Advertisment

ଉପବାଚସ୍ପତି ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲ, ଆସନ୍ତାକାଲି ନିର୍ବାଚନ

ଆସନ୍ତାକାଲି ବିଧାନସଭା ଉପବାଚସ୍ପତି ନିର୍ବାଚନ....ଗତ ୮ତାରିଖରେ ଇସ୍ତଫା ଦେଇଥିଲେ ରଜନୀକାନ୍ତ ସିଂହ...

author-image
Prangyan Parimita
ଅଦ୍ୟତନ ହୋଇଛି
 Odisha Assembly Deputy Speaker Election

Deputy Speaker

ଓଡ଼ିଶା ବିଧାନସଭା ଉପବାଚସ୍ପତି ନିର୍ବାଚନ ଲାଗି ଆଜି ହେବ ନାମାଙ୍କନ ଦାଖଲ। ଆସନ୍ତାକାଲି ନିର୍ବାଚନ ହେବ। ଗତ ୮ ତାରିଖରେ ଉପବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ରଜନୀକାନ୍ତ ସିଂହ। ୨୦୧୯ରୁ ଉପବାଚସ୍ପତି ଭଳି ସାମ୍ବିଧାନିକ ପଦରେ ଥିବାରୁ ସଂଗଠନକୁ ଗୁରୁତ୍ୱ ଦେଇପାରିନଥିଲେ ରଜନୀକାନ୍ତ।

Advertisment

ବାଚସ୍ପତିଙ୍କୁ ଇସ୍ତଫା ପତ୍ର ଦେବା ପରେ ସେ ନିଜ ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀ ଅନୁଗୁଳର ସଂଗଠନ ଦାୟିତ୍ୱ ନେବେ ବୋଲି ଗଣ ମାଧ୍ୟମକୁ କହିଥିଲେ ।..ଆଜି ନାମାଙ୍କନ ଦାଖଲ ଥିବା ବେଳେ ଶାସକ ଦଳ ବିଜେଡି ପାଖରେ ସମସ୍ୟା ହେଲା ପ୍ରାର୍ଥୀ ଚୟନ। ବାଚସ୍ପତି ଉପକୂଳ ଓଡ଼ିଶାର ହୋଇଥିବାରୁ ଉପବାଚସ୍ପତି ପଶ୍ଚିମ କିମ୍ବା ଉତ୍ତର ଓଡ଼ିଶାରୁ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଉପବାଚସ୍ପତି ପଦ ଲାଗି ବରିଷ୍ଠ ନା ଯୁବ ଚେହେରାଙ୍କ ଉପରେ ଦଳ ଭରସା କରିବ ତା’କୁ ନେଇ ଅଙ୍କ କସୁଛି ବିଜେଡି । ତେବେ ଚୂଡାନ୍ତ ନିଷ୍ପତ୍ତି ସୁପ୍ରିମୋଙ୍କ ହାତରେ ।

Advertisment

 ଆଗକୁ ସାଧାରଣ ନିର୍ବାଚନ । ସରକାରୀ ଦଳର ଫୋକସ ଏବେ ସଂଗଠନ ଉପରେ । କାରଣ ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ଜିଲ୍ଲା ତଥା ନିର୍ବାଚନ ମଣ୍ଡଳୀ ଅନୁଗୁଳରେ ସଂଗଠନ ଦୁର୍ବଳ ହେବା କାରଣରୁ ସେ ଇସ୍ତଫା ଦେଇ ସଂଗଠନ ସଜାଡିବା କାମରେ ଲାଗିଛନ୍ତି । ତେବେ ରାଜନୈତିକ ସମୀକ୍ଷକଙ୍କ ମତରେ ପଶ୍ଚିମ ଓଡ଼ିଶାରେ କୋଶଳ ରାଜ୍ୟ ଗଠନ ଟେନସନକୁ ପ୍ରଶମିତ କରିବା ପାଇଁ ପଶ୍ଚିମ ଓଡ଼ିଶାର ଜଣେ ବିଧାୟକଙ୍କୁ ଉପ ବାଚସ୍ପତି ପଦ ମିଳିପାରେ । 

ସେପଟେ ଆସନ୍ତାକାଲିଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ। ଏହାପୂର୍ବରୁ ଆଜି ବାଚସ୍ପତି ଡାକିଛନ୍ତି ସର୍ବଦଳୀୟ ବୈଠକ। ଆଉ କିଛି ସମୟ ପରେ ବିଧାନସଭାରେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ। ଗୃହ କାର୍ଯ୍ୟ ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକରେ ସବିଶେଷ ଭାବେ ଆଲୋଚନା କରାଯିବ।

Odisha Assembly Deputy Speaker
Advertisment
Advertisment