• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଂଗ୍ରେସ ବିଧାୟକଙ୍କ ଦବଙ୍ଗଗିରି । ଓପନ୍‌ ଏୟାରରେ କରୁଛନ୍ତି ଫାୟାରିଂ । କାହାକୁ ନାହିଁ ଖାତିର । ନା ପୋଲିସର ଭୟ ନା ପ୍ରଶାସନର । ଏଭଳି କିଛି ଖବର ଆସିଛି ମଧ୍ୟପ୍ରଦେଶରୁ । କୋଟାମର କଂଗ୍ରେସ ବିଧାୟକ ସୁନୀଲ ସରାଫ୍‌ଙ୍କ ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ଏକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ସେଥିରେ ଖୁବ୍‌ ନାଚଗୀତ ହେଉଥିଲା, ଏହି ସମୟରେ ବିଧାୟକ ସୁନୀଲ ନିଜର ପତିଆରା ଦେଖାଇବାକୁ ଯାଇ ଖୁଲମ ଖୁଲା କରିଛନ୍ତି ଫାୟାରିଂ । ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ଭିଡିଓ ରେ ଦେଖାଯାଇଛି ଯେ, ବିଧାୟକ ସୁନୀଲ ସରାଫ ହାତରେ ଏକ ବନ୍ଧୁକ ଧରିଛନ୍ତି । ଆଉ ଅନ୍ୟ ଚାରି ଜଣଙ୍କ ସହ ସେ ଷ୍ଟେଜ୍‌ ଉପରେ ନାଚୁଛନ୍ତି । 

ତେବେ ଏହି ଭିଡିଓ ଭାଇରାଲ ହେବା ପରେ, ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି, ଏହି ଘଟଣା ନେଇ ସ୍ଥାନୀୟ ଏସ୍‌ପି ଅବଗତ ଅଛନ୍ତି । ଆଇନ ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପୋଲିସକୁ ପୂର୍ଣ୍ଣ ସ୍ୱାଧିନତା ଦିଆଯାଇଛି ।

ତେବେ ଏହି ଘଟଣା ପୂର୍ବରୁ ବିଧାୟକ ସୁନୀଲଙ୍କ ନାଁରେ ଆଉ ଏକ ବଡ଼ ଅଭିଯୋଗ ଆସିଥିଲା । ସେ ରିୱାଞ୍ଚଳ ଏକ୍ସପ୍ରେସ୍‌ରେ ଜଣେ ମହିଳାଙ୍କ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ସୁନୀଲ ସେତେବେଳେ ପ୍ରଚୁର ନିଶାରେ ଥିଲେ, ତାଙ୍କର ଜଣେ ବିଧାୟକ ବନ୍ଧୁ ମଧ୍ୟ ସେଠାରେ ଉପସ୍ଥିତି ଥିଲେ । ଉଭୟ ବାରମ୍ବାର ଉକ୍ତ ମହିଳାଙ୍କୁ ହଇରାଣ କରି ଚାଲିଥିଲେ । ମହିଳାଙ୍କ ସହ ତାଙ୍କର ସ୍ୱାମୀ ଓ ୭ ମାସର କୁନି ଛୁଆ ମଧ୍ୟ ରହିଥିଲା । ଏହି ଘଟଣା ଗତ ଅକ୍ଟୋବର ମାସର ।  

ଏହି ଘଟଣା ପରେ ମହିଳାଙ୍କ ସ୍ୱାମୀ ଏନେଇ ଟ୍ୱିଟର ଯୋଗେ ରେଲ୍‌ୱେ ପୋଲିସକୁ ଅଭିଯୋଗ କରିଥିଲେ, ଅଭିଯୋଗ ପାଇଁ ରେଲୱେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସହଯୋଗ କରିଥିଲେ ।