Advertisment

‘ଦିଲୀପ ରାୟଙ୍କୁ କେନ୍ଦ୍ରୀୟ ନେତୃତ୍ୱ ବାଛିଛନ୍ତି, ଏଥର ସେ ଲଢ଼ିବେ’

ରାଉରକେଲାରୁ ଯଦି ନିର୍ବାଚନ ଲଢ଼ନ୍ତି ଦିଲୀପ ତାହେଲେ ଏଥର ସେଠି ହେବ କଡ଼ା ମୁକାବିଲା। ବିଜେଡି ରାଉରକେଲାରୁ ଦିଲୀପଙ୍କ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ସାରଦା ନାୟକଙ୍କୁ ଟିକେଟ୍ ଦେଇଛି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Dilip Ray Will contest From rourkela

Dilip Ray

ରାଉରକେଲାରୁ ନିର୍ବାଚନ ଲଢ଼ିବେ କି ଦିଲୀପ ରାୟ? କୋଇଲା ଦୁର୍ନୀତି ମାମଲାରେ ଦିଲୀପଙ୍କୁ ଗତକାଲି ଆଶ୍ୱସ୍ତି ମିଳିବା ପରେ ଆଜି ଏନେଇ ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ବିଜେପି ଲୋକସଭା ପ୍ରାର୍ଥୀ ଜୁଏଲ ଓରାମ । ଦିଲୀପଙ୍କ ପ୍ରାର୍ଥିତ୍ୱ କେନ୍ଦ୍ରୀୟ ନେତୃତ୍ୱ ଚୂଡ଼ାନ୍ତ କରିଛନ୍ତି। କୋର୍ଟରେ ମାମଲା ଥିବାରୁ ଏନେଇ ଅପେକ୍ଷା ଥିଲା। ହେଲେ ଏନେଇ ସ୍ପଷ୍ଟ ଚିତ୍ର ଆସିବା ପରେ ତାଙ୍କ ଟିକେଟ୍ ଦିନେରୁ ଦୁଇ ଦିନ ମଧ୍ୟରେ ଘୋଷଣା ହେବ।

Advertisment

ରାଉରକେଲାରୁ ଦିଲୀପ ପ୍ରାର୍ଥୀ ହେବା ନିଶ୍ଚିତ ରହିଥିବା ସୂଚନା ଦେଇଛନ୍ତି ଜୁଏଲ। ରାଉରକେଲାର ବେଶ୍ ଜଣାଶୁଣା ଚେହେରା ହେଉଛନ୍ତି ଦିଲୀପ ରାୟ। ୧୯୮୫ରେ ରାଉରକେଲା ଚେୟାରମ୍ୟାନ୍ ଓ ପରେ ସେ ବର୍ଷ ସେଠୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପୁଣି ୧୯୯୦ ଓ ୨୦୧୪ରେ ରାଉରକେଲାରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।

ଅଧିକ ପଢ଼ନ୍ତୁ: ସମର୍ଥକ ଦେଲେ ସଂକେତ; କଂଗ୍ରେସ ଛାଡ଼ିପାରନ୍ତି ସାଲୁଜା

ରାଉରକେଲାରୁ ଯଦି ନିର୍ବାଚନ ଲଢ଼ନ୍ତି ଦିଲୀପ ତାହେଲେ ଏଥର ସେଠି ହେବ କଡ଼ା ମୁକାବିଲା। ବିଜେଡି ରାଉରକେଲାରୁ ଦିଲୀପଙ୍କ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ସାରଦା ନାୟକଙ୍କୁ ଟିକେଟ୍ ଦେଇଛି।

Advertisment

ସୂଚନାଯୋଗ୍ୟ, ବହୁଚର୍ଚ୍ଚିତ କୋଇଲା ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ଆଶ୍ୱସ୍ତି ମିଳିଛି । ସିବିଆଇ କୋର୍ଟର ଦଣ୍ଡାଦେଶ ଉପରେ ଗତକାଲି ରୋକ ଲଗାଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଦିଲୀପଙ୍କ ଉପରେ ଥିବା ଦଣ୍ଡ ଉପରେ ରହିତାଦେଶ ଜାରି ହୋଇଛି। ଏନେଇ ଖବର ସରବରାହ ସଂସ୍ଥା PTI ସୂତ୍ରରୁ ସୂଚନା ମିଳିଛି।

ତେବେ ଆସନ୍ତୁ ଜାଣିବା ଦିଲୀପଙ୍କ ବିରୋଧରେ କ’ଣ ଥିଲା ମାମଲା...

୧୯୯୯ରେ ଦିଲୀପ କେନ୍ଦ୍ରରେ କୋଇଲା ରାଷ୍ଟ୍ରମନ୍ତ୍ରୀ ଥିଲେ। ଏହି ସମୟରେ ଝାଡ଼ଖଣ୍ଡର ଗିରିଡ଼ିହ ସ୍ଥିତ ବ୍ରହ୍ମଡିହ କୋଲ୍ ବ୍ଲକ ଆବଣ୍ଟନ କରାଯାଇଥିଲା। କ୍ରାଷ୍ଟନ୍ ଟେକ୍ନୋଲୋଜି ଲିମିଟେଡକୁ କୋଲ୍ ବ୍ଲକ ମିଳିଥିଲା। ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ତଦନ୍ତ କରିଥିଲା ସିବିଆଇ। ୬ ଅକ୍ଟୋବର ୨୦୨୦ରେ ମାମଲାର ଶୁଣାଣି କରିଥିଲେ ସ୍ୱତନ୍ତ୍ର ସିବିଆଇ କୋର୍ଟ।

ଦିଲୀପଙ୍କ ସମେତ କୋଇଲା ମନ୍ତ୍ରଣାଳୟର ଦୁଇ ବରିଷ୍ଠ ଅଧିକାରୀ ପ୍ରଦୀପ ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମଙ୍କ ସମେତ କ୍ରାଷ୍ଟନ୍ ଲିମିଟେଡର ନିର୍ଦ୍ଦେଶକ ମହେନ୍ଦ୍ର ଅଗ୍ରୱାଲଙ୍କୁ ସିବିଆଇ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ଏହି ମାମଲାରେ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ । ସିବିଆଇ କୋର୍ଟ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ ଦିଲ୍ଲୀପ।

BJD BJP Congress Odisha Politics General Election 2024
Advertisment
Advertisment