/odishatv-khabar/media/post_attachments/uploadimage/library/16_9/16_9_0/IMAGE_1672410434.jpg)
IRTS Manoj Mishra
ମନୋଜ ମିଶ୍ରଙ୍କୁ ଅହେତୁକ ଅନୁକଂପା ଚର୍ଚ୍ଚା । କ୍ଷମତା କେନ୍ଦ୍ର ସହ ଉତ୍ତମ ସଂପର୍କ ଥିବାରୁ ତାଙ୍କୁ ଚାକିରିରୁ ଇସ୍ତଫା ପରେ ପୁଣି ଥରେ ନିଯୁକ୍ତି ମିଳିଥିବା ନେଇ ପାଓ୍ୱାର କରିଡରରେ ଚର୍ଚ୍ଚା ହେଉଛି । ସୂଚନା ଅନୁସାରେ, ପୂର୍ବରୁ ଆଇଟି ବିଭାଗର ସଚିବ ଦାୟିତ୍ୱରେ ଥିବା ମନୋଜ ମିଶ୍ରଙ୍କୁ ପୁଣିଥରେ ସେହି ବିଭାଗରେ ପ୍ରମୁଖ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ମନୋଜ ହେଉଛନ୍ତି ଇଣ୍ଡିଆନ୍ ରେଲେଓ୍ୱ ଟ୍ରାଫିକ୍ ସର୍ଭିସ୍ ବା IRTS କ୍ୟାଡର୍ ଅଫିସର । ଡେପୁଟେସନରେ ସେ ଓଡ଼ିଶାରେ କାର୍ଯ୍ୟରତ ଥିଲେ ।
ତେବେ IRTSରୁ ଇସ୍ତଫା ଦେବା ପରେ, ଏହାର କାରଣକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ତାଙ୍କର ଡେପୁଟେସନ୍ ସମୟ ଅବଧି ସରିବା ପରେ, ପୁଣି ଥରେ ତାଙ୍କୁ ରେଳ ମନ୍ତ୍ରାଳୟ ଯିବା ପାଇଁ ନିର୍ଦ୍ଦେଶ ଥିଲା ବୋଲି ଶୁଣିବାକୁ ମିଳୁଛି । ହେଲେ ସେ ସେଥିରେ ଯୋଗ ନଦେଇ ଇସ୍ତଫା ଦେଇଥିଲେ । ଏଣେ ରାଜ୍ୟ କ୍ୟାବିନେଟ୍ର ଅନୁମୋଦନ କ୍ରମେ ତାଙ୍କୁ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି ।
ତେବେ ଏହି ଅହେତୁକ ଅନୁକଂପା ପଛର କାରଣ କଣ, କ୍ଷମତା କେନ୍ଦ୍ର ସହ ସୁସଂପର୍କ ନୁହେଁ ତ ? ସେନେଇ ଚର୍ଚ୍ଚା ଆଲୋଚନା ଜୋର୍ ଧରିଛି । ପୂର୍ବତନ ପ୍ରଶାସକ ମଧ୍ୟ କିଛି ସେହିଭଳି ଗନ୍ଧ ବାରିଛନ୍ତି । ତେବେ ଏନେଇ ମନୋଜ ମିଶ୍ର କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିପାରି ନାହିଁ ।
ତେବେ ଆଗାମୀ ଦିନରେ ରାଜନୀତିରେ ଯୋଗ ଦେବେ କି ମନୋଜ ମିଶ୍ର। ରାଜ୍ୟ ସରକାରଙ୍କ ଗୁଡ୍ ବୁକ୍ରେ ରହିଆସିଥିବା ଅଇଆର୍ଟିଏସ୍ ଅଧିକାରୀ ମନୋଜ ମିଶ୍ର ଅଚାନକ ଚାକିରିରୁ ଇସ୍ତଫା ଦେବା ପରେ କିଛି ଏଭଳି ଚର୍ଚ୍ଚା ହେଉଥିଲା । କାରଣ ପୂର୍ବରୁ ଏଭଳି ଅନେକ ବଡ଼ ବଡ଼ ଅଧିକାରୀଙ୍କୁ ଅବସର ପରେ ନବୀନ ସରକାର ନିଜ ଦଳରେ ସାମିଲ କରିଛନ୍ତି । ତେଣୁ ମନୋଜ ମିଶ୍ର ବି ଏବେ ସେହି ତାଲିକାରେ ଯୋଡ଼ି ହେବେ ବୋଲି ଆଲୋଚନା ହେଉଥିଲା । ତେବେ ଏହି ଆଲୋଚନାକୁ ଅଧିକ ଖୋରାକ ଯୋଗାଇଥିଲା, ଖୋଦ୍ ତାଙ୍କରି ଟ୍ୱିଟ୍ । ସେ ଶୁକ୍ରବାର ଏକ ଟ୍ୱିଟ୍ କରିଛନ୍ତି, ଯେଉଁଥିରେ ସେ ଲେଖିଛନ୍ତି ‘ଏ ନ୍ୟୁ ବିଗ୍ନିଙ୍ଗ୍’। ଏହି ଟ୍ୱିଟ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା ।
To a new beginning!
Humbled with the faith reposed and with all your good wishes, will do my bit with utmost sincerity and passion. #JaiJagannath 🙏🏼#BandeUtkalaJanani#NewOdishapic.twitter.com/hnfRZJpj8T
— Manoj Mishra ମନୋଜ ମିଶ୍ର (@manojmishrasays) December 30, 2022
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)