• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେପିର ପ୍ରଚାରକ ତାଲିକା ଘୋଷଣା ହୋଇଛି । ୪୦ ଜଣିଆ ପ୍ରଚାରକ ତାଲିକା ଘୋଷଣା କରିଛି ଦଳ । ଏଥିରେ ୫ କେନ୍ଦ୍ରମନ୍ତ୍ରୀ, ପୂର୍ବତନ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପ୍ରମୁଖ ରହିଛନ୍ତି । ଏହି ୪୦ ଜଣିଆ ତାଲିକାରେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ, ଧର୍ମେନ୍ଦ୍ର ପ୍ରଧାନ, ପ୍ରହ୍ଲାଦ ଯୋଶୀ, ଅଶ୍ୱିନୀ ବୈଷ୍ଣବ, ବିଶ୍ୱେଶ୍ୱର ଟୁଡୁ ରହିଛନ୍ତି ।

ସେହିଭଳି ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ, ରାଜ୍ୟରେ ଦଳର ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ୪୦ ଜଣିଆ ବରିଷ୍ଠ ନେତାଙ୍କ ନାଁ ଏହି ରହିଛି । ବ୍ରଜରାଜନଗର ଉପନିର୍ବାଚନରେ ଏହି ସବୁ ନେତା ମୈଦାନକୁ ଓହ୍ଲାଇବେ । ଦଳୀୟ ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ପାଇଁ ପ୍ରଚାର କରିବେ ।

ଆସନ୍ତା ୩୧ ତାରିଖରେ ବ୍ରଜରାଜନଗରରେ ଉପନିର୍ବାଚନ ହେବ । ଏଥର ନିର୍ବାଚନରେ ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିବ । ବିଜେଡିରୁ ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ,କଂଗ୍ରେସରୁ କିଶୋର ପଟେଲ୍‌ ଓ ବିଜେପିର ରାଧାରାଣୀ ପଣ୍ଡା ମୁହାଁମୁହିଁ ହେବେ । ଆଉ ଏହାକୁ ଦେଖି ତିନି ଦଳ ରଣନୀତି ସ୍ଥିର କରୁଛନ୍ତି । ଯେଉଁଥିରେ ପଞ୍ଚାୟତ ଓ ପୌର ନିର୍ବାନ ଫଳାଫଳକୁ ଦେଖି ସମରସଜ୍ଜା ହେଉଛି ।

୩୮ଟି ପଞ୍ଚାୟତ, ବେଲପାହଡ ଓ ବ୍ରଜରାଜନଗର ମୁନିସ୍‌ପାଲଟିକୁ ନେଇ ଗଠିତ ବ୍ରଜରାଜନଗର ବିଧାନସଭା ଆସନ । ପୌର ନିର୍ବାଚନରେ ବିଜେଡି ୩ଟି ଜିଲ୍ଲା ପରିଷଦ ଜୋନ୍ ଓ ବ୍ରଜରାଜନଗର ମୁନିସିପାଲଟି ଅଧ୍ୟକ୍ଷ ପଦ ଅକ୍ତିଆର କରିଥିଲା । ତେବେ ବେଲପାହଡ ମୁନିସିପାଲଟି ଅଧ୍ୟକ୍ଷ ପଦ କଂଗ୍ରେସ ହାତକୁ ଯାଇଥିଲା । ଏହି ଫଳାଫଳକୁ ଦେଖି ତିନି ଦଳ ରଣନୀତି ପ୍ରସ୍ତୁତିରେ ଲାଗିଛନ୍ତି । ୨୦୧୯ ନିର୍ବାଚନ ପରେ ଯେତେ ସବୁ ଉପନିର୍ବାଚନ ହୋଇଛି । ସବୁଠି ବିଜେଡି ବାଜିମାତ୍ କରିଛି । ତେବେ ବ୍ରଜରାଜନଗର ଭୋଟର କାହା ଉପରେ ଭରସା କରୁଛନ୍ତି ତାହା ଦେଖିବାକୁ ରହିଲା ।