ଭୁବନେଶ୍ୱରର ରେଳ ଷ୍ଟେସନର ହେବ ନବୀକରଣ । ବିମାନ ବନ୍ଦର ଭଳି ଏଠାରେ ସମସ୍ତ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଷ୍ଟେସନ ନବକଳେବର ପ୍ରକଳ୍ପର ଶୁଭ ଦେଇଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ସହ ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ପ୍ରତାପ ଷଡଙ୍ଗୀ ମଧ୍ୟ ଏହି ଉତ୍ସବରେ ସାମିଲ ହୋଇଥିଲେ ।
ନବୀକରଣ ପ୍ରକଳ୍ପର ଶୁଭ ଦେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
ଭୁବନେଶ୍ୱର ଷ୍ଟେସନର ନବୀକରଣ ସହ ବିଶ୍ୱସ୍ତରୀୟ କରିବା ଲାଗି ରୂପରେଖ ପ୍ରସ୍ତୁତ ହୋଇଛି। ବିଶ୍ୱ ସ୍ତରୀୟ ହେବାକୁ ଥିବା ଏହି ଷ୍ଟେସନରେ ବିମାନବନ୍ଦର ପରି ସମସ୍ତ ପ୍ରକାର ସୁବିଧା ମିଳିବ।
ଦିଲ୍ଲୀ, ମୁମ୍ବାଇ ଓ ଅହମ୍ମଦାବାଦ ରେଲେଓ୍ୱ ଷ୍ଟେସନ୍ରେ ରହିବ କେଉଁସବୁ ଆଧୁନିକ ସୁବିଧା, ଜାଣନ୍ତୁ
ମାଲ୍ବାହୀ ଟ୍ରେନ୍ ଲାଇନ୍ଚ୍ୟୁତ ପରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି। ଆଜି ପାଇଁ ୬ଟି ଟ୍ରେନ୍କୁ ପୂର୍ବତଟ ରେଳ ବିଭାଗ ବାତିଲ୍ କରିଛି।
ବଦଳିବ ଭୁବନେଶ୍ୱର ରେଳଷ୍ଟେସନର ରୂପେରଖ । PPP ମୋଡ଼ରେ ଭୁବନେଶ୍ୱର ରେଳଷ୍ଟେସନର ବିକାଶ କରାଯାଇ ବିଶ୍ୱସ୍ତରୀୟ ଷ୍ଟେସନରେ ପରିଣତ କରାଯିବ । ଏଥିପାଇଁ ଷ୍ଟେସନ ଡେଭଲପମେଣ୍ଟ ପ୍ଲାନ କରାଯାଇଛି । ରେଲେଓ୍ୱ ପାଖରେ ସୀମିତ ଜାଗା ରହିଛି ଏବଂ ବଳକା ଜାଗା ବିଡିଏ ପାଖରେ ରହିଛି । ବିଡିଏ ସହ ଆଲୋଚନା କରି ଯୁଗ୍ମ ଭାବେ ପ୍ଲାନ ପ୍ରସ୍ତୁତ ହୋଇଥିବା ସୂଚନା ଦେଇଛନ୍ତି ରେଳବୋର୍ଡ଼ ଅଧ୍ୟକ୍ଷ ତଥା ସିଇଓ ସୁନୀତ ଶର୍ମା
ବିଶ୍ୱସ୍ତରୀୟ ହେବ ଭୁବନେଶ୍ୱର ରେଳ ଷ୍ଟେସନ। ସ୍ମାର୍ଟସିଟି ମିଶନ ଯୋଜନାରେ ଭୁବନେଶ୍ୱର ଷ୍ଟେସନକୁ ବିଶ୍ୱସ୍ତରୀୟ କରାଯାଉଛି । ବିଧାନସଭାକୁ ଅବଗତ କଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା।