ଶ୍ରୀମନ୍ଦିର ପରିଚାଳନା କମିଟି ଅଗଷ୍ଟ ୪ରୁ କମିଟି ଗଠନ ପାଇଁ ସୁପାରିସ କରିଛି । ଗଜପତି ମହାରାଜା ରତ୍ନଭଣ୍ଡାର ଖୋଲିବା ସପକ୍ଷରେ ଅଛନ୍ତି ବୋଲି ସାକ୍ଷାତ ପରେ କହିଛନ୍ତି ସମୀର ମହାନ୍ତି ।
ଡାକ୍ତର ସାଜିଲେ ଶ୍ରମମନ୍ତ୍ରୀ ସାରଦା ନାୟକ । ରକ୍ତଦାତାଙ୍କଠୁ ରକ୍ତ ଟାଣିଲେ । କଇଁଚି ଧରି ରିବନ କାଟିବା ଛାଡ଼ି ରକ୍ତଦାନ ପାଇଁ ଆସିଥିବା କର୍ମୀ ଓ ସାଧାରଣ ଲୋକଙ୍କ ପାଖକୁ ଯାଇଥିଲେ ।
ବଢ଼ିଲା ତିର୍ତ୍ତୋଲର ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡୁଆ । ମାମଲା କୋର୍ଟରେ ବିଚାରାଧୀନ ଥିବାବେଳେ ବିଧାୟକ କିପରି ଅନ୍ୟ ଜଣେ ଯୁବତୀଙ୍କ ସହ ବିବାହ ପାଇଁ ଆବେଦନ କରିଛନ୍ତି ସେନେଇ ସୋମାଲିକା ଅଭିଯୋଗ କରିଛନ୍ତି ।
ଅନ୍ୟ ଜଣଙ୍କୁ ବିବାହ ପାଇଁ ଆବେଦନ କରିଛନ୍ତି ବିଜୟଶଙ୍କର । କଟକ ସବ୍ ରେଜିଷ୍ଟ୍ରାର କୋର୍ଟରେ ବିବାହ ପାଇଁ ଆବେଦନ ହୋଇଛି ।
୨୮ ତାରିଖ ପୂର୍ବରୁ ନଶୁଣିଲେ ଆନ୍ଦୋଳନ ଚେତାବନୀ । ରତ୍ନଭଣ୍ଡାର ପ୍ରସଙ୍ଗରେ ବିଜେପି କହିଲା ଗଜପତିଙ୍କୁ ଭେଟିବୁ ।
ମନ୍ତ୍ରୀପଦ ଯିବା ପରେ ରୋହିତ ମନ ବଳାଇଥିବା ଜୟନାରାୟଣଙ୍କ ମନ୍ତବ୍ୟ । ଜୟନାରାୟଣଙ୍କ ମନ୍ତବ୍ୟକୁ ନେଇ ଜୋରଦାର ଚର୍ଚ୍ଚା, ରୋହିତ ପୂଜାରୀଙ୍କ ଖଣ୍ଡନ ।
୭୮ ବର୍ଷରେ ପାଦ ଥାପିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ମାସରେ ବଡ଼ ଭଉଣୀ ଗୀତା ମେହେଟାଙ୍କ ପରଲୋକ ଘଟିଥିବାରୁ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଜନ୍ମଦିନ ପାଳନ କରିବେ ନାହିଁ ବୋଲି ସିଏମ୍ଓ ସୂଚନା ଦେଇଥିଲା ।
ଆସନ୍ତା ୨୦୨୪ରେ ନିର୍ବାଚନ ଲଢ଼ିବେ ନାହିଁ ବରିଷ୍ଠ କଂଗ୍ରେସ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ।
ଯଦି ସରକାର ନ ଶୁଣିବେ ସାରା ରାଜ୍ୟରେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛି କଂଗ୍ରେସ । କାର୍ତ୍ତିକ ମାସ ପୂର୍ବରୁ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବାକୁ ଦାବି ହୋଇଛି ।
ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ରଙ୍କୁ ତନ୍ତ୍ରମନ୍ତ୍ର କରାଯାଇଥିବା ଏବେ ଚର୍ଚ୍ଚା ଜୋର ଧରିଛି । ଫଟୋ ଚିରା ହୋଇଛି, ମାଛ ବଳି ଦିଆଯାଇଛି ।
ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ଦେହାନ୍ତ ହୋଇଛି ।
ନିଜ ଉପରେ ବିଶ୍ୱାସ ନାହିଁ ବୋଲି ବାହାରୁ ନେତା ଆମଦାନୀ କରୁଛନ୍ତି । କାହାର ନାଁ ନନେଇ ଏଭଳି ଢଙ୍ଗରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ବିଜେଡି ନେତା ରୋହିତ ପୂଜାରୀ ନିଶାନା କରିଛନ୍ତି ।
ଗତ ମାସରେ ବଡ଼ ଭଉଣୀ ଗୀତା ମେହେଟାଙ୍କ ପରଲୋକ ଘଟିଥିବାରୁ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଜନ୍ମଦିନ ପାଳନ କରିବେ ନାହିଁ ।
ଆସନ୍ତାକାଲି ୭୮ ବର୍ଷରେ ପାଦ ଥାପିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ନିଜ ଜନ୍ମଦିନକୁ ସବୁବେଳେ ନିରାଡମ୍ୱର ଭାବେ ପାଳନ କରିଥାନ୍ତି ନବୀନ । ମାତ୍ର ନିର୍ବାଚନୀ ବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳିବାକୁ ବିଜେଡି କର୍ମୀଙ୍କ ଭିତରେ ପ୍ରବଳ ଆଗ୍ରହ ।ତେବେ ଗତମାସରେ ବଡ଼ ଭଉଣୀ ଗୀତ ମେହେଟାଙ୍କ ପରଲୋକ ଘଟିଥିବାରୁ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଜନ୍ମଦିନ ପାଳନ କରିବେ ନାହିଁ ।
ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିବା ପରେ ବିଜେପିମୁହାଁ ହୋଇଥିଲେ ରୋହିତ । ମନ୍ତ୍ରିମଣ୍ଡଳରୁ ବାଦ୍ ହେବାର ୨ ଦିନ ପରେ ମୋତେ ରୋହିତ ପୂଜାରୀ ଫୋନ୍ କରିଥିଲେ।
ବିଜେଡି ବିଧାୟକଙ୍କୁ ଗାଦିଚ୍ୟୁତ କରିବାକୁ କର୍ମୀଙ୍କୁ ଶପଥ ପାଠ କରାଉଛନ୍ତି ଜିଲ୍ଲା ଉପସଭାପତି। ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କ ବିରୋଧରେ ଏ ହେଉଛି ଦଳୀୟ ନେତା ଓ କର୍ମୀଙ୍କ ମେଳି ।
ଆସନ୍ତାକାଲି ୭୮ ବର୍ଷରେ ପାଦ ଥାପିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ନିଜ ଜନ୍ମଦିନକୁ ସବୁବେଳେ ନିରାଡମ୍ୱର ଭାବେ ପାଳନ କରିଥାନ୍ତି ନବୀନ । ମାତ୍ର ନିର୍ବାଚନୀ ବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳିବାକୁ ବିଜେଡି କର୍ମୀଙ୍କ ଭିତରେ ପ୍ରବଳ ଆଗ୍ରହ ।ତେବେ ଗତମାସରେ ବଡ଼ ଭଉଣୀ ଗୀତ ମେହେଟାଙ୍କ ପରଲୋକ ଘଟିଥିବାରୁ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଜନ୍ମଦିନ ପାଳନ କରିବେ ନାହିଁ ।
ବିଜେଡି ବିଧାୟକଙ୍କୁ ଗାଦିଚ୍ୟୁତ କରିବାକୁ କର୍ମୀଙ୍କୁ ଶପଥ ପାଠ କରାଉଛନ୍ତି ଜିଲ୍ଲା ଉପସଭାପତି। ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କ ବିରୋଧରେ ଏ ହେଉଛି ଦଳୀୟ ନେତା ଓ କର୍ମୀଙ୍କ ମେଳି ।
ଡେରାସ ଜମି ଦୁର୍ନୀତି ବିରୋଧରେ ବିଶାଳ ଜନ ଆନ୍ଦୋଳନ । ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ଜମି ଦୁର୍ନୀତି ହେଉଥିବା ଅଭିଯୋଗ ଆଣି ଭୁବନେଶ୍ୱର ସାଂସଦ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ।
ସୋର ବିଜେଡି ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ଖୋଲାଖୋଲି ବିରୋଧ । ଖୋଦ୍ ବିଜେଡିରେ ଏବେ ପର୍ଶୁରାମ ଧଡାଙ୍କ ବିରୋଧରେ ବାହାରିଛି ଆଉ ଏକ ଗୋଷ୍ଠୀ ।
ନାରୀ ନିର୍ଯାତନା ବିବାଦରେ ଫସିଥିବା ସତ୍ତ୍ୱେ ପୁଣି ଥରେ ସମୀରଙ୍କ ପାଇଁ ଭୋଟ ମାଗିବାକୁ ନେଇ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ପ୍ରଥମେ ଗତ ୯ ତାରିଖରେ ଗାଡି ଅଟକାଇ ଗାଳିଗୁଲଜ କଲେ । ଏନେଇ ଗୋପ ଥାନାରେ ଏତଲା ଦେବାରୁ, ୧୧ ତାରିଖରେ ଦୀଘାଳ ଠାରେ ତାଙ୍କ ଗାଡିକୁ ଭଙ୍ଗାରୁଜା କରିବା ସହ ତାଙ୍କ ଉପରେ ଆକ୍ରମଣ ଏବଂ ଅସଦାଚରଣ କରିଥିବା ସେ ଅଭିଯୋଗ କରିଛନ୍ତି ।
କୁହାଯାଏ ଏବେକାର ସ୍ଥିତି ବିପକ୍ଷ ଦଳ ପାଇଁ ଅନୂକୁଳ। ଏବେ ଦକ୍ଷିଣ ଦଖଲ ପାଇଁ କଂଗ୍ରେସ ଯେଉଁ ରଣହୁଙ୍କାର ଦେଇଛି, ତାଙ୍କ ପାଇଁ ଗଞ୍ଜାମ ଏକ ବଡ ଆହ୍ୱାନ ହେବ। ଅବଶ୍ୟ ଏଠାରେ କଂଗ୍ରେସର ଗୋଟିଏ ଆସନ (ସାନଖେମୁଣ୍ଡି) ରହିଛି, କିନ୍ତୁ ସମଗ୍ର ଜିଲ୍ଲାର ନେତୃତ୍ୱ ନେବା ଭଳି ନେତା କାହାନ୍ତି?
ବିଜେଡି ବିଧାୟକ ସମୀର ଦାଶଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଖୋଦ ବିଜେଡିର ଜଣେ ମହିଳା କର୍ମୀ ।
୨୪ ନିର୍ବାଚନ ପୂର୍ବରୁ ଟିକଟ କସରତ । ଫୋକସରେ ପଶ୍ଚିମ ଓଡ଼ିଶାର ପଲଟିକାଲ ସ୍ପଟ୍ ସମ୍ବଲପୁର । ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ କିଏ ହେବ ପ୍ରାର୍ଥୀ ଚର୍ଚ୍ଚା ଜୋରଦାର..