• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜ୍ୟରେ ଚାଲିଛି ଛାୟା ସରକାର । ତୁମୁଡିବନ୍ଧ ଓ ବାଣପୁର ସଭାରେ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଜେ.ପି ନଡ୍ଡାଙ୍କଠୁ ନେଇ ଦଳର ବରିଷ୍ଠ ନେତାମାନେ ଏଭଳି ଅଭିଯୋଗ କରି ବିଜେଡି ସରକାରକୁ ଟାର୍ଗେଟ୍ କରିବା ପରେ ତେଜିଛି ରାଜନୀତି । ଏଭଳି ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି । ଅପରପକ୍ଷେ ୨୪ ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତିର ବିଗୁଲ୍ ଫୁଙ୍କି ଦଳରେ ପୁରୁଖା ନେତାଙ୍କୁ ଗୁରୁତ୍ୱ ଦେଇ ଏକାଠି ହୋଇ ଲଢ଼ିବା ଉପରେ ଜୋର୍ ଦେଇଛନ୍ତି । ବିଜେପି ର ଏବେ ଟାର୍ଗେଟ- ଅଧିକରୁ ଅଧିକ ଏମ୍ପି ସିଟ୍ ସହ ବିଧାନସଭା ସିଟ୍ ଜିତି ସରକାର ଗଢ଼ିବା...

ରାଜ୍ୟରେ ଯେଉଁ ଢଙ୍ଗରେ ସରକାର ଚାଲିଛି ଓ ତାକୁ ନେଇ ଲୋକଙ୍କ ମଧ୍ୟରେ ଯେ ଅସନ୍ତୋଷ ଅଛି ସେ କଥାକୁ ବେଶ ଭଲ ଭାବେ ଜାଣିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧକ୍ଷ । ଯେଉଁଥିପାଇଁ ତୁମୁଡ଼ିବନ୍ଧ ସଭାମଞ୍ଚରୁ ଛାୟା ସରକାର କଥା କହି କଡା ସମାଲୋଚନା କଲେ, ଜନତାଙ୍କ ଉତ୍ତରକୁ ଧରି ତଦନ୍ତ ହେବ ବୋଲି କହିଲେ । କେବଳ ନଡ୍ଡା ନୁହଁନ୍ତି, ଦଳର ବରିଷ୍ଠ ନେତାମାନେ ମଧ୍ୟ ସେଇ ସମାନ ଦିଗରେ ଯଇ ଅଭିଯୋଗର ଅସ୍ତ୍ରକୁ ଅଧିକ ଶାଣ କରି ରାଜ୍ୟରେ ଅନ୍ଧ ଧ୍ରୁତରାଷ୍ଟ୍ରର ସରକାର ଚାଲିଥିବା କହି ବି ବର୍ଷିଲେ ।

ଅଧିକ ପଢ଼ନ୍ତୁ: ରାଜ୍ୟରେ କିଏ ଚଳାଉଛି ସରକାର, କରିବି ତଦନ୍ତ: ନଡ୍ଡା

ତେବେ ରାଜ୍ୟରେ କା ସରକାର ଚାଲିଥିବା ନେଇ ବିଜେପିର ଅଭିଯୋଗ ପରେ ବିଜେଡି ସରକାର କାହା ରିମୋର୍ଟ କଣ୍ଟ୍ରୋଲରେ ଅଛି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପୂର୍ବରୁ ପଦ୍ମପୁର ଉପ ନିର୍ବାଚନ ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନବୀନ ବାବୁ ଥକି ଗଲେଣି, ଗୁମାସ୍ତାମାନେ ଯାହା ଦେଉଛନ୍ତି, ଭିଡିଓ ବାର୍ତ୍ତାରେ ତାହା କହୁଛନ୍ତି ବୋଲି କହିଥିଲେ । ଆଗକୁ ମଧ୍ୟ ଏହାକୁ ପ୍ରମୁଖ ପ୍ରସଙ୍ଗ କରିପାରେ ବିଜେପି । ହେଲେ ବିଜେଡି କହିଛି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ହିଁ ସବୁ କିଛି ଚାଲିଛି... ।

ସେପଟେ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଜେ.ପି. ନଡ୍ଡା କନ୍ଧମାଳ ଓ ପୁରୀ ସଂସଦୀୟ କ୍ଷେତ୍ର ଗସ୍ତ କରି ନେତା, କର୍ମୀଙ୍କୁ ବିଜୟ ମନ୍ତ୍ର ଦେଇଛନ୍ତି । ବୁଥ୍, ଶକ୍ତି, ମଣ୍ଡଳସ୍ତରରେ ସଂଗଠନ ମଜଭୁତ କରିବା, କେନ୍ଦ୍ର ସରକାରର ସଫଳ ଯୋଜନା ଓ ଓଡିଶାକୁ ମୋଦି ଦେଇଥିବା ଗୁରୁତ୍ୱ କଥା ଲୋକଙ୍କୁ ଅବଗତ କରିବା, ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ପରିବେଶ ବନେଇ ଏସବୁକୁ ଲୋକଙ୍କ ପାଖକୁ ନେବାକୁ ପରାମର୍ଶ ଦେଇଛନ୍ତି ନଡ୍ଡା ।
ସେହିପରି କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା ବେଳେ ପୁରୁଖା ନେତାଙ୍କୁ ଗୁରୁତ୍ୱ ଦେଇ ଏକାଠି ଲଢ଼ିବା, ଏବଂ ଅଧିକରୁ ଅଧିକ ଏମ୍ପି ଓ ବିଧାନସଭା ସିଟ୍ ଜିତି ସରକାର ଗଢିବାର ମନ୍ତ୍ର ବି ଦେଇଛନ୍ତି ନଡ୍ଡା ,ଯାହାକୁ ନେଇ ଉତ୍ସାହିତ ବିଜେପି କ୍ୟାମ୍ପ... ।

ଆଗକୁ ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ତେଣୁ ଏସବୁରୁ ବିଜେପି କେତେ ଫାଇଦା ପାଉଛି ତା ଉପରେ ନଜର... ।