Advertisment

ଆସନ୍ତାକାଲି ଓଡ଼ିଶାରେ ‘ପିଏମ୍‌ଶ୍ରୀ’ର ହେବ ଶୁଭାରମ୍ଭ, ଶୁଭାରମ୍ଭ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଦେଶରେ ସ୍କୁଲ୍ ଶିକ୍ଷାର ମାନ ବୃଦ୍ଧି ତଥା ଭିତ୍ତିଭୂମିର ବିକାଶ ଲାଗି କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସ୍କୁଲ୍ ଫର୍ ରାଇଜିଂ ବା ପିଏମଶ୍ରୀ ଯୋଜନା। ରାଜ୍ୟ ସରକାର ଏଥିରେ ପଛଘୁଞ୍ଚା ଦେଉଥିଲେ ବି ଆସନ୍ତାକାଲି ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ସ୍କୁଲ୍ ଗୁଡ଼ିକରେ ଏହାର ଶୁଭାରମ୍ଭ ହେବାକୁ ଯାଉଛି।

author-image
Santosh Kumar Sahoo
undefined

PM Shri Scheme

ଦେଶରେ ଶିକ୍ଷା ଭିତ୍ତିଭୂମି ସଜାଡ଼ିବାକୁ କେନ୍ଦ୍ର ସରକାରଙ୍କ ପିଏମ୍‌ଶ୍ରୀ ଯୋଜନା। ତିନି ତିନି ଥର ଚିଠି ଲେଖିବା ପରେ ବି ରାଜ୍ୟ ସରକାର ଏଯାଏଁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ସହ ଏନେଇ ଚୁକ୍ତି ସ୍ୱାକ୍ଷର କରୁନାହାନ୍ତି। ଏଭଳି ସ୍ଥିତିରେ କାଲି ଓଡ଼ିଶାର ସମସ୍ତ ନବୋଦୟ ଏବଂ କେନ୍ଦ୍ରୀୟ ବିଦ୍ୟାଳୟରେ ଏହାର ଶୁଭାରମ୍ଭ ପାଇଁ ସରିଛି ପ୍ରସ୍ତୁତି । ଅର୍ଥାତ୍ କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ସ୍କୁଲରେ ଏହାକୁ ଲାଗୁ କରି ଏକ କଡ଼ା ସନ୍ଦେଶ ଦେବାକୁ ଯୋଜନା କରାଯାଇଛି। ଯାହାକୁ ନେଇ ତେଜିଛି ରାଜନୀତି।

Advertisment

ଦେଶରେ ସ୍କୁଲ୍ ଶିକ୍ଷାର ମାନ ବୃଦ୍ଧି ତଥା ଭିତ୍ତିଭୂମିର ବିକାଶ ଲାଗି କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସ୍କୁଲ୍ ଫର୍ ରାଇଜିଂ ବା ପିଏମଶ୍ରୀ ଯୋଜନା। ରାଜ୍ୟ ସରକାର ଏଥିରେ ପଛଘୁଞ୍ଚା ଦେଉଥିଲେ ବି ଆସନ୍ତାକାଲି ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ସ୍କୁଲ୍ ଗୁଡ଼ିକରେ ଏହାର ଶୁଭାରମ୍ଭ ହେବାକୁ ଯାଉଛି। ଏଥିପାଇଁ ସମସ୍ତ ନବୋଦୟ ଏବଂ କେନ୍ଦ୍ରୀୟ ବିଦ୍ୟାଳୟରେ ସରିଛି ପ୍ରସ୍ତୁତି। ସ୍କୁଲ ବୋର୍ଡ ଏବଂ ବାହାରେ ଲଗାଯାଇଛି ପିଏମଶ୍ରୀ ଯୋଜନାର ପୋଷ୍ଟର। ଆସନ୍ତାକାଲି ଅପରାହ୍ଣରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ଏହି ଯୋଜନାର ଶୁଭାରମ୍ଭ କରିବେ।

ଏହି ଯୋଜନାରେ ସାରା ଦେଶରେ ୧୪ ହଜାର ୫୦୦ରୁ ଅଧିକ ସ୍କୁଲର ହେବ ରୂପାନ୍ତରୀକରଣ। ଏଥିପାଇଁ ୨୭ ହଜାର ୩୬୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଜାତୀୟ ଶିକ୍ଷା ନୀତି ଆଧାରରେ ସ୍କୁଲରେ ହେବ ସ୍ମାର୍ଟ କ୍ଲାସରୁମ୍ । ସ୍କୁଲ ବିଲଡିଂର ଅପଗ୍ରେଡେସନ୍ ହେବ। ଆଦର୍ଶ ତଥା ମଡେଲ୍ ସ୍କୁଲ ଭାବରେ ବିକଶିତ କରାଯିବ । ଅତ୍ୟାଧୁନିକ ଲ୍ୟାବ୍, ଲାଇବ୍ରେରୀ ସହ ଲାଟେଷ୍ଟ ଟେକ୍ନୋଲଜି ବ୍ୟବହାର ହେବ। ପ୍ଲେ ସ୍କୁଲ ସହ ଦ୍ୱାଦଶ ଶ୍ରେଣୀ ଯାଏଁ ଶିକ୍ଷାଦାନ ହେବ । ଡିସ୍କଭରୀ ଅରିଏଣ୍ଟେଡ୍ ଏବଂ ଲର୍ଣ୍ଣିଂ ସେଣ୍ଟ୍ରିକ୍ ଟିଚିଂ ମେଥଡ୍ ଲାଗୁ ହେବ। ଫଳରେ ପିଲାଙ୍କ ମଧ୍ୟରେ ନୂଆ ଜିନିଷ ଶିଖିବା ଏବଂ ଖୋଜିବାର କ୍ଷମତା ବିକଶିତ ହେବ। ଚୁକ୍ତି ସ୍ୱାକ୍ଷର କରିଥିବା ରାଜ୍ୟଠାରୁ ସ୍କୁଲ୍ ତାଲିକା ପାଇବା ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଅନୁଦାନ ଦେବେ।

Advertisment

ପିଏମଶ୍ରୀ ସ୍କୁଲ ପାଇଁ ଅଧିକାଂଶ ରାଜ୍ୟ, କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ସହ ଚୁକ୍ତି ସ୍ୱାକ୍ଷରିତ କରିସାରିଥିବା ବେଳେ ଓଡ଼ିଶା କିନ୍ତୁ ଏଯାଏଁ ନିରବ ରହିଛି। ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତିନି ତିନି ଥର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କଲେଣି। ଏହାପରେ ବି ଚୁକ୍ତି ସ୍ୱାକ୍ଷର କରୁନାହାଁନ୍ତି ରାଜ୍ୟ ସରକାର। ତେଣୁ କେନ୍ଦ୍ର ସରକାରଙ୍କ ପରିଚାଳିତ ସ୍କୁଲରେ ଆଗ ଲାଗୁ କରି ରାଜ୍ୟ ସରକାରଙ୍କୁ କଡ଼ା ସନ୍ଦେଶ ଦେବାକୁ ଚେଷ୍ଟା କରାଯାଇଥିବା ଚର୍ଚ୍ଚା ହେଉଛି।

ପ୍ରଶ୍ନ ଉଠୁଛି, ଯେତେବେଳେ ରାଜ୍ୟରେ ଶିକ୍ଷା ଭିତ୍ତିଭୂମିର ବିକାଶର ଆବଶ୍ୟକତା ଅଛି, ଶିକ୍ଷକ ପଦବି ପୂରଣ ଲାଗି ଦାବି ବଢୁଛି, ସେଠି ରାଜ୍ୟ ସରକାର ପିଏମଶ୍ରୀ ପାଇଁ କାହିଁକି ପଛଘୁଞ୍ଚା ଦେଉଛନ୍ତି ? ପିଏମ୍‌ଶ୍ରୀ ଲାଗୁ ହେଲେ ଫାଇଭ-ଟି ସ୍କୁଲ୍ ରୂପାନ୍ତରୀକରଣର ଅସଲ ଚିତ୍ର ଖୋଲିଯିବାର ଭୟ ରାଜ୍ୟ ସରକାରକୁ ଘାରିଛି କି ? ନା ସ୍କୁଲ୍‌ମାନଙ୍କରେ ପିଏମଶ୍ରୀ ଲୋଗୋ ଲାଗିଲେ ଶ୍ରେୟ ମୋଦିଙ୍କୁ ଯିବ ସେଥିପାଇଁ ପଛଘୁଞ୍ଚା। 

Odisha Dharmendra Pradhan PM SHRI
Advertisment
Advertisment