/odishatv-khabar/media/post_attachments/uploadimage/library/16_9/16_9_0/IMAGE_1712740530.jpg)
BJP Candidate list
ଖୁବଶୀଘ୍ର ଆସିବ ବିଜେପି ପ୍ରାର୍ଥୀ ତାଲିକା । ବିଜେପି ଓଡ଼ିଶା ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏହି ସୂଚନା ଦେଇଛନ୍ତି । ୨୦ ତାରିଖ ପୂର୍ବରୁ ସମସ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ । ସେହିପରି ଘୋଷଣା ହୋଇଥିବା ଗୋଟିଏ ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀଙ୍କ ନାଁ ମଧ୍ୟ ବଦଳିପାରେ ବୋଲି ସେ ସୂଚନା ଦେଇଛନ୍ତି । ସଂରକ୍ଷିତ ଆସନରେ ତ୍ରୁଟି ଯୋଗୁଁ ସେଠାରେ ପ୍ରାର୍ଥୀ ତାଲିକା ବଦଳିପାରେ ।
ସେହିପରି ଦଳୀୟ କାର୍ଯ୍ୟାଳୟରେ ଅସନ୍ତୁଷ୍ଟ ବିଦ୍ରୋହକୁ ନେଇ ସେ କହିଛନ୍ତି ଯେ, ଆଶାୟୀ ପ୍ରାର୍ଥୀ ଦଳୀୟ କାର୍ଯାଳୟରେ ଟିକେଟ ପାଇଁ ଦାବି କରିବା ନୂଆ କଥା ନୁହେଁ । ସମସ୍ତେ ଦଳ ବିଚାର ଧାରା ସହ ଜଡ଼ିତ । ସମସ୍ତେ ଆମ ସାଙ୍ଗରେ ଅଛନ୍ତି ବୋଲି କହିଛନ୍ତି ତୋମାର । ଏହାସହ ବିଧାନସଭା ନିର୍ବାଚନ ବହୁମତ ଓ ଲୋକସଭା ସିଟରେ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ବିଜୟ ପାଲ ସିଂ ତୋମାର ।
ସୂଚନା ଅନୁସାରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରଥମେ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା ଭାରତୀୟ ଜନତା ପାର୍ଟି । ୨୧ ଲୋକସଭା ଓ ୧୧୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି ବିଜେପି । ତେବେ ଏପର୍ଯ୍ୟନ୍ତ ଆହୁରି ୩୫ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ ବିଜେପି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)