Advertisment

ଆଦିବାସୀ ଜମିଜମା ସଂଶୋଧନ ପ୍ରସ୍ତାବରେ ହଠାତ୍ ରୋକ୍

କ୍ୟାବିନେଟ ଅନୁମୋଦନ ପରେ ମାତ୍ର ୪୮ ଘଣ୍ଟା ଭିତରେ ଲାଗିଲା ରୋକ୍। ଉଠିଲା ସରକାରୀ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ। ତେବେ ଆଦିବାସୀ ଜମିଜମା ସଂଶୋଧନ ପ୍ରସ୍ତାବକୁ କ୍ୟାବନେଟ୍ ମୋହର ପରେ କାହିଁକି ସରକାର ସ୍ଥଗିତ କଲେ। ଆଦିବାସୀମାନେ ଅଣ ଆଦିବାସୀଙ୍କୁ ଜମି ହସ୍ତାନ୍ତର କରିପାରିବେ ବୋଲି ପ୍ରସ୍ତାବକୁ ଚାରିଆଡୁ ବିରୋଧ ସହ ଆଇନଗତ ଅଡୁଆ ବି ଥିଲା ....

author-image
Santosh Kumar Sahoo
ଅଦ୍ୟତନ ହୋଇଛି

କ୍ୟାବିନେଟ ମୋହର ମାରିଲା । ଆଉ ୪୮ ଘଣ୍ଟା ପରେ ରୋକ୍ ଲାଗିଲା। ଆଦିବାସୀ ଜମିଜମା ବିକ୍ରୀ ସଂଶୋଧନ ପ୍ରସ୍ତାବକୁ ଗତ ୧୪ ତାରିଖରେ କ୍ୟାବିନେଟ ମଞ୍ଜୁରୀ ମିଳିଥିଲା। ଆଦିବାସୀମାନେ ଅଣ ଆଦିବାସୀଙ୍କୁ ଜମି ହସ୍ତାନ୍ତର କରିବା ସହ ଶିକ୍ଷା, ଶିଳ୍ପ ଓ ବ୍ୟବସାୟ ପାଇଁ ବ୍ୟାଙ୍କରେ ଜମିକୁ ବନ୍ଧକ ରଖିପାରିବେ ବୋଲି ପ୍ରସ୍ତାବରେ ଉଲ୍ଲେଖ ଥିଲା। ମାତ୍ର ଏହି ବିବାଦୀୟ ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିବା ଦିନ ଠାରୁ ହିଁ ବିବାଦ ଆରମ୍ଭ ହୋଇଥିଲା। ବିରୋଧୀ ବିଜେପି ଓ କଂଗ୍ରେସ ସରକାରଙ୍କୁ ଏହି ଆଦିବାସୀ ମାରଣ ନୀତି ଲାଗି କଡା ଭାଷାରେ ସମାଲୋଚନା କରିଥିଲେ। ଏହାଦ୍ୱାରା ଆଦିବାସୀଙ୍କ ଜମି ସୁରକ୍ଷିତ ରହିବ ନାହିଁ ବରଂ କମ୍ ଦାମରେ ଅନ୍ୟମାନେ ଜମିକୁ ହଡ଼ପ କରିନେବେ। ଖାଲି ସେତିକି ନୁହେଁ, ଏହି ସମ୍ପ୍ରଦାୟ ଯେ ସମ୍ପୂର୍ଣ୍ଣ ଭୂମିହୀନ ହୋଇଯିବେ ସେ ଆଶଙ୍କାକୁ ବି ଏଡ଼ା ଯାଇନପାରେ। ବିରୋଧୀଙ୍କ ବାରମ୍ୱାର ଆକ୍ରମଣ ପରେ ଗତକାଲି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ସୋସିଆଲ୍ ମିଡିଆରେ ପୋଷ୍ଟ କରି କ୍ୟାବିନେଟର ଏହି ନିଷ୍ପତିକୁ ସ୍ଥଗିତ ରଖାଯାଇଥିବା ନେଇ ସୂଚନା ଦେଇଛନ୍ତି। କ୍ୟାବିନେଟ ନିଷ୍ପତ୍ତିକୁ ସେଦିନ ଭୁରି ଭୁରି ପ୍ରଶଂସା କରିଥିବା ରାଜସ୍ୱ ମନ୍ତ୍ରୀ ଆଜି କିନ୍ତୁ ପୁରା ୟୁଟର୍ଣ୍ଣ ନେଇଛନ୍ତି। କହିଛନ୍ତି କ୍ୟାବିନେଟ ପ୍ରସ୍ତାବଟିକୁ ପାରିତ କରିନଥିଲା, କେବଳ ଆଲୋଚନା ହୋଇଥିଲା।

Advertisment
Odisha Cabinet Meeting Sudam Marandi
Advertisment
Advertisment