/odishatv-khabar/media/post_attachments/uploadimage/library/16_9/16_9_0/High_Court_1712731265.jpg)
High Court
ମୋକିମ୍ଙ୍କୁ ହାଇକୋର୍ଟଙ୍କ ଝଟ୍କା । ORHDC ଦୁର୍ନୀତି ମାମଲାରେ ମହମ୍ମଦ ମୋକିମ୍ଙ୍କ ଉପରେ ବାଜିଲା ହାଇକୋର୍ଟଙ୍କ ଛାଟ । ମୋକିମ୍ଙ୍କ ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ । ଅନ୍ୟପଟେ ନିମ୍ନ ଅଦାଲତଙ୍କ ରାୟକୁ ମଧ୍ୟ କାଏମ୍ ରଖିଛନ୍ତି ହାଇକୋର୍ଟ । ମାମଲାରେ ମୋକିମ୍ଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ ନିମ୍ନ ଅଦାଲତ ।
ଅନ୍ୟପଟେ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ ହାଇକୋର୍ଟ । ସେତେବେଳେ ନାମାଙ୍କନ ବେଳେ ସମ୍ପୂର୍ଣ୍ଣ ତଥ୍ୟ ଦେଇନଥିବା ଅଭିଯୋଗ ହୋଇଥିଲା । ପରେ ଏହି ମାମଲାର ଶୁଣାଣି କରି ହାଇକୋର୍ଟ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ । ଏଣୁ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟରେ ହାଜର ହୋଇଥିଲେ ମହମ୍ମଦ ମୋକିମ ।
#ମୋକିମ୍ଙ୍କୁ_ହାଇକୋର୍ଟଙ୍କ_ଝଟ୍କା
-ORHDC ଦୁର୍ନୀତି ମାମଲା: ମହମ୍ମଦ ମୋକିମ୍ଙ୍କୁ ହାଇକୋର୍ଟଙ୍କ ଝଟ୍କା
-ମହମ୍ମଦ ମୋକିମ୍ଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ
-ନିମ୍ନ ଅଦାଲତଙ୍କ ରାୟକୁ କାଏମ୍ ରଖିଲେ ହାଇକୋର୍ଟ
-ମୋକିମ୍ଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ ନିମ୍ନ ଅଦାଲତ#Cuttack#OTVpic.twitter.com/7KNFXEi2iX— ଓଟିଭି (@otvkhabar) April 10, 2024
୨୦୧୯ରେ ମୋକିମଙ୍କ ପ୍ରତିପକ୍ଷ ଥିବା ପୂର୍ବତନ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଅଭିଯୋଗ ଉପରେ ଶୁଣାଣି କରି ଏହି ରାୟ ଶୁଣାଇଥିଲେ ଉଚ୍ଚ ଅଦାଲତ । କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ନିର୍ଦ୍ଧାରିତ ଫର୍ମ ଅନୁଯାୟୀ ମନୋନୟନ ପତ୍ର ଦାଖଲ କରିନଥିଲେ । ତାଙ୍କ ବିରୋଧରେ ଅପରାଧିକ ମାମଲା ଥିବା ସତ୍ତ୍ୱେ ସତ୍ୟପାଠରେ ଦର୍ଶାଇନଥିଲେ ମୋକିମ୍ । ଏହି ଅଭିଯୋଗ ଆଣି ନିର୍ବାଚନ ଫଳ ଘୋଷଣା ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଦେବାଶିଷ ସାମନ୍ତରାୟ ।
ଅଭିଯୋଗକୁ କୋର୍ଟ ଗ୍ରହଣ କରିବା ସହ ମାମଲାର ଶୁଣାଣି କରି ରାୟ ଶୁଣାଇଥିଲେ ହାଇକୋର୍ଟ । ନିର୍ବାଚନ ଅସିଦ୍ଧ ବୋଲି କହିବା ସହ ମୋକିମଙ୍କ ବିଧାୟକ ପଦକୁ ରଦ୍ଦ ଘୋଷଣା କରିଥିଲେ । ତା’ସହ ମନୋନୟନ ପତ୍ର ଯାଞ୍ଚ ବେଳେ ରିଟର୍ଣ୍ଣିଂ ଅଫିସର ମୋକିମଙ୍କ ନାମାଙ୍କନ ପତ୍ରକୁ କାହିଁକି ଖାରଜ କଲେ ନାହିଁ, ତାହା ହିଁ ଥିଲା ବଡ଼ତ୍ରୁଟି ବୋଲି ହାଇକୋର୍ଟ କହିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)