/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700192316.jpg)
Assembly elections 2023: Voting begins on all 230 seats in Madhya Pradesh, 70 seats in Chhattisgarh
ଆଜି ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ। ମଧ୍ୟପ୍ରଦେଶର ସମସ୍ତ ୨୩୦ଟି ଆସନ ପାଇଁ ଆଜି ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ। ସେପଟେ ଛତିଶଗଡ ବିଧାନସଭା ପାଇଁ ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ। ଛତିଶଗଡ଼ର ୭୦ଟି ଆସନ ପାଇଁ ସକାଳୁ ମତଦାନ ଆରମ୍ଭ ହୋଇଛି। ମୋଟ ୯୫୮ ଜଣ ପ୍ରାର୍ଥୀଙ୍କର ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ ୧ କୋଟି ୬୩ ଲକ୍ଷ ୧୪ ହଜାର ୪୭ ଜଣ ଭୋଟର। ଏଥିପାଇଁ ୧୮ ହଜାର ୮୩୩ ଟି ବୁଥ୍ କରାଯାଇଛି। ଛଡ଼ିଶଗଡରେ ପ୍ରାୟ ୩୫ ଲକ୍ଷ ଓଡ଼ିଆ ବସବାସ କରୁଥିବା ବେଳେ ସେମାନଙ୍କ ଭୋଟ ଗୁରୁତ୍ୱ ବହନ କରୁଛି। ...
ଛତିଶଗଡ଼ର ୭୦ଟି ଆସନ ପାଇଁ ସକାଳୁ ମତଦାନ ଆରମ୍ଭ ହୋଇଛି । ମୋଟ ୯୫୮ ଜଣ ପ୍ରାର୍ଥୀଙ୍କର ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ ୧ କୋଟି ୬୩ ଲକ୍ଷ ୧୪ ହଜାର ୪୭ ଜଣ ଭୋଟର । ଏଥିପାଇଁ ୧୮ ହଜାର ୮୩୩ ଟି ବୁଥ୍ କରାଯାଇଛି ।..#Chattishgarh#Electionpic.twitter.com/qCmTup8XBc
— ଓଟିଭି (@otvkhabar) November 17, 2023
ମଧ୍ୟ ପ୍ରଦେଶରେ ବିଜେପି ଓ କଂଗ୍ରେସ ମଧ୍ୟରେ ସିଧା ସଳଖ ମୁକାବିଲା ହେଉଛି। ଗତ ବିଧାନସଭା ନିର୍ବାଚନରେ ଭୋଟ ହାର ବିଜେପି ଓ କଂଗ୍ରେସ ମଧ୍ୟରେ ମାତ୍ର ଅଧା ପ୍ରତିଶତରୁ କମ ବ୍ୟବଧାନ ରହିଥିଲା। ବିଜେପିକୁ ୪୧.୦୨ ପ୍ରତିଶତ ଭୋଟ ମିଳିଥିଲାବେଳେ କଂଗ୍ରେସ ହାତେଇଥିଲା ୪୦.୮୯ ପ୍ରତିଶତ ଭୋଟ୍। ଉଭୟ ଦଳର ଭୋଟ ବ୍ୟବଧାନ ମାତ୍ର ୦.୧୩ ପ୍ରତିଶତ ଥିଲା। ତେବେ କଂଗ୍ରେସ ୧୧୪ ଆସନ ଜିତିଥିବାବେଳେ ବିଜେପି ଖାତାକୁ ଆସିଥିଲା ୧୦୯ ଆସନ। କମଳନାଥ ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ କଂଗ୍ରେସ ଦଳରେ ବିଦ୍ରୋହ ଯୋଗୁ ସରକାର ଭାଙ୍ଗିଯାଇଥିଲା। ୨୦୨୦ ମାର୍ଚ ୨୩ରେ ବିଜେପିର ବରିଷ୍ଠ ନେତା ଶିବରାଜ ସିଂ ଚୌହାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏଥର ଉଭୟ ଦଲ ନିଜ ନିଜ ବିଜୟ ନେଇ ବେଶ ଆଶାବାଦୀ ।
ଏପଟେ ଛତିଶଗଡରେ ୩୦ ପ୍ରତିଶତ ଭୋଟର ଅନୁସୂଚିତ ଜନଜାତିର। ତେଣୁ ଆଦିବାସୀ ଭୋଟ ଉପରେ ଉଭୟ କଂଗ୍ରେସ ଓ ବିଜେପି ଗୁରୁତ୍ୱ ଦେଇଛନ୍ତି। ଛତିଶଗଡରେ ବି କଂଗ୍ରେସ ଓ ବିଜେପି ମଧ୍ୟରେ ସିଧାସଳଖ ଟକ୍କର ଦେଖିବାକୁ ମିଳିଛି। ବର୍ତ୍ତମାନ ରାଜ୍ୟରେ କଂଗ୍ରେସ ସରକାର ରହିଛି। ତେବେ ଉଭୟ ଦଳ ନିଜ ନିଜର ବିଜୟ ନେଇ ଦାବି କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)