ମଧ୍ୟାହ୍ନରେ ଆକାଶ ସଫା ହୋଇ ଆସିଲାଣିର ବୟାନ। ଆଉ ଅପରାହ୍ଣ ହେଉ ହେଉ ସୋସିଆଲ୍ ମିଡିଆରେ ପୋଷ୍ଟ, ଏଥର ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏକାକୀ ଲଢ଼ିବ।
ମେଣ୍ଟ ଚର୍ଚ୍ଚା ଉପରେ ବିଜେପି ପୂର୍ଣ୍ଣଚ୍ଛେଦ ପକାଇବା ପରେ, ବିଜେଡି ବି ଏକାକୀ ଲଢ଼ିବ ବୋଲି ସ୍ପଷ୍ଟ କରିଛି ।
ବିଜେଡି ଛାଡ଼ିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ। ପ୍ରେସ୍ମିଟ୍ କରି ସେ କହିଛନ୍ତି ଯେ, ତାଙ୍କ ଇସ୍ତଫା ପତ୍ର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି।
ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭାରେ ଏକା ଲଢ଼ିବ ବିଜେପି। ‘ଏକ୍ସ’ ଜରିଆରେ ସ୍ପଷ୍ଟ କଲେ ମନମୋହନ ସାମଲ।
ଆରପାରିରେ ଓଡ଼ିଶା ରାଜନୀତିର ମହାଦ୍ରୁମ ତଥା ବାକ୍ୟ ବାଣ ଭାବରେ ପରିଚିତ ଦାମୋଦର ରାଉତ..
ରାଜନୀତିର ବଦନାମ ସର୍ତ୍ତ....ସ୍ତ୍ରୀକୁ ବଦନାମ କର, ନିଅ ଏମଏଲଏ ଟିକେଟ ! ବିଧାୟକ ଟିକେଟ ପାଇଁ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରିବାକୁ ସ୍ୱାମୀ ଆଗରେ ଥିଲା ସର୍ତ୍ତ । ଜଣେ ମହିଳା ବିଧାୟିକାଙ୍କ ଚାଞ୍ଚଲ୍ୟକର ବୟାନ ପରେ ସାରା ଦେଶରେ କମ୍ପନ ।
ଜବାନିରେ ବାର୍ଦ୍ଧକ୍ୟ ! କଣ ଆରମ୍ଭରୁ ଠେଲା ରୋଗ.. ଅରଖ ନୂଆ ବସର ଏମିତି ଅବସ୍ଥା !
ରାଜ୍ୟ ରାଜନୀତି ପାଇଁ ଦାମଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି। ଦାମଙ୍କ ଦେହାନ୍ତରେ ଭାଙ୍ଗି ପଡ଼ିଛନ୍ତି ପୂରା ପରିବାର।
ଦାମ ରାଉତଙ୍କ ଦେହାନ୍ତରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି। ବିଭିନ୍ନ ରାଜନୈତିକ ଦଳର ବିଶିଷ୍ଟ ନେତାମାନେ ଶୋକ ପ୍ରକାଶ କରିଛନ୍ତି।
ଘରୋଇ ହସ୍ପିଟାଲକୁ ନେବା ଭିତରେ ବ୍ରେନକୁ ବ୍ଲଡ ଓ ଅକ୍ସିଜେନ୍ ସପ୍ଲାଇ କମିଯାଇଥିଲା ବୋଲି କହିଛନ୍ତି ସମ୍ବିତ। ଘରୋଇ ହସ୍ପିଟାଲରେ ପହଞ୍ଚିବା ପରେ ତାଙ୍କୁ ସିପିଆର୍ ଦିଆଯାଇଥିଲା ଏବଂ ହାର୍ଟ ଚାଲିଥିଲା।
ଆପଣଙ୍କ ବିଧାୟକଙ୍କ ସଂପତ୍ତି କେତେ ? ବାର୍ଷିକ ଆୟ କେତେ ? ଋଣ ଭାର କେତେ ? ସାଧାରଣ ନିର୍ବାଚନ ପୂର୍ବରୁ ସଦ୍ୟତମ ADR ରିପୋର୍ଟରୁ ସାମ୍ନାକୁ ଆସିଛି ବିଧାୟକମାନଙ୍କ ଆର୍ଥିକ ସ୍ୱାସ୍ଥ୍ୟର ସ୍ଥିତି।
ବିଜେଡିର ଗଞ୍ଜାମ କସରତ। ନବୀନ ନିବାସରେ ହେଲା ସମୀକ୍ଷା, ସୁପ୍ରିମୋ ଦେଲେ ଟିକେଟ୍ ପାଇଁ ଗ୍ରୀନ ସିଗନାଲ୍। ସକାଳ ସାଢେ ଦଶଟାରୁ ଆରମ୍ଭ ହୋଇଥିଲା ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ବୈଠକ।
ସମୟ ଯେତେ ଗଡୁଛି, ସେତେ କମୁଛି ମେଣ୍ଟ ସମ୍ଭାବନା। ଛିଡୁନି ଅଙ୍କ, ମେଣ୍ଟ ଆଶା କ୍ଷୀଣ। ଏପଟେ ଉଭୟ ବିଜେଡି ଓ ବିଜେପି ଚଳାଇଛନ୍ତି ଏକାକୀ ନିର୍ବାଚନୀ କସରତ। ଅଧିକାଂଶ ସିଟରେ ପ୍ରାର୍ଥୀ ଫାଇନାଲ କରିସାରିଲାଣି ବିଜେପି।
ଚର୍ଚ୍ଚା ହେଉଛି ବ୍ରହ୍ମପୁର ସାଂସଦ ଭାବେ ଚନ୍ଦ୍ରଶେଖର ସାହୁଙ୍କୁ ଦଳ ରିପିଟ୍ କରିପାରେ। ବିପ୍ଲବଙ୍କୁ ଦିଗପହଣ୍ଡି, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗୋପାଳପୁରରୁ ଟିକେଟ ମିଳିପାରେ।
ଦିଲ୍ଲୀରେ ଆୟୋଜିତ ଏକ ପ୍ରେସମିଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ପ୍ରମୁଖ ଏନେଇ ବିଜେପି ବିରୋଧରେ ବର୍ଷିଛନ୍ତି।
ନିର୍ବାଚନ ସମୟରେ ଅନେକ ସାମ୍ବାଦିକଙ୍କୁ ନିଜ ନିଜର ନିର୍ବାଚନ ମଣ୍ଡଳୀଠୁ ଦୂରରେ ରହି କାର୍ଯ୍ୟ ସମ୍ପାଦନ କରିବାକୁ ପଡ଼ିଥାଏ। ଏଣୁ ସେମାନେ ନିଜ ନିର୍ବାଚନ ମଣ୍ଡଳୀରେ ମତଦାନ କରିପାରୁନଥିଲେ । ଏହି ଅସୁବିଧାକୁ ଦୃଷ୍ଟିରେ ରଖି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ବିଜେପି-ବିଜେଡି ମେଣ୍ଟ ଦ୍ବନ୍ଦ୍ବରେ ପଡ଼ିବ କି ଫୁଲଷ୍ଟପ୍ ? ଅମିତ୍ ଶାହାଙ୍କ କୁଛ୍ ଭି ହୋ ସକତା ହେ ମନ୍ତବ୍ୟକୁ ନେଇ ଚର୍ଚ୍ଚା। ଏକା ଲଢିବୁ ନା ସାଥୀ ହେବୁ, ସ୍ଥିର କରିବେ ନଡ୍ଡା- ଅମିତ୍ ଶାହା। ବିଜେଡିର ସଂସଦୀୟ କ୍ଷେତ୍ର ୱାରି ସମୀକ୍ଷା ଜାରି
ଏକା ଲଢିବୁ ନା ସାଥୀ ହେବୁ, ସ୍ଥିର କରିବେ ନଡ୍ଡା- ଅମିତ୍ ଶାହା । ବିଜେଡିର ସଂସଦୀୟ କ୍ଷେତ୍ର ୱାରି ସମୀକ୍ଷା ଜାରି ।
ଜେଲ୍ରୁ ବାହାରିବା ପରେ ତୁରନ୍ତ ବିବାହ ବନ୍ଧନରେ ବାନ୍ଧି ହୋଇସାରିଛି । ଆଉ ନିର୍ବାଚନ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛି ।
ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହାର ନିଷ୍ପତ୍ତି ନେବେ । କିନ୍ତୁ ଶାହ ଗୋଟିଏ କଥାକୁ ବାରମ୍ବାର ଦୋହରାଇଛନ୍ତି ଯେ, ବିଜେପି ଓଡ଼ିଶାରେ ଉଭୟ ବିଧାନସଭା ଓ ଲୋକସଭାରେ ଭଲ ପ୍ରଦର୍ଶନ କରିବ ।
ବିଜେଡିରେ ମିଶିଲେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ । କାଲି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ଅଧିରାଜ ।
ବିହାରରେ ମାର୍ଚ୍ଚ ୩୦ରେ ନାମାଙ୍କନ ଯାଞ୍ଚ ହେବ। ବାକି ରାଜ୍ୟରେ ୨୮ ମାର୍ଚ୍ଚରେ ନାମାଙ୍କନ ଯାଞ୍ଚ ହେବ। ବିହାରରେ ଏପ୍ରିଲ ୨ ସୁଦ୍ଧା ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିପାରିବେ।
ପଶ୍ଚିମବଙ୍ଗ କୁଚବିହାରରେ ବିଜେପି ଓ ଟିଏମସି କର୍ମୀ ମୁହାଁମୁହିଁ । ଦିନହାଟାରେ କେନ୍ଦ୍ରମନ୍ତ୍ରୀ ତଥା କୁଚବିହାରରୁ ବିଜେପିର ଲୋକସଭା ପ୍ରାର୍ଥୀ ନିଶିଥ ପ୍ରମାଣିକଙ୍କ ଗାଡ଼ିକୁ ଅଟକାଇ, ଆକ୍ରମଣ ହୋଇଥିବା ଅଭିଯୋଗ ଆସିଛି ।
ଉଦ୍ଧବ ଠାକରେଙ୍କ କାକା ପୁଅ ଭାଇ ରାଜ୍ ଠାକରେ । ଦିଲ୍ଲୀରେ ଅମିତ ଶାହାଙ୍କ ସହିତ ଆଲୋଚନା ।
ଭୋଟ ପୂର୍ବରୁ ଅସନ୍ତୋଷ। ଆଉ ଏ ଅସନ୍ତୋଷ ହେଉଛି ଭୋଟ୍ ବେଳେ ଭଣ୍ଡେଇଥିବା ନେତାଙ୍କ ଉପରେ। ଏ କ୍ଷୋଭ, ସବୁ ଜାଣି ଅଜଣା ରହିଥିବା ପ୍ରଶାସନ ଉପରେ।