• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର ସହରକୁ ପାନୀୟ ଜଳ ଯୋଗାଣ ପାଇଁ ନିର୍ମାଣ ହେବ ବ୍ୟାରେଜ୍ । ଏଥିପାଇଁ ଖର୍ଚ୍ଚ ହେବ ୧୨୮ କୋଟି ଟଙ୍କା । ବ୍ୟାରେଜ୍ ନିର୍ମାଣ ପ୍ରସ୍ତାବକୁ ଆଜି ମଂଜୁରୀ ଦେଇଛି ରାଜ୍ୟ କ୍ୟାବିନେଟ । ପାଣ୍ଡରା ନିକଟରେ ଏହି ବ୍ୟାରେଜ୍ ନିର୍ମାଣ ହେବ ବୋଲି କ୍ୟାବିନେଟ୍ ବୈଠକ ପରେ ସୂଚନା ଦିଆଯାଇଛି ।

ଆଜି ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ମୋଟ ୩୨ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ରାଜ୍ୟ କ୍ୟାବିନେଟରେ ମିଶନ ଶକ୍ତି ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ମିଶନ ଶକ୍ତି ମହିଳାଙ୍କ ପାଇଁ ୫ ବର୍ଷରେ ୪,୯୭୩ କୋଟି ଟଙ୍କା ଖର୍ଚ୍ଚ ହେବ । ମିଶନ ଶକ୍ତି ମହିଳା ଗୋଷ୍ଠୀକୁ ୫୦ ହଜାର କୋଟିର ବ୍ୟାଙ୍କ ଋଣ ମିଳିବ । ମିଶନ ଶକ୍ତି ଉତ୍ପାଦ ସାମଗ୍ରୀ ବିକ୍ରି ପାଇଁ ୫୦୦ ବଜାର ସୃଷ୍ଟି କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି ।

ଏହାବ୍ୟତୀତ ଅନୁଗୁଳରେ ମେଗା ଆଲୁମିନିୟମ ପାର୍କ ପ୍ରତିଷ୍ଠାକୁ ମଧ୍ୟ ମଞ୍ଜୁରୀ ଦେଇଛି କ୍ୟାବିନେଟ୍ । ଆଲୁମିନିୟମ ପାର୍କ ଜମି ଅଧିଗ୍ରହଣ ପାଇଁ ଇଡକୋକୁ ମିଳିବ ୪୨୮ କୋଟି । ରାଜ୍ୟର ୨୪ଟି ଘରୋଇ ଉଚ୍ଚପ୍ରାଥମିକ ସ୍କୁଲକୁ ଜାନୁଆରୀ ପହିଲାରୁ ପିଛିଲା ଭାବେ ମିଳିବ ଅନୁଦାନ । ରାଜ୍ୟର ୨୪ଟି ଘରୋଇ ଉଚ୍ଚପ୍ରାଥମିକ ସ୍କୁଲକୁ ମିଳିବ ଏହି ଅନୁଦାନ ।

ସେହିପରି ୫ ବର୍ଷରେ ୧ ଲକ୍ଷ ନୂଆ ନଳକୂପ ଖୋଳାଯିବ, ବ୍ୟୟ ହେବ ୪୧୯୮ କୋଟି । ଜଳସେଚନ ପାଇଁ ୩ ବର୍ଷରେ ୧୨୮୦ ଚେକ୍ ଡ୍ୟାମ୍ ନିର୍ମାଣ କରାଯିବ । ଏଥିପାଇଁ ୮୧୧ କୋଟି ଟଙ୍କା ବ୍ୟୟ ହେବ ବୋଲି ମୁଖ୍ୟ ଶାସନ ସଚିବ କ୍ୟାବିନେଟ୍ ବୈଠକ ପରେ ସୂଚନା ଦେଇଛନ୍ତି ।