• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏବେ ନିର୍ବାଚନ ପର୍ବ ଆରମ୍ଭ ହୋଇସାରିଛି । ପାନ ଦୋକାନଠୁ ଗାଁ ଖଟି, ସବୁଠି ରାଜନୀତି ଚର୍ଚ୍ଚା । ଯିଏ ଯାହା ନେତାଙ୍କ ପାଇଁ କରୁଛନ୍ତି ପ୍ରଚାର । କର୍ମୀଙ୍କ ମଧ୍ୟରେ ହେଉଛି ଲଢ଼େଇ । ନେତାଙ୍କ ମଧ୍ୟରେ ହେଉଛି କଥା କଟାକଟି । ବାହାରୁଛି ବଡ଼ ବଡ଼ ରାଲି । ସବୁଠି ଆୟୋଜନ ହେଉଛି ସଭା ସମିତି । ଆଉ ରନ୍ଧା ଯାଉଛି ଭୋଜି । ସ୍ୱତନ୍ତ୍ର ଗୀତ ପ୍ରସ୍ତୁତ କରି ନେତା କରୁଛନ୍ତି ପ୍ରଚାର ।

ହେଲେ ଏହାରି ଭିତରେ ଏମିତି କିଛି ଘଟଣା ଦେଖିବାକୁ ମିଳୁଛି ଯାହା ସାଧାରଣ ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି । ଆଉ ତାହା ହେଲା, ନେତାଙ୍କ କ୍ୟାମ୍ପେନିଂ ଷ୍ଟାଇଲ । ପ୍ରତ୍ୟେକ ନିର୍ବାଚନ ବେଳେ ନିଆରା ଢ଼ଙ୍ଗରେ ପ୍ରଚାର କରିଥାନ୍ତି ଅଧିକାଂଶ ସ୍ୱାଧିନ ପ୍ରାର୍ଥୀ । 

ଠିକ୍ ସେହିଭଳି ଜଣେ ପ୍ରାର୍ଥୀଙ୍କ ବିଷୟରେ ଆମେ କହିବାକୁ ଯାଉଛୁ, ଯିଏ କି ପ୍ରଚାରକୁ ଗଲା ବେଳେ ବେକରେ ଚପଲ ମାଳ ପକାଇ ଯାଉଛନ୍ତି । ତାହା ପୁଣି ତାଙ୍କ ନିଜ ଇଚ୍ଛାରେ । ତେବେ ଏକଥା ଆପଣଙ୍କୁ ନିଶ୍ଚିତ ଚିନ୍ତାରେ ପକାଇଥିବ ବା ଆଶ୍ଚର୍ଯ୍ୟ କରୁଥିବ । ହେଲେ ଏକଥା ସତ । ବିଭିନ୍ନ ସ୍ଥାନରେ ସ୍ୱାଧିନ ପ୍ରାର୍ଥୀମାନେ ଏଭଳି ନିଆରା ଢ଼ଙ୍ଗରେ ପ୍ରଚାର କରୁଥିବା ଦେଖାଯାଇଛି ।

ଅଧିକ ପଢ଼ନ୍ତୁ: ଅଣ୍ଟାରେ ବନ୍ଧୁକ ରଖି ମୁଖ୍ୟମନ୍ତ୍ରୀଙ୍କୁ ପିନ୍ଧାଇଲେ ଫୁଲହାର, ଭାଇରାଲ ହେଲା ଭିଡିଓ; ଦେଖନ୍ତୁ...

ଉତ୍ତରପ୍ରଦେଶର ଆଲିଗଡ଼ ଲୋକସଭା ଆସନରୁ ସ୍ୱାଧିନ ଭାବେ ପ୍ରର୍ଥୀ ହୋଇଥିବା ପଣ୍ଡିତ କେଶବ ଦେବ ପ୍ରଚାରକୁ ଗଲା ବେଳେ ବେକରେ ଚପଲ ମାଳ ପିନ୍ଧି ଯାଉଛନ୍ତି । କାରଣ ତାଙ୍କର ଚିହ୍ନ ‘ସ୍ପିପର ଚପଲ’

ଉତ୍ତରପ୍ରଦେଶରେ ଏପ୍ରିଲ ୯ରୁ ଜୁନ୍‌ ଏକ ଯାଏଁ ନିର୍ବାଚନ ଚାଲିବ । ଆଉ ଏହାରି ଭିତରେ ଦ୍ୱିତୀୟ ପର୍ଯ୍ୟୟରେ ଅର୍ଥାତ୍‌ ୨୬ ଏପ୍ରିଲ୍‌ରେ ଆଲିଗଡ଼ରେ ଭୋଟ ଗ୍ରହଣ କରାଯିବ । ତେବେ ପଣ୍ଡିତ କେଶବ ଦେବ ବେକରେ ଚପଲ ମାଳ ପକାଇ ପ୍ରଚାର କରୁଥିବା ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି । ତାଙ୍କ ପ୍ରଚାରରେ କିଛି ସମର୍ଥକ ମଧ୍ୟ ରହିଛନ୍ତି । ଯେଉଁମାନେ ଦୁର୍ନୀତି ବିରୋଧରେ ନାରା ଦେଉଛନ୍ତି । ଆଉ ପଣ୍ଡିତ କେଶବଙ୍କୁ ଜିତାଇବା ପାଇଁ ନିବେଦନ କରୁଛନ୍ତି । ସେମାନେ କିଛି ସ୍ଥାନରେ ନିଜକୁ ଆଣ୍ଟି କରପ୍‌ସନ୍‌ ଆର୍ମି ବୋଲି କହୁଛନ୍ତି । ଆଉ କିଛି ସ୍ଥାନରେ ଭ୍ରଷ୍ଟାଚାରର ବିନାଶ କରିବା ନେଇ ନାରା ଦେଉଛନ୍ତି ।

ଗତ ୨୦୧୯ ଲୋକସଭା ନିର୍ବାଚନରେ ବିଜେପିର ସତିଶ କୁମାର ଗୌତମ ଆଲିଗଡ଼ ଆସନରୁ ବିଜୟୀ ହୋଇଥିଲେ । ସେ ମୋଟ ୬ ଲକ୍ଷ ୫୬ ହଜାର ୨୧୫ ଭୋଟ ପାଇଥିଲେ । ଅନ୍ୟପଟେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବହୁଜନ ସମାଜବାଦୀ ପାର୍ଟିର ପ୍ରାର୍ଥୀ ଅଜିତ ବଲିୟାନ୍‌ ମୋଟ ୪ ଲକ୍ଷ ୨୬ ହଜାର ୯୫୪ ଭୋଟ ପାଇଥିଲେ । ସେହିଭଳି କଂଗ୍ରେସ ପ୍ରାର୍ଥୀ ୫୦ ହଜାର ୮୮୦ ଭୋଟ ପାଇଥିଲେ ।