• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ବିଜେପି ସଭାପତି ନଡ୍ଡା । ତୁମୁଡ଼ିବନ୍ଧ ସଭାରେ ରାଜ୍ୟ ସରକାର ଙ୍କୁ ସମାଲୋଚନା କଲେ ନଡ୍ଡା । ପ୍ରଦେଶର ହିତ କଥା କହୁଥିବା ନବୀନ ବାବୁ ଆୟୁଷ୍ମାନ ଭାରତ ଯୋଜନାରୁ ୬୦ ଲକ୍ଷ ଲୋକଙ୍କୁ ବଞ୍ଚିତ କରୁଛନ୍ତି । ମୋଦି ସ୍ୱାସ୍ଥ୍ୟସେବା ଦେବାକୁ ଚାହୁଁଛନ୍ତି ହେଲେ ନବୀନ ସେଥିରେ ବାଧା ସୃଷ୍ଟି କରୁଛନ୍ତି । ଏଭଳି ସରକାରକୁ ଏଠାରେ ରଖାଯିବା ଉଚିତ କି ବୋଲି ପଚାରିଲେ ନଡ୍ଡା । ଏଭଳି ସରକାରକୁ ଆଗାମୀ ନିର୍ବାଚନରେ ହଟାଇବାକୁ ଆହ୍ୱାନ ଦେଲେ ।

ଓଡ଼ିଶା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ କାମ କରିଛନ୍ତି କହିଲେ ନଡ୍ଡା । ଦେଶରେ ସର୍ବାଧିକ ୮୭ଟି ଏକଲବ୍ୟ ଆବାସିକ ସ୍କୁଲ ଓଡ଼ିଶାରେ ହୋଇଛି । ୩ ଶହ କୋଟି ଟଙ୍କାରେ ଭୁବନେଶ୍ୱର ରେଳ ଷ୍ଟେସନ ଚକାଚକ୍ ହେଉଛି । ପ୍ରତି ଘରକୁ ଟ୍ୟାପ୍ ପାଣି ପାଇଁ ୩୩୨୩ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ।

ଅନ୍ୟପଟେ ରତ୍ନ ଭଣ୍ଡାର କଥା ଉଠାଇ ନବୀନଙ୍କୁ ସିଧା ନିଶାନା କଲେ ଜେପି ନଡ୍ଡା । ରତ୍ନଭଣ୍ଡାରକୁ ସୁରକ୍ଷିତ ରଖିବା କାମ କାହିଁକି କରାଯାଉନି । ରତ୍ନଭଣ୍ଡାର ଚାବି କୁଆଡ଼େ ଗଲା, ନବୀନଙ୍କୁ ଜବାବ ଦେବାକୁ ହେବ । ନବୀନ କହିଥିଲେ ଓଡ଼ିଆ ୟୁନିଭର୍ସିଟି କରିବେ, ତାହା କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି ନଡ୍ଡା।

ଅଧିକ ପଢ଼ନ୍ତୁ: ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ବୈଜୟନ୍ତ, କହିଲେ ସମୟ ଆସିଗଲାଣି, ଏଥର ପରିବର୍ତ୍ତନ...

ଖାଲି ସେତିକି ନୁହେଁ NCRB ରିପୋର୍ଟ ଅନୁସାରେ ମହିଳା ନିର୍ଯାତନା ଓଡ଼ିଶାରେ ଦ୍ୱିଗୁଣିତ ବୋଲି କହି ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କଲେ ନଡ୍ଡା । ସବୁଠାରୁ ଅଧିକ ମହିଳା ଚାଲାଣ, ମାନବ ଚାଲାଣ ଓଡ଼ିଶାରୁ ହେଉଛି । ମହିଳା ଚାଲାଣରେ ଓଡ଼ିଶା ଦେଶରେ ସବୁଠାରୁ ଆଗରେ । ଓଡ଼ିଶା ପୋଲିସ ଉପରେ ମଧ୍ୟ ସବୁଠାରୁ ଅଧିକ ଆକ୍ରମଣ ହୋଇଛି । ରକ୍ଷକ ଭକ୍ଷକ ଥିଲା, ଏବେ ରକ୍ଷକ ନିଜେ ଅସୁରକ୍ଷିତ ହୋଇପଡ଼ିଛି କହିଲେ ନଡ୍ଡା । ଯେଉଁଠି ରକ୍ଷକ ନିଜେ ଅସୁରକ୍ଷିତ, ସେ ସୁରକ୍ଷା ଦେବ କେମିତି । ଏହା ଏଭଳି ଏକ ପ୍ରଦେଶ, ଯେଉଁଠି ସରକାର କିଏ ଚଳାଉଛି ଜଣାପଡୁନି । ଏଭଳି ସରକାରକୁ ଛୁଟି କରିଦେବା ଦରକାର ବୋଲି କହିଲେ ନଡ୍ଡା ।

ତେବେ ମୋଟା ମୋଟି ଦେଖିବାକୁ ଗଲେ, ବିଜେଡି ବିରୋଧରେ ନଡ୍ଡାଙ୍କ ଏଭଳି କଡ଼ା ଭାଷଣ ଆଗାମୀ ନିର୍ବାଚନ ପାଇଁ ଉଦ୍ଦିଷ୍ଟ ବୋଲି କୁହାଯାଉଛି । ତାଙ୍କର ଏଭଳି ଭାଷଣ ୨୪ ନିର୍ବାଚନରେ ଜୋରଦାର ଫାଇଟ୍‌ ହେବ ବୋଲି ସଙ୍କେତ ଦେଉଛି ବୋଲି ରାଜନୀତି ବିଶେଷଜ୍ଞ ମତ ରଖିଛନ୍ତି ।