Advertisment

ଫାଷ୍ଟଫୁଡ୍‌ ଭଳି ତିଆରି ହେଉଛି କ୍ୟାମ୍ପେନିଂ ମ୍ୟୁଜିକ୍‌; କମ୍ପିବ ମୈଦାନ, ଝୁମିବେ ଭୋଟର୍‌

କେଉଁଠି ପଦ୍ମ ଚିହ୍ନର ପ୍ରଚାର ତ ଆଉ କେଉଁଠି ଶଙ୍ଖ ଓ ହାତ ଚିହ୍ନର। ପ୍ରଚାର ମୈଦାନ କମ୍ପାଇବାକୁ ଫୁଲ୍ ଯୋଶରେ ରେକର୍ଡିଂ ଷ୍ଟୁଡିଓ। ଅହରହ ଚାଲିଛି ପ୍ରଚାର ଗୀତର ରେକର୍ଡିଂ। ସେ ସିଲଭର ସିଟି କଟକ ହେଉ କି ସିଲ୍କ ସିଟି ବ୍ରହ୍ମପୁର। ରାଜ୍ୟର ବିଭିନ୍ନ ସହରରେ ଥିବା ମ୍ୟୁଜିକ ଷ୍ଟୁଡିଓ ଗୁଡ଼ିକ ଏବେ ଫୁଲ୍ ପ୍ୟାକ୍।

author-image
Manoranjan Behera
Political Song

Political Song

ବିଭିନ୍ନ ଦଳର ପ୍ରାର୍ଥୀ ଘୋଷଣା ସହ ପ୍ରଚାର ମୈଦାନ ଧିରେ ଧିରେ ତାତୁଥିବା ବେଳେ, ଏପଟେ ରେକର୍ଡିଂ ଷ୍ଟୁଡିଓ ଗୁଡ଼ିକରେ ଜମୁଛି ଯୋଶିଲା ମାହୋଲ୍। ଦିନ ରାତି ଏକ କରି ପ୍ରାର୍ଥୀମାନଙ୍କ ବରାଦ ମୁତାବକ ତିଆରି ହେଉଛି କ୍ୟାମ୍ପେନ୍ ସଙ୍ଗ୍ ବା ପ୍ରଚାରଧର୍ମୀ ଗୀତ। ପ୍ରଚାର ମୈଦାନରେ ପ୍ରତିପକ୍ଷ ପ୍ରାର୍ଥୀମାନେ ପରସ୍ପର ସହ ବଳ କଷିବାକୁ ଫୁଲ୍ ରେଡି ଥିବା ବେଳେ, ଷ୍ଟୁଡିଓ ଭିତରେ କିନ୍ତୁ ଏହି ଇଲେକ୍ସନ ସିଜିନକୁ ଫୁଲ୍ ଏଞ୍ଜୟ୍ କରୁଛନ୍ତି ଆର୍ଟିଷ୍ଟମାନେ।

Advertisment

କେଉଁଠି ପଦ୍ମ ଚିହ୍ନର ପ୍ରଚାର ତ ଆଉ କେଉଁଠି ଶଙ୍ଖ ଓ ହାତ ଚିହ୍ନର। ପ୍ରଚାର ମୈଦାନ କମ୍ପାଇବାକୁ ଫୁଲ୍ ଯୋଶରେ ରେକର୍ଡିଂ ଷ୍ଟୁଡିଓ। ଅହରହ ଚାଲିଛି ପ୍ରଚାର ଗୀତର ରେକର୍ଡିଂ। ସେ ସିଲଭର ସିଟି କଟକ ହେଉ କି ସିଲ୍କ ସିଟି ବ୍ରହ୍ମପୁର। ରାଜ୍ୟର ବିଭିନ୍ନ ସହରରେ ଥିବା ମ୍ୟୁଜିକ ଷ୍ଟୁଡିଓ ଗୁଡ଼ିକ ଏବେ ଫୁଲ୍ ପ୍ୟାକ୍। ସିଙ୍ଗର୍-ଡାଇରେକ୍ଟର ହୁଅନ୍ତୁ କି ଟେକ୍ନିସିଆନ, ଇଲେକ୍ସନ ସିଜିନରେ କାହା ପାଖରେ ନିଶ୍ୱାସ ନେବାକୁ ବି ଫୁରସତ ନାହିଁ। ଦିନ ରାତି ଏକ୍ କରି ଫାଷ୍ଟଫୁଡ୍ ଭଳି ତିଆରି ହେଉଛି ଏକରୁ ବଳି ଆରେକ କ୍ୟାମ୍ପେନ୍ ସଙ୍ଗ୍। ସୋସିଆଲ ମିଡିଆ ଓ ରିଲ୍ସ ଆଦିରେ ବିଭିନ୍ନ ହିଟ୍ ଗୀତର ଧୁନରେ ପ୍ରଚାରଧର୍ମୀ ଲିରିକ୍ସ ପକାଇ, ବିଭିନ୍ନ ଦଳର ପ୍ରାର୍ଥୀଙ୍କୁ ଚଟାପଟ୍ ମନମତାଣିଆ ଗୀତ ପରସି ଦେଉଛନ୍ତି ରେଡିମେଡ୍ ହଟକେକ୍ ଭଳି।

କ୍ୟାମ୍ପେନିଂ ଗୀତ କେବଳ ପ୍ରାର୍ଥୀଙ୍କ ପ୍ରଚାର କରେନି କି ସମର୍ଥକଙ୍କୁ ଯୋଶ୍ ଦିଏନି, ଏହା ଭୋଟରଙ୍କ ମନରେ ଛାଡ଼ିଯାଏ ଲଙ୍ଗଲାଷ୍ଟିଂ ଛାପ। ଅଜାଣତରେ ଏଗୁଡ଼ିକୁ ଗୁଣୁଗୁଣାନ୍ତି ପିଲାଠୁ ବୟସ୍କ। ତେଣୁ ଭୋଟ୍ ସାଉଁଟିବା ପାଇଁ କାଳ କାଳରୁ ଗୀତକୁ ଏକ ପ୍ରମୁଖ ଆୟୁଧ କରିଆସିଛନ୍ତି ବିଭିନ୍ନ ଦଳ ଓ ପ୍ରାର୍ଥୀ। ନୂଆ ଧୁନରେ ଗୀତ ପାଇଁ ଅଧିକ ଟଙ୍କା ଦେବାକୁ ପଡ଼ୁଥିବା ବେଳେ, ପୁରୁଣା ଗୀତର ଡବିଂ ଅଳ୍ପ ଖର୍ଚ୍ଚରେ ହୋଇଯାଉଛି। କଟକରେ ଗୀତ ପିଛା ବଜେଟ୍ ରହିଛି ୪୦ ହଜାରରୁ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ। ପ୍ରଚାର ସିଜିନ ଆର୍ଟିଷ୍ଟଙ୍କ ପାଇଁ ଏକ ମଜାମସ୍ତି ଓ ଅଳ୍ପ ଦିନରେ ଭଲ ରୋଜଗାରର ସୁଯୋଗ ଆଣୁଥିବା ବେଳେ, କଳାକାର ଭାବେ କୌଣସି ନିର୍ଦ୍ଦିଷ୍ଟ ଦଳ ସହ ସେମାନଙ୍କର ସଂପର୍କ ନଥାଏ ବୋଲି କହିଛନ୍ତି ପପୁଲାର୍ ସିଙ୍ଗରମାନେ।

Advertisment

Odisha Politics General Elections 2024 Campaigning
Advertisment
Advertisment