• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପରେ ଓଡ଼ିଶା ସରକାର ଙ୍କୁ ଟାର୍ଗେଟ୍‌ କଲେ  ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ବାଣପୁର ସଭାରେ ରାଜ୍ୟ ସରକାରଙ୍କୁ କଡ଼ା ଟାର୍ଗେଟ କରିଛନ୍ତି ବୈଜୟନ୍ତ । ରାଜ୍ୟ ସରକାରଙ୍କୁ କରିଛନ୍ତି ସିଧା ନିଶାନା । ସେ କହିଛନ୍ତି ଓଡ଼ିଶାରେ ପରିବର୍ତ୍ତନର ସମୟ ଆସିଗଲାଣି ।

ନଡ୍ଡାଙ୍କ କଥାକୁ ଦୋହରାଇ ବୈଜୟନ୍ତ କହିଛନ୍ତି ଓଡ଼ିଶା ରେ ମହିଳାଙ୍କ ପ୍ରତି ଅତ୍ୟାଚାର, ବଳାତ୍କାର ଓ ଚାଲାଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏଭଳି କ୍ଷେତ୍ରରେ ଓଡ଼ିଶା ଦେଶରେ ୧ ନମ୍ବର । ଓଡ଼ିଶାରେ ବଳାତ୍କାର, ହତ୍ୟାରେ ସଂପୃକ୍ତ ବ୍ୟକ୍ତି ମନ୍ତ୍ରୀ ହୁଅନ୍ତି ବୋଲି କହିଛନ୍ତି ବୈଜୟନ୍ତ। ରାଜ୍ୟ ସରକାରଙ୍କ କିଛି ମନ୍ତ୍ରୀଙ୍କୁ ସିଧା ନିଶାନା ମଧ୍ୟ କରିଛନ୍ତି । 

ଅନ୍ୟପଟେ ୨୩ ବର୍ଷ ଶାସନରେ ଏହି ଧୃତରାଷ୍ଟ୍ର ସରକାର ଯୁବକଙ୍କୁ ଚାକିରି ଦେଇପାରୁନାହାନ୍ତି । ପ୍ରଗତିରୁ ଓଡ଼ିଶା ବଞ୍ଚିତ । ଲକ୍ଷ ଲକ୍ଷ ଓଡ଼ିଆ ବାହାରେ ଦାଦନ ଖଟୁଛନ୍ତି । କେବଳ ରାଜନୀତି ପାଇଁ ଏଠାକାର ଧୃତରାଷ୍ଟ୍ର ସରକାର ଆୟୁଷ୍ମାନ ଲାଗୁ କରୁନାହାନ୍ତି ବୋଲି କହିଛନ୍ତି ବୈଜୟନ୍ତ । ସେହିଭଳି ସେ ଆହୁରି କହିଛନ୍ତି ଯେ, ଧୃତରାଷ୍ଟ୍ରଙ୍କ କୁଶାସନ ଓଡ଼ିଶାବାସୀଙ୍କୁ ଜଣାପଡ଼ିଗଲାଣି । ଓଡ଼ିଶାରେ ପରିବର୍ତ୍ତନ ଆଣିବାକୁ ଓଡ଼ିଶାବାସୀ ପ୍ରସ୍ତୁତ ହୋଇଗଲେଣି । ଆଜି ସଂଧ୍ୟା ପରେ ଏନେଇ ଆଉ ଦ୍ୱନ୍ଦ୍ୱ ରହିବନି କହିଲେ ବୈଜୟନ୍ତ ।

ଅଧିକ ପଢ଼ନ୍ତୁ: ଏଥର ଜୋରଦାର ଫାଇଟ୍‌ ! ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କଲେ ନଡ୍ଡା