ବିଜେପି ପ୍ରାର୍ଥୀ ଗତକାଲି ପାଟ ପଟୁଆରରେ ଉପଜିଲ୍ଲାପାଳଙ୍କ ଅଫିସ୍ ନିକଟକୁ ଯାଇ ନାମାଙ୍କନ ନଭରିବା ନେଇ ତେଜିଛି ରାଜନୀତି।
ଚାଷୀଙ୍କ ପାଇଁ ଇନପୁଟ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।
ରତ୍ନ ଭଣ୍ଡାର ଓ ଖଣି ଲୁଟ୍ ପାଇଁ ଷଡ଼ଯନ୍ତ୍ର କରୁଛି ବିଦେଶୀ ଶକ୍ତି।
ବହୁ ଚର୍ଚ୍ଚା, ଆଲୋଚନା, ବିଚାର ବିମର୍ଷ ପରେ ଶେଷରେ ବିଜେଡି ଘୋଷଣା କରିଛି ଏହାର ପଦ୍ମପୁର ଉପନିର୍ବାଚନ ପ୍ରାର୍ଥୀ । ଭରସା କରିଛି ବରିହା ପରିବାର ଉପରେ । କୌଣସି ରିସ୍କ ନନେଇ ଦିବଙ୍ଗତ ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ବଡ଼ ଝିଅ ବର୍ଷା ସିଂ ବରିହାଙ୍କୁ ଟିକଟ୍ ଦେଇଛି ଦଳ । ଜଣେ ଉଚ୍ଚ ଶିକ୍ଷିତା ତଥା ଯୁବ ଚେହେରାଙ୍କୁ ସାମ୍ନାକୁ ଆଣିଛି ବିଜେଡି ।
ଭୋଟ୍ବେଳରେ ଧାରଣା ଟେନସନ୍ । ଗୋଟେପଟେ ଚାଷୀ ତ ଅନ୍ୟପଟେ କ୍ରିୟାନୁଷ୍ଠାନ କମିଟି । ଚାଷୀଙ୍କ ଦାବି ପଦ୍ମପୁରକୁ ସ୍ୱତନ୍ତ୍ର ପ୍ୟାକେଜ୍ । ବୁଦ୍ଧିଜୀବୀଙ୍କ ଡିମାଣ୍ଡ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା । ପଦ୍ମପୁର ଉପନିର୍ବାଚନର ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜନୈତିକ ଦଳଙ୍କ ତଣ୍ଟିରେ କଣ୍ଟା ସାଜିଛି ଚାଷୀ ଆନ୍ଦୋଳନ ଓ ଜିଲ୍ଲା ମାନ୍ୟତା ଦାବି । ଦୁଇଟି ଯାକ ନ୍ୟାର୍ଯ୍ୟ ଦାବିକୁ ନେଇ ଛାନିଆ ରାଜନୈତିକ ଦଳ । ଆଶଙ୍କା-ଆନ୍ଦୋଳନ ପ୍ରଶମିତ ନହେଲେ ଓଲଟ ପାଲଟ ହୋଇଯିବ କି ଫଳାଫଳ ? ଅନ୍ୟ ଦଳ ଆଡ଼କୁ ଆଉଜି ଯିବନି ତ ଜନମତ ?
ରାଷ୍ଟ୍ରପତିଙ୍କ ପ୍ରତି ମନ୍ତ୍ରୀ ଅଖିଳ ଗିରିଙ୍କ ମନ୍ତବ୍ୟର ବିରୋଧ କରି ଆଜି ବିଜେପି ବିଧାୟକମାନେ କୋଲକାତାରେ ରାଜଭବନ ଆଗରେ ପ୍ରତିବାଦ ଶୋଭାଯାତ୍ରା କରିଥିଲେ ।
ଫସଲବୀମା ଓ ଜିଲ୍ଲା ମାନ୍ୟତା ଦାବିକୁ ନେଇ ଡବଲ୍ ଧାରଣା ।
ସ୍ୱର୍ଗତ ବିଜୟରଞ୍ଜନଙ୍କ ବଡ଼ଝିଅ ବର୍ଷାଙ୍କୁ ପଦ୍ମପୁର ପ୍ରାର୍ଥୀ କଲା ବିଜେଡି । ଆନ୍ଦୋଳନରତ ଚାଷୀଙ୍କ ଅନୁରୋଧରେ ପ୍ରଦୀପ ଭରିଲେନି ପ୍ରାର୍ଥୀପତ୍ର ।
ଡିସେମ୍ବର ୫ ତାରିଖରେ ପଦ୍ମପୁର ପାଇଁ ହେବ ଉପନିର୍ବାଚନ, ୮ ତାରିଖରେ ହେବ ଗଣତି ।
ବର୍ଷାରାଣୀ ବରିହା ହେଲେ ପଦ୍ମପୁର ବିଜେଡି ପ୍ରାର୍ଥୀ
ଦିବଂଗତ ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ଧର୍ମପତ୍ନୀ ତିଳୋତ୍ତମା ସିଂ ବରିହାଙ୍କ ନାଁକୁ ନେଇ ପ୍ରଥମରୁ ଚର୍ଚ୍ଚା ହେଉଥିବା ବେଳେ ଏବେ ତାଙ୍କ ଦୁଇ ଝିଅଙ୍କ ନାଁ ସାମ୍ନାକୁୁ ଆସିଛି ।
ବରିହା ପରିବାରକୁ ଟିକଟ ଦାବି କଲା ବିଂଝାଲ ସମାଜ । ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ରାଜନୀତି ।
ପଦ୍ମପୁର ଉପନିର୍ବାଚନକୁ ନେଇ ବିଜେଡିରେ ଅଙ୍କ ଛିଡିପାରିନି।
ମାଳ ମାଳ ମନ୍ତ୍ରୀ ଓ ବିଧାୟକ ପଦ୍ମପୁରରେ ଡେରା ପକାଇଲେଣି
ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିନଥିଲେ ମଧ୍ୟ ଏବେଠାରୁ ମାଳ ମାଳ ମନ୍ତ୍ରୀ ଓ ବିଧାୟକ ପଦ୍ମପୁରରେ ଡେରା ପକାଇଲେଣି।
ବିଜେପିରୁ ପ୍ରଦୀପ ପୁରୋହିତ ଓ କଂଗ୍ରେରୁ ସତ୍ୟଭୂଷଣ ସାହୁ ହେଲେ ପଦ୍ମପୁର ଯୋଦ୍ଧା । ବିଜେଡିରେ ଏଯାଏଁ କିନ୍ତୁ କିଏ ହେବ ପ୍ରାର୍ଥୀ ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି
ଓଡ଼ିଆଙ୍କ ଗର୍ବ ତଥା ଦେଶର ପ୍ରଥମ ନାଗରିକ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅପମାନ ସୂଚକ ମନ୍ତବ୍ୟକୁ ନେଇ ଓଡ଼ିଶାରେ ବି ତୀବ୍ର ପ୍ରତିକ୍ରିୟା।
AICC ପକ୍ଷରୁ ପ୍ରେସ ରିଲିଜ ଯୋଗେ ପ୍ରାର୍ଥୀ ଘୋଷଣା କରାଯାଇଛି।
ମନ୍ତ୍ରୀ ଅଖିଳ ଗିରି ଦେଇଥିବା ଦୁର୍ଭାଗ୍ୟଜନକ ମନ୍ତବ୍ୟକୁ ଦଳ ଦୃଢ ଭାବେ ନିନ୍ଦା କରାଯାଉଛି
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ନେତା ତଥା ମନ୍ତ୍ରୀ ଅଖିଳ ଗିରିଙ୍କ ଅଶାଳୀନ ମନ୍ତବ୍ୟକୁ ନେଇ କଡା ପ୍ରତିକ୍ରିୟା ପ୍ରକାଶ ପାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରୂପକୁ ନେଇ ପଶ୍ଚିମବଙ୍ଗର ନନ୍ଦିଗ୍ରାମର ଏକ ଜନସଭାରେ ତାଚ୍ଛଲ୍ୟ କରିଥିଲେ TMC ନେତା ଅଖିଳ ଗିରି।
ନନ୍ଦିଗ୍ରାମର ଏକ ଜନସଭାରେ ରାଷ୍ଟ୍ରପତିଙ୍କ ରୂପକୁ ନେଇ ତାଚ୍ଛଲ୍ୟ କରିଥିଲେ ବେଙ୍ଗଲ ମନ୍ତ୍ରୀ ।
ଧାମନଗରରେ ଗଡ଼ବଜାୟ ରଖିବା ପରେ ପଦ୍ମପୁରରେ ସିଟ୍ ହାତେଇବାକୁ ବିଜେପି ପ୍ରୟାସ କରୁଛି । ପ୍ରଦୀପ ପୁରୋହିତ ପଦ୍ମପୁରର ଉପନିର୍ବାଚନ ପାଇଁ ବିଜେପି ଟିକେଟ୍ରୁ ଲଢ଼ିବେ ।
ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ପାହାଡ଼ି ରାଜ୍ୟ ହିମାଚଳ ପ୍ରଦେଶରେ ଆଜି ସକାଳ ୮ଟାରେ ଆରମ୍ଭ ହୋଇଛି ମତଦାନ ।
ପଦ୍ମପୁର ଉପନିର୍ବାଚନ ଲାଗି ସବୁ ଦଳର ପାଗ ଭିଡ଼ା। ଧାମନଗର ବିପର୍ଯ୍ୟୟ ପରେ ବିଜେଡି ଏଥର ଢିଲା ଦେବା ମୁଡ୍ରେ ନାହିଁ। ନିଜ ଗଡ଼କୁ ବଞ୍ଚାଇବାକୁ ନେତା, ମନ୍ତ୍ରୀ, ବିଧାୟକ ଆଜିଠାରୁ ପଦ୍ମପୁରରେ ଡେରା ପକାଇ ପ୍ରସ୍ତୁତ କଲେଣି ରଣନୀତି।
ବିଜେପିର ଅଭିଯୋଗ- କଂଗ୍ରେସର ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ତୃତୀୟ ମହଲାକୁ ଡାକି କଥା ହୋଇଛି ଶାସକ ଦଳ।