• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ଥମିବାର ନାଁ ଧରୁନି । ପ୍ରତ୍ୟେକ ଦିନ ଯୋଡ଼ି ହେଉଛି ନୂଆ ଫର୍ଦ୍ଦ । ଏବେ ପୁଣି ପରିକ୍ରମା ପ୍ରକଳ୍ପକୁ ନେଇ ଯୁକ୍ତି ରଖିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସ୍ଥଳ ଖନନ ବିବାଦ ପ୍ରସଙ୍ଗରେ ସେ ପୁଣି ମୁହଁ ଖୋଲିଛନ୍ତି । GPRS ସର୍ଭେ କରାଯାଇ ଖନନ କରାଯାଇଥିବା କହିଛନ୍ତି ପିନାକୀ ମିଶ୍ର । ଟୁଇଟ୍ ଯୋଗେ ପୁରୀ ସାଂସଦ ପିନାକୀ ମିଶ୍ର ଏଭଳି ପ୍ରତିକ୍ରିୟା ରଖିଛନ୍ତି ।

ସେ ଟ୍ୱିଟ୍‌ କରି କହିଛନ୍ତି ଯେ, GPRS କରାଯାଇଛି, ଏ ସଂପର୍କିତ କାଗଜାତ ପ୍ରଦର୍ଶନ ହେବ । ବିନା GPRSରେ ଖନନ କରାଯାଇଥିବା ଅଭିଯୋଗ ଭିତ୍ତିହୀନ । ଏସଂପର୍କିତ ସମସ୍ତ କୁହେଳିକା ହାଇକୋର୍ଟ ସତ୍ୟପାଠ ସ୍ପଷ୍ଟ କରିବ । ଏଥିପାଇଁ ଟିକେ ଧର୍ଯ୍ୟ ଧରିବାକୁ ପଡ଼ିବ ବୋଲି କହିଛନ୍ତି ପିନାକୀ ।

 

ସୂଚନାଯୋଗ୍ୟ, ସଂସଦ ଭବନରେ ସାଂସଦ ପିନାକୀ ମିଶ୍ର ଟେବୁଲ ବାଡ଼େଇ ୪ଟି ଟଏଲେଟ୍‌ ପାଇଁ ଶ୍ରୀମନ୍ଦିରର ୧୦୦ ମିଟର ପରିଧିରେ ଖନନ କରାଯାଉଥିବା କହିବା ପରେ ବିବାଦ ତେଜିଥିଲା । ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ ସଂସଦରେ ଶ୍ରୀମନ୍ଦର ପରିକ୍ରମା ପ୍ରକଳ୍ପ ବେଆଇନ ଭାବେ ନିର୍ମାଣ ହେଉଥିବା ଅଭିଯୋଗ କରିଥିଲେ । ଏହାପରେ ଗଣମାଧ୍ୟରେ ଚର୍ଚ୍ଚା ଜୋର ଧରିଥିଲା ।

ଅନ୍ୟପଟେ ପୁରୀ ଏମାର ମଠରୁ ଖନନ ବେଳେ ସିଂହ ମୂର୍ତ୍ତି ବାହାରିବା ଘଟଣାରେ ରାଜ୍ୟ ସରକାରଙ୍କୁ ଆଜି ପ୍ରଥମେ ଟାର୍ଗେଟ୍ କରିଥିଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ଏହା ଜାତିର ପ୍ରତୀକ, ଇତିହାସ, ଓଡ଼ିଶାର ସ୍ୱାଭିମାନ । ସତ କେବେ ଲୁଚି ରହେ ନାହିଁ, ଆଜି ନ ହେଲେ କାଲି ପ୍ରକାଶିତ ହେବ । ଯଦି ଇତିହାସକୁ ସୁରକ୍ଷିତ ରଖି ନ ପାରିବା, ପରପିଢ଼ି କ୍ଷମା ଦେବ ନାହିଁ ବୋଲି କହିଛନ୍ତି ସମ୍ବିତ ।

 

ଏହାସହ ସେ ASI ସତ୍ୟପାଠ ରିପୋର୍ଟ ଦର୍ଶାଇ ପୁଣି ଥରେ ସରକାରଙ୍କୁ ସମାଲୋଚନା କରିଛନ୍ତି । ଏନେଇ ସେ କହିଛନ୍ତି, ବିନା ଅନୁମତିରେ କାମ ହେଉଥିବାରୁ ASI ତାଗିଦ କରି ସାରିଛି । ପିନାକୀ ବାବୁ ମିସଲିଡ୍ କରୁଛନ୍ତି, ଯାହା କହୁଛନ୍ତି ସମ୍ବିଧାନ ସମ୍ମତ ନୁହେଁ । ସେ ୪ଟି ଟଏଲେଟ୍ ନିର୍ମାଣ କଥା ସଂସଦରେ କାହିଁକି କହିଲେ ବୋଲି ପଚାରିଛନ୍ତି ସମ୍ବିତ ।