• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏକ ଗୋଲି ଦୋ ଶୀକାର । ହକି ବିଶ୍ୱକପ୍ ଆଳରେ ଚାଲିଛି କି ବ୍ରାଣ୍ଡ ନବୀନର ପ୍ରମୋସନ ? ନବୀନଙ୍କ ଷ୍ଟେଟସମ୍ୟାନ୍ ଇମେଜ୍ ସୃଷ୍ଟି ଲାଗି ହକି ଓ୍ୱାର୍ଲଡ କପ୍‌କୁ କରାଯାଉଛି କି ପ୍ଲାଟଫର୍ମ ? ଯେଭଳି ଢଙ୍ଗରେ ଏଥର ହକି ଓ୍ୱାଲର୍ଡକପ୍‌କୁ ହାଇଲାଇଟ୍ କରାଯାଉଛି, ତାକୁ ନେଇ ଉଠିଛ ଏମିତି ପ୍ରଶ୍ନ । କାରଣ ବିଶ୍ୱକପ୍‌ରେ ସାମିଲ ହେବା ଲାଗି ଏଥର କେନ୍ଦ୍ର କ୍ରୀଡାମନ୍ତ୍ରୀ ଓ ମନ୍ତିମଣ୍ଡଳର ଅନ୍ୟ ସଦସ୍ୟଙ୍କୁ ନିମନ୍ତ୍ରଣ ପଠାଇଛନ୍ତି ନବୀନ । ରାଜ୍ୟର ମନ୍ତ୍ରୀମାନେ ଅନ୍ୟ ରାଜ୍ୟକୁ ଯାଇ ସେଠାକାର ମୁଖ୍ୟମନ୍ତ୍ରୀମାନଙ୍କୁ ବ୍ୟକ୍ତିଗତ ନିମନ୍ତ୍ରଣ ବି ଦେଉଛନ୍ତି । କେବଳ ସେତିକି ନୁହେଁ ନିମନ୍ତ୍ରଣର ଫୋଟୋକୁ ସୋସିଆଲ ମିଡିଆରେ ସରକାରୀ ଓ ଦଳୀୟ ପ୍ରଚାର ଲାଗି ବି ବ୍ୟବହାର କରାଯାଉଛି ।

୨୦୧୮ରେ ମଧ୍ୟ ଭୁବନେଶ୍ୱରର ହକି ବିଶ୍ୱକପ୍ ହୋଇଥିଲା । ମାତ୍ର ସେତେବେଳେ ଏ ଧରଣର ପ୍ରଚାରପ୍ରସାର ହୋଇନଥିଲା କି ବାହାର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇନଥିଲା । ତେଣୁ ଏଥର ଚାଲିଥିବା ପ୍ରଚାରପ୍ରସାର ପଛର ଷ୍ଟ୍ରାଟେଜୀକୁ ନେଇ ଖାଲି ରାଜ୍ୟ ନୁହେଁ ଜାତୀୟ ରାଜନୀତିରେ ବି ଚର୍ଚ୍ଚା । ପ୍ରକୃତରେ କେବଳ ହକି ପାଇଁ ମାହୋଲ ତିଆରି କରିବାକୁ ଏହି ଉଦ୍ୟମ ନା ଜାତୀୟ ରାଜନୀତିରେ ଦବଦବା ଜାହିର କରିବାକୁ କସରତ ? ବିଜେପି କହିଛି ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ଜାତୀୟସ୍ତରରେ ନବୀନଙ୍କ ଇମେଜ୍ ମଳିନ ପଡିଥିବାରୁ ତାକୁ କ୍ଲିନ କରିବାକୁ ଉଦ୍ୟମ କରାଯାଉଛି । ଅନ୍ୟପକ୍ଷରେ ଖେଳ ଆଳରେ ରାଜନୀତି ଠିକ ନୁହେଁ ବୋଲି ମତ ଦେଇଛି କଂଗ୍ରେସ । ହେଲେ ବିଜେଡିର ଯୁକ୍ତି ଜାତୀୟସ୍ତରରେ ନବୀନଙ୍କ ଇମେଜ ଏବେ ବି କ୍ଲିନ ।

ରାଜନୈତିକ ସମୀକ୍ଷକଙ୍କ ମତରେ ଇମେଜ ବିଲ୍ଡିଂ ଏବଂ ଚର୍ଚ୍ଚାରେ ରହିବାକୁ ଏହା ନବୀନଙ୍କ ପ୍ରୟାସ । ୨୪ ନିର୍ବାଚନ ପୂର୍ବରୁ ଥାର୍ଡ ଫ୍ରଣ୍ଟ ଗଠନ ଚର୍ଚ୍ଚା ହେଉଥିବାରୁ ହକି ଆଳରେ ଅନ୍ୟ ଦଳର ନେତାଙ୍କ ସହ ନବୀନଙ୍କ ଭେଟଘାଟ କାର୍ଯ୍ୟକ୍ରମ ପଛରେ ଭିନ୍ନ କିଛି ରାଜନୀତିର ଗନ୍ଧ ବାରୁଛନ୍ତି ସମୀକ୍ଷକ ।

ହକି ବିଶ୍ୱକପର ଆୟୋଜନକୁ ନେଇ ଯେତିକି ଚର୍ଚ୍ଚା, ବ୍ରାଣ୍ଡ ନବୀନର ପ୍ରମୋସନକୁ ନେଇ ତାଠାରୁ ବି ଅଧିକ ଆଲୋଚନା । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ନବୀନଙ୍କ ଇମେଜ ବିଲଡିଂ ଷ୍ଟ୍ରାଟେଜୀ କେତେ ଫାଇଦା ଦେଉଛି ତାହା ଦେଖିବା କଥା ।