Advertisment

ସତ କେବେ ଲୁଚି ରହେ ନାହିଁ, ଆଜି ନ ହେଲେ କାଲି ପ୍ରକାଶିତ ହେବ: ସମ୍ୱିତ ପାତ୍ର

ଏମାର ମଠରୁ ସିଂହ ମୂର୍ତ୍ତି ବାହାରିବା ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର...

author-image
Otv Khabar Bureau
ଅଦ୍ୟତନ ହୋଇଛି
‘Truth cannot stay hidden for long. If govt fails to protect the heritage of Odisha’

‘Truth cannot stay hidden for long. If govt fails to protect the heritage of Odisha’

ପୁରୀ ଏମାର ମଠରୁ ଖନନ ବେଳେ ସିଂହ ମୂର୍ତ୍ତି ବାହାରିବା ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ।ଏହା ଜାତିର ପ୍ରତୀକ, ଇତିହାସ, ଓଡ଼ିଶାର ସ୍ୱାଭିମାନ । ସତ କେବେ ଲୁଚି ରହେ ନାହିଁ, ଆଜି ନ ହେଲେ କାଲି ପ୍ରକାଶିତ ହେବ । ଯଦି ଇତିହାସକୁ ସୁରକ୍ଷିତ ରଖି ନ ପାରିବା, ପରପିଢ଼ି କ୍ଷମା ଦେବ ନାହିଁ ବୋଲି କହିଛନ୍ତି ସମ୍ବିତ॥

Advertisment

ଏହାସହ ସେ ASI ସତ୍ୟପାଠ ରିପୋର୍ଟ ଦର୍ଶାଇ ପୁଣି ଥରେ ସରକାରଙ୍କୁ ସମାଲୋଚନା କରିଛନ୍ତି । ଏନେଇ ସେ କହିଛନ୍ତି, ବିନା ଅନୁମତିରେ କାମ ହେଉଥିବାରୁ ASI ତାଗିଦ କରି ସାରିଛି । ପିନାକୀ ବାବୁ ମିସଲିଡ୍ କରୁଛନ୍ତି, ଯାହା କହୁଛନ୍ତି ସମ୍ବିଧାନ ସମ୍ମତ ନୁହେଁ ।ସେ ୪ଟି ଟଏଲେଟ୍ ନିର୍ମାଣ କଥା ସଂସଦରେ କାହିଁକି କହିଲେ ବୋଲି ପଚାରିଛନ୍ତି ସମ୍ବିତ। ତେବେ ଏନେଇ ସାଂସଦ ପିନାକୀ ମିଶ୍ର କିମ୍ବା ବିଜେଡିର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Advertisment

ସୂଚନା ଅନୁସାରେ, ଗତ ସୋମବାର ଦିନ ପୁରୀ ଏମାର ମଠ ପରିସରରୁ ଦୁଇ ଖଣ୍ଡ ଅବସ୍ଥାରେ ଅତ୍ୟନ୍ତ କାରୁକାର୍ଯ୍ୟ ପୂର୍ଣ୍ଣ ପୁରାତନ ସିଂହ ମୂର୍ତ୍ତି ମଳିଛି । ଘଟଣାସ୍ଥଳକୁ ASI ଅଧୀକ୍ଷକ, ପୁରୀ ଉପଜିଲ୍ଲାପାଳ ଯାଇ ଅନୁଧ୍ୟାନ କରିଛନ୍ତି । OBCC କର୍ତ୍ତୃପକ୍ଷ, ଟାଟା ପ୍ରୋଜେକ୍ଟର ଅଧିକାରୀ ବି ଅନୁଧ୍ୟାନ କରିଛନ୍ତି । ଗଣମାଧ୍ୟମରେ ପ୍ରସାରଣର ୩୦ ଘଣ୍ଟା ପରେ ଅନୁଧ୍ୟାନ କଲେ ASI ଅଧୀକ୍ଷକ ଓ ପୁରୀ ଉପଜିଲ୍ଲାପାଳ । ତେବେ ପ୍ରକଳ୍ପ ସ୍ଥଳରୁ ଏଭଳି ଅବସ୍ଥାରେ ପୂରାତନ ମୂର୍ତ୍ତି ମିଳିବାକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ପ୍ରକଳ୍ପ ପୂର୍ବରୁ ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର ସିଷ୍ଟମ୍‌ସ ସର୍ଭେ ହୋଇଥିଲେ ଆଜି ଏଭଳି ଦେଖିବାକୁ ମିଳି ନଥାନ୍ତା ବୋଲି ଅଭିଯୋଗ ହୋଇଆସୁଥିଲା ।

Sambit Patra
Advertisment
Advertisment