Advertisment

୨୪ ନିର୍ବାଚନ ପାଇଁ ୨୩ରେ ଆହ୍ୱାନ : ସବୁ ଦଳ ଲାଗି ନିଜକୁ ସଜାଡ଼ିବାର ଶେଷ ବର୍ଷ

ବିଜେଡିକୁ ଚ୍ୟାଲେଞ୍ଜ ଅନ୍ତର୍ଦ୍ୱନ୍ଦ୍ୱ ଓ ସରକାର ବିରୋଧୀ ହାଓ୍ୱା, ତୃଣମୂଳ ସ୍ତରରେ ସଂଗଠନ ମଜଭୁତ ବିଜେପି ପାଇଁ ଆହ୍ୱାନ, କଂଗ୍ରେସକୁ ଭୋଟ୍ ରଖିବା ଚିନ୍ତା

author-image
Prangyan Parimita
special story

special story

ନୂଆ ବର୍ଷ, ନୂଆ ଚ୍ୟାଲେଂଜ । ଖାସ୍ କରି ଆଗକୁ ସାଧାରଣ ନିର୍ବାଚନ ଥିବାରୁ ବିଜେଡି, ବିଜେପି ଓ କଂଗ୍ରେସ୍ ପାଇଁ ବର୍ଷ ୨୦୨୩ରେ ରହିଛି ବଡ଼ ଆହ୍ୱାନ । ୨୦୨୨ ଶେଷ ଆଡକୁ ରାଜନୈତିକ ଦଳ ଗୁଡ଼ିକର ବିଭିନ୍ନ କାର୍ଯ୍ୟକ୍ରମ, ଦୁଇ ଦୁଇଟି ଉପନିର୍ବାଚନ ଓ ଆଗୁଆ ନିର୍ବାଚନ ଚର୍ଚ୍ଚା ହେଉଥିବାରୁ ଚଳିତ ବର୍ଷ ବେଶ୍ ସରଗରମ ରହିବ ରାଜନୈତିକ ମାହୋଲ ।

Advertisment

 କେଉଁ ଦଳ ପାଇଁ କି କି ଚ୍ୟାଲେଞ୍ଜ୍ ରହିବ

ବିଜେଡି

୧. ଦଳରେ ବଢୁଥିବା ଅନ୍ତର୍ଦ୍ୱନ୍ଦ୍ୱକୁ ପ୍ରଶମିତ କରି, ଶୃଙ୍ଖଳିତ ଭାବେ ପ୍ରାର୍ଥୀ ଚୟନ

୨. ଗୁଡ୍ ଗଭର୍ନାସ୍ ବା ସୁଶାସନ ମାଧ୍ୟମରେ ସରକାର ବିରୋଧୀ ହାଓ୍ୱାକୁ ଚେକ୍ ଦେବା

୩. ନବୀନଙ୍କ ଭାବମୂର୍ତ୍ତି ଅକ୍ଷୁର୍ଣ୍ଣ ରଖି ସହ ବ୍ରାଣ୍ଡ ନବୀନକୁ ଆଗକୁ ନେବା

୪. ବିଜେଡିର ଟାଣୁଆ ସଂଗଠନକୁ ବଜାୟ ରଖିବା

୫. ମହିଳା ଭୋଟ୍ ବ୍ୟାଙ୍କକୁ ପୂର୍ବଭଳି ହାତରେ ରଖିବା

୬. ବିରୋଧୀ ଖାସ୍ କରି ବିଜେପିର ଅଭିବୃଦ୍ଧିକୁ ରୋକିବା

୭. ଦଳର ଭବିଷ୍ୟତ ନେତୃତ୍ୱ ଚିନ୍ତା

ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ବିଜେପି ପାଇଁ ବି ଅନେକ ଆହ୍ୱାନ ଚର୍ଚ୍ଚା ହେଉଛି, ୨୦୨୪ରେ କ୍ଷମତା ଦଖଲ କରିବା ପାଇଁ ଦଳ ପାଇଁ କର ବା ମର ସ୍ଥିତି ହେବ । ଏଥିପାଇଁ ପ୍ରମୁଖ ଚ୍ୟାଲେଂଜ ହେଲା-

Advertisment

ବିଜେପି . 

୧. ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଦେଇଥିବା ଟାସ୍କକୁ କର୍ଯ୍ୟକାରୀ କରିବା

୨. ତୃଣମୂଳ ସ୍ତରରେ ସଙ୍ଗଠନକୁ ମଜଭୁତ କରିବା

୩. ଦୁର୍ନୀତି, ଭ୍ରଷ୍ଟାଚାର, ମହିଳା ନିର୍ଯାତନା ଭଳି ପ୍ରସଙ୍ଗକୁ ନେଇ ସରକାର ବିରୋଧରେ ମାହୋଲ ବନାଇବା

୪. ବିଜେଡିର ମହିଳା ଭୋଟ୍ ବ୍ୟାଙ୍କକୁ ଭାଙ୍ଗିବା

୫. ନିଜର ଲୋୟାଲ୍ ଭୋଟ ବ୍ୟାଙ୍କ ସୃଷ୍ଟି କରିବା

୬. ବିଜେପି-ବିଜେଡି ଭିତରେ ମଧୁର ସଂପର୍କ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇବା

୭. ଏକାଠି ହୋଇ ଲଢିବା

୮. ରାଜ୍ୟ ବିଜେପିର ଚେହେରା ନେଇ ସ୍ପଷ୍ଟତା ଆଣିବା

ଅସେପଟେ ରାଜ୍ୟରେ ଅସ୍ତିତ୍ୱ ବଂଚାଇବା ପାଇଁ ସଂଗ୍ରାମ କରୁଥିବା କଂଗ୍ରେସ୍ ପାଇଁ ରହିଛି ଅଧିକ ଚ୍ୟାଲେଞ୍ଜ୍

କଂଗ୍ରେସ

୧. ଗୋଷ୍ଠୀ କନ୍ଦଳ ଦୂର କରି ନିଜ ଘର ସଜାଡ଼ିବା

୨. ଦଳରୁ ମୁହଁ ଫେରାଇ ନେଉଥିବା ନିଜର ଲୋୟାଲ ଭୋଟରଙ୍କୁ ରୋକିବା

୩. ଦକ୍ଷ ଓ ଯୁବ ଚେହେରାଙ୍କୁ ଆଗକୁ ଆଣି ଲୋକଙ୍କ ବିଶ୍ୱାସଭାଜନ ହେବା

ସେପଟେ ରାଜନୈତିକ ସମୀକ୍ଷକ କହିଛନ୍ତି ରାଜ୍ୟ ସରକାରଙ୍କ ବିରୋଧରେ ଦୁର୍ନୀତିର ବଡ଼ ଅଭିଯୋଗ ରହିଛି ବିରୋଧୀ । ସେଇ ପ୍ରସଙ୍ଗକୁ ଲୋକଙ୍କ ପାଖକୁ ନେବା ସହ ବିଜେଡି ବିରୋଧରେ ଜୋରଦାର ଲଢ଼େଇ କଲେ ସଫଳତା ପାଇପାରିବେ ।

BJP Padyatra Enters Second Day Expelled BJD MLA Pradeep Panigrahi Odisha Politics
Advertisment
Advertisment