• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭାଇରାଲ ହେଉଛି  ରାହୁଲ ଗାନ୍ଧି ଙ୍କ ଭିଡିଓ । ସର୍ବସମ୍ମୁଖରେ ମାଆ ସୋନିଆଙ୍କୁ ଗେଲ କରିଦେଲେ ରାହୁଲ । ଅସହଜ ହୋଇପଡ଼ିଲେ ସୋନିଆ । ରାଗିଯାଇ ଛିଞ୍ଚାଡ଼ି ଦେଲେ ରାହୁଲଙ୍କ ହାତ । ବୟସ ବଢ଼ିଯାଇଛି କିନ୍ତୁ ପିଲାଳିଆମି ଯାଇନି । ସେଇ ପ୍ରେମ, ସ୍ନେହ ମମତା ଓ ଭଲ ପାଇବା ଅତୁଟ ରହିଛି । ଭାରତ ଯୋଡ଼ୋ ଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ତାଙ୍କ ମା’ ସୋନିଆ ଗାନ୍ଧିଙ୍କୁ ଏକ ବିଶେଷ ମୂହୁର୍ତ୍ତରେ ଦେଖିବାକୁ ମିଳିଥିଲା । ଦୁହିଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଅନାବିଳ ସମ୍ପର୍କର ନିଦର୍ଶନ । ରାହୁଲଙ୍କୁ ଏଠାରେ ଅତି ହାଲୁକା ମନୋଭାବରେ ଦେଖିବାକୁ ମିଳିଥିଲା । ସେ ତାଙ୍କ ମା ସୋନିଆ ଗାନ୍ଧୀଙ୍କ ସହ ହସୁଥିବା ଏବଂ ଥଟ୍ଟା କରୁଥିବା ମଧ୍ୟ ଦେଖାଯାଇଥିଲା । 

ସୋନିଆଙ୍କ ସହ କଥାବାର୍ତ୍ତା ବେଳେ ରାହୁଲ ତାଙ୍କ ପ୍ରତି ଥିବା ନିଜର ଭଲ ପାଇବାକୁ ପ୍ରକାଶ କରିବ ପାଇଁ ସ୍ନେହରେ ତାଙ୍କ ମୁହଁକୁ ଧରିଥିଲେ । ତେବେ ସୋନିଆ ତାଙ୍କ ହାତକୁ ଛୋଟ ପିଲାଙ୍କ ହାତ ମା’ କାଢ଼ିବା ଭଳି ବାହାର କରିଦେଇଥିଲେ ।

ଅଧିକ ପଢ଼ନ୍ତୁ: ରାହୁଲ ଗାନ୍ଧିଙ୍କୁ କଡ଼ା ସୁରକ୍ଷା ଦେବାକୁ ଦାବି ! ଶାହଙ୍କୁ ଚିଠି ଲେଖିଲେ କଂଗ୍ରେସ ସାଧାରଣ ସଂପାଦକ

ଅନ୍ୟପଟେ ଏବେ ରାହୁଲ ଗାନ୍ଧିଙ୍କ ଟି-ସାର୍ଟକୁ ନେଇ ଚର୍ଚ୍ଚା । ତାଙ୍କର ଏକ ଧଳା ଟି-ସାର୍ଟକୁ ନେଇ ଚର୍ଚ୍ଚା । ଭାରତ ଯୋଡ଼ୋ ଯାତ୍ରାରେ ତାଙ୍କୁ ପ୍ରାୟତଃ ଏକ ଧଳା ଟି-ସାର୍ଟ ପିନ୍ଧିଥିବାର ଦେଖିବାକୁ ମିଳିଥିଲା । ଏପରିକି ଯେତେବେଳେ ଭାରତ ଯୋଡ଼ୋ ଯାତ୍ରା ଦିଲ୍ଲୀରେ ପହଞ୍ଚିଥିଲା, ସେତେବେଳେ ମଧ୍ୟ ଧଳା ଟି-ସାର୍ଟ ପିନ୍ଧିଥିଲେ ରାହୁଲ । ଦିଲ୍ଲୀରେ ଏହି ସମୟରେ ପ୍ରବଳ ଥଣ୍ଡା ହେଉଛି । ପ୍ରବଳ ଥଣ୍ଡା ସତ୍ତ୍ୱେ କେବଳ ଗୋଟିଏ ଟି-ସାର୍ଟ ପିନ୍ଧି ବୁଲିବା ନିହାତି ଭାବେ କଷ୍ଟଦାୟକ । ଏଇଠୁ ଚର୍ଚ୍ଚାକୁ ଆସିଥିଲା ଏହି ପ୍ରସଙ୍ଗ ।

ଆଜି କଂଗ୍ରେସର ପ୍ରତିଷ୍ଠା ଦିବସରେ ପ୍ରାୟତଃ ସବୁ ନେତା ଶୀତ ବସ୍ତ୍ର ପିନ୍ଧିଥିଲେ । କିଏ ଜାକେଟ ତ କିଏ କୋର୍ଟ ବା କିଏ ଶାଲ୍ ଘୋଡ଼େଇ ହୋଇଥିଲେ । କିନ୍ତୁ ରାହୁଲ ଖାଲି ସେଇ ଟି-ସାର୍ଟ ପିନ୍ଧିକରି ଆସିଥିଲେ । ଏହାକୁ ଦେଖି ସାମ୍ବାଦିକମାନେ ପଚାରିଥିଲେ, ଆଜି ମଧ୍ୟ କେବଳ ଟି ସାର୍ଟ । ଏହାର ଉତ୍ତରରେ ରାହୁଲ କହିଥିଲେ ଟି-ସାର୍ଟ ହିଁ ଚାଲୁଛି । ଯେତେ ଦିନ ଏହା ଚାଲୁଥିବ, ସେତେ ଦିନ ଯାଏ ତାକୁ ଚଳାଇବି । ଏହା ଶୁଣିବା ପରେ ସେଠାରେ ସୃଷ୍ଟି ହୋଇଥିଲା ହାସ୍ୟରୋଳ ।