• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ବ୍ରଜରାଜନଗର ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର

ଜମୁଛି ବ୍ରଜରାଜନଗର ପ୍ରଚାର । ମୈଦାନରେ ତିନି ପ୍ରମୁଖ ଦଳର ହାଇଭୋଲଟେଜ୍ କ୍ୟାମ୍ପେନ୍ । ଲୋକଙ୍କ ଘରକୁ ଘର ଯାଇ ଭୋଟ୍ ମାଗିଲେଣି ବିଜେପି, କଂଗ୍ରେସ ଏବଂ ବିଜେଡି ।

ହାତରେ ମାତ୍ର ଦୁଇ ସପ୍ତାହ ସମୟ ଥିବାରୁ କେହି ବି କୌଣସି ସୁଯୋଗକୁ ହାତ ଛଡ଼ା କରିବାକୁ ଚାହୁଁ ନାହାନ୍ତି । ବିଜେପିରୁ ରାଧାରାଣୀ ପଣ୍ଡା, ବିଜେଡିରୁ ଅଳକା ମହାନ୍ତି ଏବଂ କଂଗ୍ରେସର କିଶୋର ପଟେଲଙ୍କ ମଧ୍ୟରେ ଏଥର ହେଉଛି କଡ଼ା ଫାଇଟ୍ । ତେଣୁ ଏବେ ସରଗରମ ରାଜନୀତି । ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ । ଏହାପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ମେ ୩୧ରେ ହେବ ବ୍ରଜରାଜନଗର ଉପନିର୍ବାଚନ । ମେ ୩୧ରେ ଭୋଟ୍ ଗ୍ରହଣ କରାଯାଇ ଜୁନ୍ ୩ ତାରିଖରେ ଗଣତି ହେବ ।

ସେପଟେ ଆଜି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛନ୍ତି ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ନିରଞ୍ଜନ ପୂଜାରୀ, ପ୍ରମିଳା ମଲ୍ଲିକ ପ୍ରମୁଖ ଏହି ତାଲିକାରେ ରହିଛନ୍ତି ।