• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ହରିୟାଣାର କ୍ରୀଡା ମନ୍ତ୍ରୀ ସଂନ୍ଦୀପ ସିଂହ( Sandeep Singh)ଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ । ଏ ନେଇ ଜଣେ ମହିଲା କୋଚ ହରିୟାଣାର ଅମ୍ବାଲା ଥାନାରେ ଏତଲା ଦେଇଛନ୍ତି । ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ସେ ନିଜ ପଦରୁ ଇସ୍ତଫା ଦେବା ସହ ତଦନ୍ତର ସମ୍ମୁଖୀନ ହେବେ ବୋଲି କହିଛନ୍ତି । ସେପଟେ ମନ୍ତ୍ରୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ ଡିଜିପି ତିନି ଜଣିଆ ଏସ୍‌ଆଇଟି ଗଠନ କରିଛନ୍ତି।

ତେବେ ଅଭିଯୋଗକୁ ସନ୍ଦୀପ ସିଂହ ଅସ୍ୱୀକାର କରିଛନ୍ତି । ସେ କହିଛନ୍ତି ତାଙ୍କ ଛବି ମଳିନ କରିବାକୁ ଚେଷ୍ଟା ଚାଲିଛି । ତାଙ୍କ ଉପରେ ଲାଗିଥିବା ମିଛ ଅଭିଯୋଗର କଡା ତଦନ୍ତ ହେବ ବୋଲି ତାଙ୍କୁ ବିଶ୍ୱାସ । ଏ ପରିପେକ୍ଷୀରେ ଯେକୌଣସି ତଦନ୍ତ ଲାଗି ସେ ପ୍ରସ୍ତୁତ ବୋଲି କହିଛନ୍ତି । ତଦନ୍ତ ରିପୋର୍ଟ ଆସିବା ଯାଏଁ ଖେଳ ବିଭାଗର ଦାୟିତ୍ୱ ସେ ମୁଖ୍ୟମନ୍ତ୍ରୀଙ୍କୁ ହସ୍ତାନ୍ତର କରିଛନ୍ତି।

 ଏହି ଘଟଣାକୁ ନେଇ ଯାଞ୍ଚ ଆରମ୍ଭ କରିଛି ଚଣ୍ଡିଗଡ଼ ପୋଲିସ । କ୍ରୀଡ଼ାମନ୍ତ୍ରୀ ବହୁବାର ମହିଳା କୋଚକୁ ମାନସିକ ସହ ଶାରୀରିକ ନିର୍ଯାତନା ଦଉଥିବା ଏତଲାରେ ଉଲ୍ଲେଖ ହୋଇଛି । ଗତବର୍ଷ ନଭେମ୍ବର ମାସରୁ କ୍ରୀଡା ମନ୍ତ୍ରୀ ତାଙ୍କୁ ନିର୍ଯାତନା ଦେଇ ଆସୁଥିଲେ, ତେବେ ଏବା ଅସହ୍ୟ ହେବା ପରେ ସେ ଏ ନେଇ ଥାନାରେ ଏତଲାରେ ଉଲ୍ଲଖେ କରାଯାଇଛି । ଅନ୍ୟପଟେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ  ଏହି ମାମାଲାର ନ୍ୟାୟିକ ତଦନ୍ତ ଦାବି କରିଛନ୍ତି ।