/odishatv-khabar/media/post_attachments/uploadimage/library/16_9/16_9_0/IMAGE_1672682155.jpg)
Pratap Sarangi
ଆଇସିୟୁରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ । ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ବାଲେଶ୍ୱର ଫକିର ମୋହନ ମେଡିକାଲର ଆଇସିୟୁରେ ଭର୍ତ୍ତି କରାଯାଇଛି । ଦୁଇ ଦିନ ତଳେ ସାଂସଦଙ୍କୁ ଥଣ୍ଡା ଓ କାଶ ହୋଇଥିବାରୁ ସେ ଡାକ୍ତରଙ୍କୁ ଦେଖାଇଥିଲେ । ହେଲେ ଆଜି ଅଧିକ ଅସୁସ୍ଥ ଲାଗିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ମେଡିକାଲରେ ଷଡଙ୍ଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଛନ୍ତି ଜଣେ ପ୍ରଫେସରଙ୍କ ସମେତ ସିଡିଏମଓ ଏବଂ ଏଡିଏମଓ । ପ୍ରାଥମିକ ପର୍ଯ୍ୟାୟରେ ତାଙ୍କ ଛାତିରେ ସଂକ୍ରମଣ ହୋଇଥିବା କାରଣରୁ ନିମୋନିଆ ଲକ୍ଷଣ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଦୁଲାଲ ସେନ ଜଗଦେବ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)