• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଗଞ୍ଜାମ କବିସୂର୍ଯ୍ୟନଗରର ବିଜେଡି ନେତା ସୀତାରାମ ପାଣିଗ୍ରାହୀ ଦଳରୁ ଇସ୍ତଫା ଦେଇଛନ୍ତି । ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି । ସୀତାରାମ ପାଣିଗ୍ରାହୀ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବିଜେଡ଼ି ନେତା ଥିଲେ । ୨୦୧୪ ମସିହାରେ ସୀତାରାମ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସର ବିଧାୟକ ପ୍ରାର୍ଥୀ ଥିଲେ ।

ପରେ ସେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିଲେ । ବର୍ତ୍ତମାନ କିନ୍ତୁ ସେ ପୁଣିଥରେ ବିଜେଡିରୁ ଇସ୍ତଫା ଦେଇଛନ୍ତି । ନିଜର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି ସୀତାରାମ ପାଣିଗ୍ରାହୀ । ଅନ୍ୟପଟେ ନିର୍ବାଚନ ତାତି ମଧ୍ୟରେ ନବୀନ ନିବାସରେ ଭିଡ଼ ଜମାଇଛନ୍ତି ଟିକେଟ ଘୋଷଣା ହୋଇନଥିବା ଆସନର ଆଶାୟୀ ପ୍ରାର୍ଥୀ ।

ନିଜ ନିଜ ସମର୍ଥକଙ୍କୁ ନେଇ ନବୀନ ନିବାସ ପହଞ୍ଚିଛନ୍ତି ବେଗୁନିଆ ବୋଲଗଡ଼ ବିଧାୟକ ରାଜେନ୍ଦ୍ର ସାହୁ ଏବଂ ଆଶାୟୀ ପ୍ରାର୍ଥୀ ପ୍ରଦୀପ ସାହୁ । ବର୍ତ୍ତମାନ ସୁଦ୍ଧା ବେଗୁନିଆ ବୋଲଗଡ଼ ନିର୍ବାଚନମଣ୍ଡଳୀ ପାଇଁ ଟିକେଟ ଘୋଷଣା ହୋଇନଥିବା ବେଳେ ନବୀନ ନିବାସରେ ପହଞ୍ଚି କରିଛନ୍ତି ଟିକେଟ ଲବି । ଏସବୁ ଭିତରେ ଏଥର ବେଗୁନିଆରୁ କିଏ ବିଜେଡି ଟିକେଟ ପାଇବ ତାକୁ ନେଇ ଦେଖାଦେଇଛି ସସପେନ୍ସ।

ଅଧିକ ପଢ଼ନ୍ତୁ: ‘ନବୀନ ବାବୁ ଯଦି ସରକାର ଚଳାଇ ପାରୁନାହାଁନ୍ତି, ଅବସର ନେଇଯାଆନ୍ତୁ’

ନୀଳଗିରିର ଆଶାୟୀ ପ୍ରାର୍ଥୀ ସନ୍ତୋଷ ଖଟୁଆ ବି ପହଞ୍ଚିଛନ୍ତି ନବୀନ ନିବାସରେ । ସୁକାନ୍ତ ନାୟକ ବିଜେଡିରେ ମିଶିବା ପରେ ସନ୍ତୋଷଙ୍କ ଟିକେଟକୁ ନେଇ ଦ୍ୱନ୍ଦ୍ୱ ବଢିଛି । ଗତଥର ସନ୍ତୋଷ ବିଜେଡି ଟିକେଟରେ ନୀଳଗିରିରୁ ଲଢ଼ି ପରାସ୍ତ ହୋଇଥିଲେ । ସେପଟେ ଏକାମ୍ର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂଙ୍କ ଚାଲିଛି ଜୋରଦାର ପ୍ରଚାର ।

ଡୋର ଟୁ ଡୋର କ୍ୟାମ୍ପେନିଙ୍ଗ ଆରମ୍ଭ କରିଛନ୍ତି ବାବୁ ସିଂ । ଆଜି ସକାଳୁ ଭୁବନେଶ୍ୱର ୨୩ ନମ୍ବର ୱାର୍ଡରେ ଥିବା ପାର୍କ ଯାଇ ଭୋଟରଙ୍କୁ ଭେଟି ନିଜ ସପକ୍ଷରେ ଭୋଟ ମାଗିଛନ୍ତି । ଏହାପରେ ଘାଟିକିଆ ଅଞ୍ଚଳରେ ଥିବା ଚାଳ ସାହିକୁ ଯାଇ ପ୍ରଚାର କରିଛନ୍ତି । ଭୋଟ ଭିକ୍ଷା କରିବା ସହ ଲୋକଙ୍କ ସମସ୍ୟା ବୁଝିଛନ୍ତି ।