Chief Electoral Officer, Sushil Kumar Lohani
ବ୍ରଜରାଜନଗର ଭୋଟ ପାଇଁ ପ୍ରାର୍ଥୀ ତାଲିକା ଚୂଡାନ୍ତ ପରେ ନିର୍ବାଚନୀ ପ୍ରକ୍ରିୟା ଜାରି ରହିଛି । ଏଥିପାଇଁ ୨୭୯ ବୁଥ୍ କରାଯାଇଛି । ଭୋଟ୍ ଗ୍ରହଣ ପ୍ରସ୍ତୁତି ନେଇ ଏହି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । ୫୦ ପ୍ରତିଶତ ବୁଥରେ ୱେବ କାଷ୍ଟିଂ କରାଯିବ । ଆବଶ୍ୟକ ସ୍ଥାନରେ ଭିଡିଓଗ୍ରାଫି କରାଯିବ ବୋଲି କହିଛନ୍ତି ସିଇଓ । ୩ ଜଣ ପ୍ରାର୍ଥୀ ଓହରିବା ପରେ ଏବେ ୧୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।
୧୩୩ ନୂଆ ଭୋଟରଙ୍କୁ ମିଶାଇ ମୋଟ ୨ ଲକ୍ଷ ୧୪ ହଜାର ୮୭୮ ଜଣ ଭୋଟ୍ ଦେବେ । ଏଥି ମଧ୍ୟରୁ ୩୫୨୦ ଭିନ୍ନକ୍ଷମ, ୧୬୨୮ ଅଶୀତିପର, ୨୧୪ ଚାକିରିଆ ଭୋଟର ଅଛନ୍ତି । ୫ଟି ପିଙ୍କ୍ ବୁଥକୁ ମିଶାଇ ମୋଟ ୨୭୯ ବୁଥରେ ଭୋଟ ଗ୍ରହଣ କରାଯିବ । ଭୋଟରମାନେ ସୁରୁଖୁରୁରେ ଭୋଟ ଦେବା ନେଇ ବିଶେଷ ବ୍ୟବସ୍ଥା ହେବ ।
ଭୋଟ ଗ୍ରହଣ ଦିନ ସଂପୃକ୍ତ ଅଞ୍ଚଳରେ ଛୁଟି ଘୋଷଣା କରାଯାଇଛି । ବାହାର ଅଞ୍ଚଳର ଚାକିରିଆ ଭୋଟରଙ୍କ ପାଇଁ ୩ ଦିନ ଛୁଟି ବ୍ୟବସ୍ଥା ରହିଛି । ସବୁ ଭୋଟରଙ୍କର ଥର୍ମାଲ ସ୍କାନିଂ ହେବ, ମାସ୍କ ପିନ୍ଧି ଆସିବାକୁ କହିଛନ୍ତି ସିଇଓ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)