/odishatv-khabar/media/post_attachments/uploadimage/library/16_9/16_9_0/BJP_1712753545.jpg)
BJP
ଦିଲ୍ଲୀ ହାଇକୋର୍ଟରୁ ଆଶ୍ୱସ୍ଥି ପରେ ରାଉରକେଲାରେ ପହଞ୍ଚିଲେ ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ । ମିଳିଲା ଉଚ୍ଛ୍ୱସିତ ସଂବର୍ଦ୍ଧନା । ଦିଲ୍ଲୀରୁ ଫେରିଲା ପରେ ସଂବର୍ଦ୍ଧନା ଜଣାଇଛନ୍ତି ଦିଲୀପଙ୍କ ସମର୍ଥକ । ତେବେ ଏପରି ସମର୍ଥନ ଦେଖି ଭାବବିହ୍ୱଳ ହୋଇପଡ଼ିଥିଲେ ଦିଲୀପ ରାୟ । ବିନା ନିର୍ବାଚନରେ ଲୋକ ମୋତେ ଜିତେଇ ସାରିଲେଣି ବୋଲି ଏହି ଅବସରରେ କହିଥିଲେ ଦିଲୀପ ।
ଅନ୍ୟପଟେ ଦଳ ଛାଡ଼ିବା ନେଇ ମଧ୍ୟ ନିଜ କଥା ରଖିଛନ୍ତି ଦିଲୀପ ରାୟ । ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ବିଜେପିରେ ହିଁ ଅଛି ବୋଲି କହିଛନ୍ତି ଦିଲୀପ । ଇସ୍ତଫା ଦେଇଥିଲେ ମଧ୍ୟ ଦଳ ମୋ ଇସ୍ତଫା ପତ୍ର ଗ୍ରହଣ କରିନାହିଁ । ଏଣୁ ମୁଁ ଏବେ ମଧ୍ୟ ବିଜେପିର ଜଣେ କାର୍ଯ୍ୟକର୍ତ୍ତା । ଅନ୍ୟପଟେ ନିର୍ବାଚନକୁ ନେଇ ଦିଲୀପ କହିଛନ୍ତି; ନିର୍ବାଚନ ପାଇଁ ଲୋକ ପ୍ରସ୍ତୁତ ଅଛନ୍ତି, ମୁଁ ବି ପ୍ରସ୍ତୁତ ଅଛି ।
ପାର୍ଟି ଯାହା ନିଷ୍ପତ୍ତି ନେବ ଆଗାମୀ ଦିନେ ୨ ଦିନରେ ଜଣାପଡ଼ିଯିବ । ଲଢିବା ନେଇ ବିଜେପି ପକ୍ଷରୁ କିଛି କୁହାଯାଇନାହିଁ । ଆଜି ସମର୍ଥକ ମାନେ ସ୍ୱଇଚ୍ଛାରେ ଆସି ତାଙ୍କୁ ସ୍ୱାଗତ କରିଛନ୍ତି ବୋଲି କହିଛନ୍ତି ଦିଲ୍ଲୀପ ରାୟ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)