ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର ମଧ୍ୟ ସୋସିଆଲ ମିଡ଼ିଆ Xରେ ଏକ ଫଟୋ ପୋଷ୍ଟ କରି ତରନଜିତ ସିଂହ ସାନ୍ଧୁଙ୍କୁ ସ୍ୱାଗତ କରିଛନ୍ତି।
ଦଳ ଛାଡ଼ିବା ପରେ ଅଧିରାଜ କହିଛନ୍ତି, ଖଡ଼ିଆଳବାସୀଙ୍କ ମତାମତକୁ ନେଇ କଂଗ୍ରେସ ଛାଡ଼ିଛି। କେଉଁ ଦଳକୁ ଯିବି କାଲି କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରି କହିବି।
କେଉଁ ଦଳ ପାଇଁ କେଉଁ ବାର ହେବ ବେଶୀ ଶୁଭଙ୍କର ? ୨୦ରୁ ୨୫ ଭିତରେ ବିଜେପି-ବିଜେଡି ମେଣ୍ଟ ନେଇ ଭବିଷ୍ୟବାଣୀ ।
ରାଜ୍ୟ ବିଜେପି ନେତୃତ୍ୱଙ୍କ ସହ ନଡାଙ୍କ ବୈଠକ । ତୃତୀୟ ପର୍ଯ୍ୟାୟରେ ଆସିପାରେ ଓଡ଼ିଶା ପ୍ରାର୍ଥୀଙ୍କ ନାଁ ।
ରାଜ୍ୟ ରାଜନୀତିରେ ନୂଆ ପିଢି। ନେତୃତ୍ୱ ନେବେ ନ୍ୟୁ ଜେନେରେସନ୍। ବାପାଙ୍କ ଗଡ଼ ସମ୍ଭାଳିବେ ପୁଅ। ବାପାଙ୍କ ସ୍ଥାନରେ ନିଜର ରାଜନୈତିକ ଭାଗ୍ୟ ପରୀକ୍ଷା କରିବାକୁ ଆଗଭର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର।
ଉମରକୋଟ ଗସ୍ତରେ ଛତିଶଗଡ଼ ଉପ-ମୁଖ୍ୟମନ୍ତ୍ରୀ ବିଜୟ ଶର୍ମା । ସ୍ଥାନୀୟ ବାସିନ୍ଦା, ବ୍ୟବସାୟୀ ଓ ବିଜେପି କର୍ମୀଙ୍କ ସହ କଲେ ଆଲୋଚନା ।
ରାଜ୍ୟ ସରକାରଙ୍କୁ କଂଗ୍ରେସର କଡା ସମାଲୋଚନା, ନବୀନ ପଟ୍ଟନାୟକଙ୍କ ଚିଠିକୁ ନେଇ ସମାଲୋଚନା ।
ବିଜେପିରେ ମିଶିଲେ ଶିବୁ ସୋରନଙ୍କ ବଡ ବୋହୂ ସୀତା ସୋରେନ୍ ।ସୀତା ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଉଜ ଆଜି ସକାଳେ ସୀତା ଜେଏମଏମରୁ ଇସ୍ତଫା ଦେଇଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଉଥ୍ ମିଶନ ଜାରି ରହିଛି। ତିନି ଦିନ ଧରି ଦକ୍ଷିଣ ଭାରତର ସବୁ ରାଜ୍ୟରେ ନିର୍ବାଚନୀ ରାଲି କରିଛନ୍ତି ମୋଦି।
ମହାରାଷ୍ଟ୍ରର ଠାକରେ ପରିବାରକୁ ରାଜନୈତିକ ପଶାପାଲିରେ ହରାଇବାକୁ ଠାକରେ ପରିବାରର ସହାୟତା ନେଉଛି ବିଜେପି । ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀକୁ ହରାଇବାକୁ ତାଙ୍କ କାକା ପୁଅ ଭାଇ ରାଜ ଠାକରେଙ୍କ ସହିତ ବିଜେପି ମେଣ୍ଟ କରିବାକୁ ଯାଉଛି ।
ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ କରି ପଶୁପତି ନିଜର ଇସ୍ତଫା ଘୋଷଣା କରିଛନ୍ତି। ସେ କହିଛନ୍ତି, 'ମୋର ଏବଂ ମୋ ପାର୍ଟି ପ୍ରତି ଅନ୍ୟାୟ କରାଯାଇଛି ।
ଓଡ଼ିଶା ସମେତ ୮ଟି ରାଜ୍ୟରେ ଲୋକସଭା ପ୍ରାର୍ଥୀ ଚୟନ ପାଇଁ ବିଜେପିର କସରତ । ଗତକାଲି ବିଳମ୍ବିତ ରାତିରେ ସରିଲା ଦଳର କୋର୍ କମିଟି ବୈଠକ । ଆଜି ପୁଣି ଓଡ଼ିଶା ସଂପର୍କରେ ହେବ ବିସ୍ତୃତ ଆଲୋଚନା । ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଅନୁଷ୍ଠିତ ଏହି ବୈଠକ ରାତି ପ୍ରାୟ ୨ଟା ଯାଏଁ ଚାଲିଥିଲା ।
ଭୋଟ୍ ବିଗୁଲା ବାଜିଲା, ଆଚରଣ ବିଧି ଲାଗିଲା। ତିନି ଦିନ ବିତିଲାଣି, ତଥାପି ପ୍ରଶାସନ ନିଦ ଭାଙ୍ଗୁନି। ରାସ୍ତାକଡ଼ ହେଉ କି ସରକାରୀ ଦପ୍ତର, ସବୁଠି ଖୋଲାମେଲାରେ ଝୁଲୁଛି ମାଳ ମାଳ ସରକାରୀ ବିଜ୍ଞାପନ ହୋର୍ଡିଂ।
ନବୀନ ନିବାସରେ ପୁରୀ ନେତାଙ୍କୁ ଡାକି ପ୍ରାର୍ଥୀଙ୍କୁ ଗ୍ରୀନ୍ ସିଗନାଲ । ପୁରୀ ନେତାଙ୍କୁ ଡାକି ଟାସ୍କ ଦେଇଛି ବିଜେଡି ।
ବଡ଼ ମିଶ୍ରଣ ପର୍ବ ଓ କୋର କମିଟି ବୈଠକ ପରେ ଦିଲ୍ଲୀରେ ମନମୋହନ ।
ନିର୍ବାଚନ ପ୍ରସ୍ତୁତି ନେଇ ଡିଜିପିଙ୍କ ଅଧ୍ୟକ୍ଷତାରେ ବୈଠକ । ବରିଷ୍ଠ ଅଧିକାରୀଙ୍କ ସହ ମିଟିଂ ପରେ ଡିଜିପି ଅରୁଣ ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା ।
ଭୋଟ୍ ବିଗୁଲା ବାଜିଲା, ଆଚରଣ ବିଧି ଲାଗିଲା। ତିନି ଦିନ ବିତିଲାଣି, ତଥାପି ପ୍ରଶାସନ ନିଦ ଭାଙ୍ଗୁନି। ରାସ୍ତାକଡ଼ ହେଉ କି ସରକାରୀ ଦପ୍ତର, ସବୁଠି ଖୋଲାମେଲାରେ ଝୁଲୁଛି ମାଳ ମାଳ ସରକାରୀ ବିଜ୍ଞାପନ ହୋର୍ଡିଂ।
୨୦୧୯ରେ ମୋକିମଙ୍କ ପ୍ରତିପକ୍ଷ ଥିବା ପୂର୍ବତନ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଅଭିଯୋଗ ଉପରେ ଶୁଣାଣି କରି ରାୟ ଶୁଣାଇଥିଲେ ଉଚ୍ଚ ଅଦାଲତ। ସେହି ରାୟ ବିରୋଧରେ ସୁପ୍ରିମକୋର୍ଟରେ ହାଜର ହୋଇଥିଲେ ମହମ୍ମଦ ମୋକିମ।
ଇସ୍ତଫା ଦେଲେ ତେଲେଙ୍ଗାନା ରାଜ୍ୟପାଳ । ରାଜ୍ୟପାଳ ପଦରୁ ତାମିଲିସାଇ ସୌନ୍ଦରରାଜନଙ୍କ ଇସ୍ତଫା । ତାମିଲନାଡୁରେ ଲୋକସଭା ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ଭିତରେ ସେ ଇସ୍ତଫା ଦେଇଛନ୍ତି ।
ରବିବାର ଭୋଟିଂ ବେଳେ ରୁଷର ବିଭିନ୍ନ ଭୋଟିଂ କେନ୍ଦ୍ରରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଭୋଟିଂରେ ସ୍ବଚ୍ଛତା ଅବଲମ୍ବନ କରାଯାଉନଥିବା ନେଇ ଆମେରିକା ମଧ୍ୟ ଅଭିଯୋଗ ଆଣିଥିଲା। ଏହା ସତ୍ତ୍ୱେ ମଧ୍ୟ ପୁଟିନ ପୁଣି ଥରେ ବିଜୟୀ ହୋଇଛନ୍ତି।
ଗତକାଲି ନରେନ୍ଦ୍ର ମୋଦି ଆନ୍ଧ୍ରପ୍ରଦେଶର ପାଲନାଡୁରେ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି। NDAରେ ସାମିଲ ହୋଇଥିବା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଏବଂ ଜନସେନା ମୁଖ୍ୟ ପୱନ କଲ୍ୟାଣଙ୍କ ସହ ମେଗା ରାଲି କରିଛନ୍ତି ମୋଦି।
ଶଙ୍ଖ ଧରିଛନ୍ତି କଂଗ୍ରେସ ନେତା ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲ। ପୂର୍ବରୁ ବିଧାୟକ ସମ୍ବିତ ରାଉତରାୟ, ନଚେତ୍ ତାଙ୍କ ପତ୍ନୀ ଗୀତାଞ୍ଜଳି କିମ୍ବା ସମ୍ବିତଙ୍କ ଭଉଣୀ ପ୍ରୀତିନନ୍ଦାଙ୍କୁ ଦଳ ଟିକେଟ୍ ଦେଇପାରେ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ମୋନିଦୀପାଙ୍କୁ ଶଙ୍ଖ ଧରାଇ, ଏଥର ନିର୍ବାଚନରେ ଦାମୋଦର ରାଉତଙ୍କ ପରିବାର ହାତରୁ ୫ ଦଶନ୍ଧି ପୁରୁଣାକ୍ଷମତାକୁ ଛଡ଼ାଇ ନେବାକୁ, ଅସନ୍ତୁଷ୍ଟ ଦଳୀୟ ନେତାମାନେ ରଣନୀତି ପ୍ରସ୍ତୁତ କରିଥିବା ଚର୍ଚ୍ଚା ହେଉଛି ।
ଭୁବନେଶ୍ୱରରେ ମିଶ୍ରଣ, ପାରାଦୀପରେ ହଲଚଲ ! ଶଙ୍ଖଭବନରେ ଶଙ୍ଖ ଫୁଙ୍କିଲେ ମିସେସ୍ ସର୍ଖେଲ୍। ବନ୍ଦରନଗରୀରେ ତେଜିଲା ବିଜେଡି ଟିକେଟ୍ ରେସ୍ ଚର୍ଚ୍ଚା ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲ ବିଜେଡି ଶିବିରରେ ଯୋଗ ଦେଇଛନ୍ତି।
ବାଜିଲା ନିର୍ବାଚନୀ ବିଗୁଲ୍। ତେଜିଲା ଟିକେଟ୍ କସରତ। ବିଜେଡି, ବିଜେପି, କଂଗ୍ରେସ। ଦକ୍ଷ ପ୍ରାର୍ଥୀ ବାଛିବାରେ ଲାଗି ପଡ଼ିଛନ୍ତି ତିନି ଦଳ। ସର୍ଭେ ରିପୋର୍ଟ ଆଧାରରେ ଅଙ୍କ କଷୁଛନ୍ତି ଶୀର୍ଷ ନେତୃତ୍ୱ।
ଓଡ଼ିଶା ଲୋକସଭା ଓ ବିଧାନସଭା ନିର୍ବାଚନ ତାରିଖ ମଧ୍ୟ ଘୋଷଣା ହୋଇଛି। ଓଡ଼ିଶାରେ ୪ ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ। ନିର୍ବାଚନ ପୂର୍ବରୁ ସରକାର ମଧ୍ୟ ଭୋଟର ତାଲିକାରେ ନା’ ଯୋଡିବାକୁ ସମସ୍ତ ଉଦ୍ୟମ କରୁଛନ୍ତି। ଆପଣ ଏବେ ଘରେ ବସି ନିଜକୁ ତାଲିକାଭୁକ୍ତ କରିପାରିବେ।