Advertisment

‘ଶୀଘ୍ର ଖୋଲାଯାଉ ରତ୍ନଭଣ୍ଡାର’ : ମହାପ୍ରଭୁଙ୍କ ଦର୍ଶନ ପରେ କହିଲେ କେନ୍ଦ୍ରମନ୍ତ୍ରୀ

କୀର୍ତ୍ତିରାଜିକୁ ନୂଆ ପ୍ରକଳ୍ପରେ ସ୍ଥାନ ଦିଆଯାଉ…ରତ୍ନଭଣ୍ଡାର ଶୀଘ୍ର ଖୋଲାଯାଉ କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…ଶ୍ରୀଜିଉଙ୍କୁ ଦର୍ଶନ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା …

author-image
Prangyan Parimita
ଅଦ୍ୟତନ ହୋଇଛି
Dharmendra Pradhan

Dharmendra Pradhan

‘ରତ୍ନ ଭଣ୍ଡାର ଶୀଘ୍ର ଖୋଲାଯାଉ । ଯେଉଁ ମଠ ଓ ମନ୍ଦିର ଓ ପୁରୁଣା କୀର୍ତ୍ତିରାଜି ଭଙ୍ଗାଯାଇଛି ତାହାକୁ ନୂଆ ପ୍ରକଳ୍ପରେ ସ୍ଥାନ ଦିଆଯାଉ । ଆଜି ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Advertisment

ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯିବାକୁ ନେଇ ଧର୍ମେନ୍ଦ୍ର କହିଛନ୍ତି, ଯେତେ ସୁବିଧାରେ ଶ୍ରଦ୍ଧାଳୁ ଦର୍ଶନ କରିବେ ସେତେ ଭଲ । 'ପରିକ୍ରମା ପ୍ରକଳ୍ପ ସହ ଉଭୟ କେନ୍ଦ୍ର ଓ ରାଜ୍ୟ ମନ୍ଦିର ପ୍ରତି ଧ୍ୟାନ ଦେବା ଉଚିତ୍ । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଏଏସଆଇ ନାଟମଣ୍ଡପ ମରାମତି କାର୍ଯ୍ୟ କରିବାକୁ ପ୍ରସ୍ତୁତ କରିଥିବା ପ୍ଲାନ ଦେଖିଥିଲେ ।

ଏଥିସହିତ ଲୁହା ବିମ ସବୁକୁ କାଢି ଷ୍ଟିଲ ବିମ ସବୁକୁ ଇଂଷ୍ଟଲ କରିବାକୁ ଏଏସଆଇ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ କେନ୍ଦ୍ରମନ୍ତ୍ରୀ। ପୁରୀ ଗସ୍ତ ଅବସରରେ ଧର୍ମେନ୍ଦ୍ର ସଦାଶିବ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ଆଲୋଚନା ଚକ୍ରରେ ଭାଗନେବେ । ଏଥିସହ ଦୁଇଟି ଭାଷାରେ ଅନୁବାଦିତ ହୋଇଥିବା ଲକ୍ଷ୍ମୀପୁରାଣ ସଙ୍କଳନର ଉନ୍ମୋଚନ କରିବେ ।

Advertisment

ସେପଟେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ନେଇ ପ୍ରତିକ୍ରିୟା ରଖିଲେ ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟ। ସେ କହିଛନ୍ତି, ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସମସ୍ତେ ଆମୋଦିତ ଅଛନ୍ତି। ଆମକୁ ସମୟକୁ ଅପେକ୍ଷା କରିବାକୁ ପଡିବ। ମୁଖ୍ୟମନ୍ତ୍ରୀ ଅନ୍ୟାୟକୁ କେବେ ପ୍ରଶ୍ରୟ ଦିଅନ୍ତି ନାହିଁ । ଯାହା କିଛି ଚାଲିଛି ତାହା ସୂଚାରୁ ରୂପେ ପାଳନ କରାଯାଉଛି ।

ଅନ୍ୟପଟେ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ପରିଚାଳନା କମିଟିରେ ନିଷ୍ପତି ହୋଇଛି। କାର୍ତ୍ତିକ ପୂର୍ଣ୍ଣିମା ପରେ ସ୍କାନିଂ କରାଯିବ ତାପରେ ରତ୍ନଭଣ୍ଡାର ବାହାର ପାର୍ଶ୍ୱ ଓ ଅନ୍ୟାନ୍ୟ ପାର୍ଶ୍ୱ ଦେବାଦେବୀ ମନ୍ଦିରକୁ ସବୁ ଲେଜର ସ୍କାନିଂ ହେବ। ୨୮ ତାରିଖରେ ସ୍କାନିଂ ଆରମ୍ବ ହେବ। ରିପୋର୍ଟ ଆସିବା ପରେ ପରିଚାଳନା କମିଟି ଆଲୋଚନା କରି ଫାଇନାଲ କରାଯିବ ବୋଲି କହିଛନ୍ତି ପରିଚାଳନା କମିଟି ସଦସ୍ୟ।..

Dharmendra Pradhan Union Minister Ratna Bhandar
Advertisment
Advertisment