Advertisment

ଅନୁଭବଙ୍କ ଭିଡିଓକୁ ନେଇ ବିଜେଡିର ପ୍ରତିକ୍ରିୟା, ସାଂସଦ ଭାବେ ତାଙ୍କ ଭୂମିକା କ’ଣ ସେ କଥା କହିନାହାଁନ୍ତି

ଗତ ୧୮ ତାରିଖରେ ତାଙ୍କରି ନାଁରେ ଥିବା ଏକ ଫେସବୁକ ପେଜରେ ସାଂସଦ ଅନୁଭବ ମହାନ୍ତି ଏହି ଲମ୍ବା ଭିଡିଓଟି ଛାଡ଼ିଥିଲେ। ଯାହାର ଅବଧି ଥିଲା ଅଧଘଣ୍ଟାରୁ ଅଧିକ ସମୟ। ଏହାକୁ ନେଇ ଗତକାଲି ଦିନ ସାରା ନାନା ମହଲରେ ପ୍ରବଳ ଚର୍ଚ୍ଚା ହୋଇଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
BJD Leader Debasish Samantaray Reaction Over MP Anubhav Mohanty's Video

BJD Leader Debasish Samantaray Reaction Over MP Anubhav Mohanty's Video

ନିଜ ପରିବାର, ବୈବାହିକ ସଂପର୍କ ଓ ରାଜନୈତିକ କ୍ୟାରିୟର ବାବଦରେ, ବିଜେଡି ନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଛାଡ଼ିଥିବା ଭିଡିଓକୁ ନେଇ ଧୀରେ ଧୀରେ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି। ଆଜି ତାଙ୍କ ଭିଡିଓ ସଂପର୍କରେ ପ୍ରଥମେ ଜଣେ ବିଜେଡି ନେତା ମୁହଁ ଖୋଲି କହିଛନ୍ତି ଯେ, ଅନୁଭବଙ୍କୁ ଦଳ କେବେ ଅବହେଳା କରିନାହିଁ।

Advertisment

ଗତ ୧୮ ତାରିଖରେ ତାଙ୍କରି ନାଁରେ ଥିବା ଏକ ଫେସବୁକ ପେଜରେ ସାଂସଦ ଅନୁଭବ ମହାନ୍ତି ଏହି ଲମ୍ବା ଭିଡିଓଟି ଛାଡ଼ିଥିଲେ। ଯାହାର ଅବଧି ଥିଲା ଅଧଘଣ୍ଟାରୁ ଅଧିକ ସମୟ। ଏହାକୁ ନେଇ ଗତକାଲି ଦିନ ସାରା ନାନା ମହଲରେ ପ୍ରବଳ ଚର୍ଚ୍ଚା ହୋଇଥିଲା। ଆଜି ଏହି ଭିଡ଼ିଓକୁ ନେଇ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ଶାସକ ବିଜେଡିର କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ, ତଥା ଅନ୍ୟତମ କଟକୀ ନେତା ଦେବାଶିଷ ସାମନ୍ତରାୟ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦେବାଶିଷ କହିଛନ୍ତି, ‘ଭିଡିଓଟିକୁ ଦେଖିଛି, ସେଥିରେ ସାଂସଦ ନିଜ ବ୍ୟକ୍ତିଗତ ଜୀବନ କଥା କହିଛନ୍ତି। ସାଂସଦ ହିସାବରେ କେନ୍ଦ୍ରାପଡ଼ା ଲୋକଙ୍କ ପାଇଁ ସେ କ’ଣ କରିଛନ୍ତି ସେ ବିଷୟରେ କିଛି କହି ନାହାନ୍ତି। ଲୋକଙ୍କ ମତ ହେଉଛି ଜଣେ ରାଜନେତାଙ୍କ ସଫଳତାର ମାପକାଠି।‘

Advertisment

ଦେବାଶିଷ ଆହୁରି କହିଛନ୍ତି ଯେ- ‘ଅନୁଭବଙ୍କୁ ଦଳରେ ଅଣଦେଖା କରାଯାଉ ନାହିଁ। କେନ୍ଦ୍ରାପଡ଼ାର ସବୁ ମିଟିଂକୁ ତାଙ୍କୁ ଡକାଯାଏ। ତେବେ ପଞ୍ଚାୟତ ନିର୍ବାଚନ ବେଳେ ମୁଁ ତାଙ୍କୁ କେଉଁଠି ଦେଖିବାକୁ ପାଇନଥିଲି।‘

ସେହିପରି ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେଡିର ଷ୍ଟାର କ୍ୟାମ୍ପେନର ତାଲିକାରୁ ଅନୁଭବଙ୍କୁ ବାଦ୍ କରାଯିବା ପ୍ରସଙ୍ଗରେ ମଧ୍ୟ ଦେବାଶିଷ ନିଜର ମତ ରଖିଛନ୍ତି। ସେ କହିଛନ୍ତି- ‘ସମ୍ପୃକ୍ତ ଅଞ୍ଚଳ ସହ ପରିଚିତ ନେତାଙ୍କୁ ଦେଖି ପାର୍ଟି କ୍ୟାମ୍ପେନର ଲିଷ୍ଟ ପ୍ରସ୍ତୁତ କରିଥାଏ।‘

ଉଲ୍ଲେଖଯୋଗ୍ୟ ଯେ, ଅନୁଭବ ଭିଡିଓର ଶେଷ ଆଡ଼କୁ କହିଛନ୍ତି ଯେ, ଏ ଭିଡିଓ ଛାଡ଼ିବା ପରେ ମୁଁ ଜାଣିନି ରାଜନୀତିରେ ମୋର କ’ଣ ହେବ। ଯାହାବି ନିଷ୍ପତ୍ତି ନିଆଯିବ ତାହା ମୁଁ ଗ୍ରହଣ କରିବି।’ ଅନୁଭବଙ୍କ ଭିଡିଓକୁ ନେଇ ସବୁ ଦଳରେ ପ୍ରବଳ ଚର୍ଚ୍ଚା। ଏମିତିକି ପାୱାର କରିଡରରେ ମଧ୍ୟ ଏ ସଂପର୍କରେ ଆଲୋଚନା। କିନ୍ତୁ ଗଣମାଧ୍ୟମରେ ଏହାକୁ ନେଇ ଆଉ ଅଧିକ ପ୍ରତିକ୍ରିୟାକୁ ଅପେକ୍ଷା କରାଯାଇଛି।

Anubhav Mohanty Anubhav- Varsha Marital Discord Debasish Samantaray
Advertisment
Advertisment