Advertisment

ସାମ୍ନାକୁ ଆସିଲା ବିଜେଡି ନେତାଙ୍କ କଳା କାରନାମା, ଘରେ ଚଲାଉଥିଲେ ନକଲି ମଦ କାରଖାନା...

ଢେଙ୍କାନାଳ ଜିଲ୍ଲାରେ ବଡ ଧରଣର ନକଲି ମଦ କାରଖାନା ଠାବ ହୋଇଛି। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପୋଲିସ୍‌ ବିଜେଡି ନେତାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Spurious Liquor Factory Allegedly Busted In Dhenkanal

Police Arrest BJD Leader After Spurious Liquor Factory Allegedly Busted In Dhenkanal

ଢେଙ୍କାନାଳ ଜିଲ୍ଲାରେ ବଡ ଧରଣର ନକଲି ମଦ କାରଖାନା ଠାବ ହୋଇଛି। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପୋଲିସ୍‌ ବିଜେଡି ନେତାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ଭୁବନ ୩ ନମ୍ବର ଜୋନ୍‌ର ବିଜେଡି ଜିଲ୍ଲା ପରିଷଦ ସୁବାଷ ଚନ୍ଦ୍ର ମାଝି, ଭୁବନ ମୃଦଙ୍ଗା ଗାଁର ଅରବିନ୍ଦ ଦାସ ଓ ଯାଜପୁର ଜିଲ୍ଲା ଜଖପୁରା ଥାନାର ପୋଲିସ କନଷ୍ଟେବଲ୍‌ ସୁଶାନ୍ତ ଦଳେଇ ଅଛନ୍ତି। କନଷ୍ଟେବଲ୍‌ଙ୍କ ଠାରୁ ୨ଟି ଅଫୁଟା ଗୁଳି ମଧ୍ୟ ଜବତ ହୋଇଛି।

Advertisment

ବିଶେଷ ସୁତ୍ରରୁ ଖବର ପାଇ ଢେଙ୍କାନାଳ ଅବକାରୀ ବିଭାଗ ଗତକାଲି ରାତିରେ ଭୁବନ ଏକତାଳି ଗାଁରେ ଚଢାଉ କରିଥିଲା। ଗାଁରେ ବିଜେଡି ନେତା ସୁବାଷଙ୍କ ଘରେ ନକଲି ମଦ କାରଖାନା ଠାବ କରାଯାଇଥିଲା। ଏହି ସମୟରେ ୫୧ ଲିଟର ନକଲି ବିଦେଶୀ ମଦ, ୧ କିଲୋ କାରାମେଲ କେମିକାଲ, ଜାମାଇକା ରମ୍‌ ୮୦୦ ମିଲିଲିଟର, ୨୪୦ଟା ରମ୍‌ ସମେତ ଅନ୍ୟାନ୍ୟ ବ୍ରାଣ୍ଡ୍‌ର ମଦ ଜବତ ହୋଇଛି।

ଏହାସହ କିଛି ନକଲି ମଦ ମଧ୍ୟ ଜବତ ହୋଇଛି। ତେବେ ଏହି ଘଟଣାରେ ପୋଲିସ୍‌ ୩ ଜଣଙ୍କୁ ଗିରଫ କରିଛି। ଏମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଢେଙ୍କାନାଳ ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। 

Advertisment
BJD BJD Leader
Advertisment
Advertisment