ଆନ୍ଧ୍ରପ୍ରଦେଶରେ ଦମ୍ ଦେଖାଇବ ବିଜେପି। ଏଥର ଚନ୍ଦ୍ରବାବୁ ନାଇଡୁ ଓ ପବନ କଲ୍ୟାଣଙ୍କ ଦଳ ସହ ମିଶି ବିଜେପି ଆନ୍ଧ୍ରପ୍ରଦେଶରେ ନିର୍ବାଚନ ଲଢ଼ିବାକୁ ଅଣ୍ଟା ଭିଡିଛି। ଏଥିପାଇଁ ଆସନ ଭାଗବଣ୍ଟାକୁ ନେଇ ପ୍ରାୟ ଶେଷ ହୋଇଛି ବୁଝାମଣା।
ରାଜ୍ୟ ସଭାପତି ଏନେଇ ସ୍ପଷ୍ଟ କରିଛନ୍ତି। ଆମେ ତ କହୁଚୁ ଏକାକୀ ଲଢିବୁ। ବିଜେଡ଼ିର ଯଦି ଦମ୍ ଅଛି କହୁ ଯେ, ସେମାନେ ଏକାକୀ ଲଢ଼ିବେ ।
ଗତକାଲି ଦିଲ୍ଲୀରୁ ଫେରି ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରିବା ସହ ଦିଲ୍ଲୀରେ ମେଣ୍ଟକୁ ନେଇ କୌଣସି ଚର୍ଚ୍ଚା କିମ୍ବା ଆଲୋଚନା ହୋଇ ନାହିଁ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।
ମେଣ୍ଟ ଚର୍ଚ୍ଚାକୁ ପୁଣି ଖଣ୍ଡନ କଲେ ରାଜ୍ୟ ବିଜେପି ସଭାପତି ।
ଏଏସ୍ଆଇ ପକ୍ଷରୁ ଦକ୍ଷିଣ ଘର ଉପର ଅଂଶର ମରାମତି କରାଯାଇଥିଲା।
କଂଗ୍ରେସର ଟାର୍ଗେଟ ୩୦ ପ୍ରତିଶତ ଭୋଟ୍ । କଂଗ୍ରେସର ଆକଳନକୁ ବାଏଁ ବାଏଁ ଉଡ଼ାଇଲେ ବିଜେପି, ବିଜେଡି ।
୨୦୦୦ ମସିହାର ଫର୍ମୁଲା ଦାବି କରୁଛି ବିଜେପି । ବିଜେଡି କିନ୍ତୁ ଅଧିକ MLA ସିଟ୍ ଛାଡ଼ିବାକୁ ରାଜି ନୁହେଁ ।
ମେଣ୍ଟ ଆଲୋଚନା ହୋଇନି ବୋଲି କହିଲେ ମନମୋହନ । ଦିଲ୍ଲୀରୁ ଫେରି ବିଜେପି ସଭାପତି ମନମୋହନ ସାମଲଙ୍କ ସୂଚନା । ମେଣ୍ଟ ନେଇ କୌଣସି ଆଲୋଚନା ହୋଇନି କହିଲେ ମନମୋହନ ।
କଂଗ୍ରେସ ପ୍ରାର୍ଥୀ ଘୋଷଣା । ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ । ପ୍ରଥମ ପର୍ଯ୍ୟାୟରେ ୩୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ଦଳ । କେରଳ ୱାୟନାଡରୁ ପୁଣି ଲଢ଼ିବେ ରାହୁଲ ଗାନ୍ଧି ।
ଦିଲ୍ଲୀରେ ଆଲୋଚନା କରି ଫେରିଲେ ବିଜେଡିର ୨ ନେତା । ଭିକେ ପାଣ୍ଡିଆନ୍ ଓ ପ୍ରଣବ ପ୍ରକାଶ ଦାସ ଦିଲ୍ଲୀରୁ ଫେରିଲେ ।
ଆନ୍ଧ୍ରରେ ଡବଲ ଇଞ୍ଜିନ ସରକାର ଆଗକୁ ବଢିବ ଓ ସୁଶାସନ ଆଣିବ ବୋଲି ଟିଡିପି ପକ୍ଷରୁ କୁହାଯାଇଛି ।ଆନ୍ଧ୍ରରେ ମୁଖ୍ୟମନ୍ତ୍ରୀ ଥିବା ବେଳେ ଚନ୍ଦ୍ରବାବୁ ଏନଡିଏର ହାତ ଛାଡିଥିଲେ। ରାଜ୍ୟକୁ ଅର୍ଥ ଆବଣ୍ଟନକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଏନଡିଏରୁ ବିଦାୟ ନେଇଥିଲେ ।
ପ୍ରସିଦ୍ଧ ଶିଳ୍ପପତି ତଥା ଇନଫୋସିସର ଚେୟାରମ୍ୟାନ ନାରାୟଣ ମୂର୍ତ୍ତିଙ୍କ ପତ୍ନୀ ସୁଧା ମୂର୍ତ୍ତିଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଇନଫୋସିସର ଫାଉଣ୍ଡେସନ ହେଡ ଅଛନ୍ତି ସୁଧା ମୂର୍ତ୍ତି ।
ପୁଣି ଚର୍ଚ୍ଚାରେ ଷ୍ଟାର ଦ୍ରୁତ ବୋଲର ମହମ୍ମଦ ଶାମି। ଏଥର କିନ୍ତୁ କ୍ରିକେଟ୍ ପାଇଁ ନୁହେଁ ବରଂ ରାଜନୀତି ପାଇଁ।
ଜେପି ୧୯୫ ଜଣିଆ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଥିବା ବେଳେ, କଂଗ୍ରେସ ମଧ୍ୟ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ବୋଲି କହିଛନ୍ତି ଦଳୀୟ ନେତା।
ବିଜେଡିରୁ ବାପା ବିଦା ହେବାର ୨୪ ବର୍ଷ ପରେ ଶଙ୍ଖ ଧରିରେ ବିଜୟ ନନ୍ଦନ । ସମର୍ଥକଙ୍କ ଗହଣରେ ନବୀନ ନିବାସ ଯାଇ ବିଜେଡିରେ ମିଶିଛନ୍ତି ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ।
କାଲିର ଘମାସାନ ପରଠୁ ୨ ଶିବିରରେ ‘ମେଣ୍ଟ’ ସସପେନ୍ସ । ଦ୍ୱନ୍ଦ୍ୱରେ ରହିଛନ୍ତି ଉଭୟ ଦଳର ନେତା ଏବଂ କର୍ମୀ ।
ଲୋକସଭାରେ 13:8 ଓ ବିଧାନସଭାରେ 47:100 ଥିଓରୀ ଚର୍ଚ୍ଚା ।
ବିଜେଡିରେ ମିଶିଲେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ । ବାପା ବିଦାର ୨୪ ବର୍ଷ ପରେ ବିଜେଡିରେ ମିଶିଲେ ପୁଅ ଅରବିନ୍ଦ । ଆଶୀର୍ବାଦ ଦେଲାବେଳେ ‘ବାପାଙ୍କୁ ଜଣାଇଦେବ’ କହିଲେ ନବୀନ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦୂରଦୃଷ୍ଟି ସମ୍ପନ୍ନ ପ୍ରଧାନମନ୍ତ୍ରୀ ଭାବରେ ବର୍ଣ୍ଣନା କରି ଗୃହମନ୍ତ୍ରୀ କହିଛନ୍ତି ଯେ ୨୦୪୭ ସୁଦ୍ଧା ଭାରତକୁ ଏକ ସଂପୂର୍ଣ୍ଣ ବିକଶିତ ରାଷ୍ଟ୍ର ଭାବରେ ବିଶ୍ୱଗୁରୁ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ଚର୍ଚ୍ଚାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ବିଜେଡିରେ ମିଶିଛନ୍ତି ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର। ନବୀନ ନିବାସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଅରବିନ୍ଦ ଆଜି ବିଜେଡିରେ ଯୋଗ ଦେଇଛନ୍ତି।
୨୦୧୮ରେ ବିଜେପିର ହାତ ଛାଡ଼ିଥିବା ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ପୁଣି ଥରେ ଏନଡିଏ ସହ ସାମିଲ ହୋଇପାରେ। ସେହିପରି ଫିଲ୍ମ ଷ୍ଟାରରୁ ରାଜନେତା ପାଲଟିଥିବା ପୱନ୍ କଲ୍ୟାଣଙ୍କ ଜନସେନା ଟିଡିପି ସହ ମିଶି ଆନ୍ଧ୍ର ନିର୍ବାଚନ ଲଢ଼ିପାରେ।
ବିଜେଡି-ବିଜେପି ମେଣ୍ଟ ହେବା ଏକ ପ୍ରକାର ଥୟ । ଭୁବନେଶ୍ୱରରେ ବିଜେଡିର ଓ ଦିଲ୍ଲୀରେ ବିଜେପିର ମାରାଥନ ମିଟିଂ ପରେ ଆପାତତଃ ଏହା ଚୂଡ଼ାନ୍ତ ହୋଇଥିବା ଜଣାପଡ଼ିଛି ।
ଏନଡିଏର ନୂଆ ସଦସ୍ୟ ହୋଇପାରେ ବିଜେଡି। ଯଦି ଶଙ୍ଖ ଘର ବାହୁଡ଼ା କରେ, ଏନଡିଏ ଆହୁରି ଶକ୍ତିଶାଳୀ ହେବବ। ବର୍ତ୍ତମାନ ଦେଶର ୬ଟି ରାଜ୍ୟରେ ବିଜେପି ଏକାକୀ ଶାସନ କରୁଥିବା ବେଳେ ୧୧ଟି ରାଜ୍ୟ ଓ ପୁଡୁଚେରୀରେ ଅଂଶୀଦାର ଭାବେ ମେଣ୍ଟ ସରକାରର ଭାଗୁଆଳି ଅଛି। ଅର୍ଥାତ ୧୭ଟି ରାଜ୍ୟରେ କ୍ଷମତାରେ ଅଛି ବିଜେପି।
ବିଜେପି ବରିଷ୍ଠ ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଓ ଉତ୍ତରପ୍ରଦେଶ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା ଆଜି ଲକ୍ଷ୍ନୌ ଗସ୍ତରେ ଯାଉଛନ୍ତି।
ବିଜେପି- ବିଜେଡି ଭିତରେ ମେଣ୍ଟ ନୂଆ ନୁହେଁ କି ଅସମ୍ଭବ ବି ନୁହେଁ। ୧୯୯୮ରୁ ୨୦୦୯ ଦୁଇ ଦଳ ଏକାଠି ଥିଲେ, ମିଳିମିଶି କ୍ଷମତା ମହୁକୁ ବି ଚାଖୁଥିଲେ।