିଁ କୌଣସି ସଂପତ୍ତ ।

ସେପଟେ ଶିକ୍ଷାଗତ ଯୋଗ୍ୟତାକୁ ନେଇ ବି ଆସିଛି ଉଦ୍‌ବେଗଜନକ ରିପୋର୍ଟ । ଦଶମ ପାସ୍ କରିନଥିବା ଜିଲ୍ଲା ପରିଷଦ ସଦସ୍ୟଙ୍କ ସଂଖ୍ୟା ହେଉଛି ୧୩୬ । ତେବେ ଗ୍ରାଜୁଏଟ୍ ୧୭୫ ଜଣ, ଗ୍ରାଜୁଏଟ୍ ପ୍ରଫେସନାଲ୍ ୪୩, ପୋଷ୍ଟ ଗ୍ରାଜୁଏଟ୍ ୩୮, ଡିପ୍ଲୋମା ଧାରୀ ରହିଛନ୍ତି ୬ ଜଣ । ତେବେ ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି ଯେ, ଏଯାଏଁ ଅଧିକାଂଶ ଉଚ୍ଚ ଶିକ୍ଷତ ଲୋକ ରାଜନୀତିକୁ ଆସୁନାହାଁନ୍ତି ।

ସେପଟେ ଏହି ତଥ୍ୟା ଆସିଲା ପରେ ରାଜନୀତି ତେଜିଛି । ସବୁୂ ଦଳ ପରସ୍ପରକୁ ଦୋଷ ଲଦାଲଦି କରିଛନ୍ତି । ବିଜେଡିକୁ ଟାର୍ଗେଟ କରିଛନ୍ତି ବିରୋଧୀ । ଏଡିଆର ରିପୋର୍ଟ ସାମନାକୁ ଆସିବା ପରେ ଏବେ ଅପେକ୍ଷା ଏଣିକି ରାଜନୈତକ ଦଳର ନେତାମାନେ ପ୍ରାର୍ଥୀ ଚୟନ ବେଳକୁ କେତେ ସଚେତନ ହେଉଛନ୍ତି ।