Advertisment

କ୍ୟାଣ୍ଡିଡେଟ୍ ନୁହେଁ, ନବୀନଙ୍କୁ ଦେଖି ଭୋଟ୍ ଦେବାକୁ ପାଣ୍ଡିଆନଙ୍କ ଅପିଲ୍

BJD ଲୋକସଭା ପ୍ରାର୍ଥୀଙ୍କ ଏକାକୀ ଜିତିବାର ନାହିଁ କି ଦମ୍ ?

author-image
Satyendu Shekher Mishra
undefined

VK Pandian

ଆଉ ପ୍ରାର୍ଥୀ ନୁହଁ ଦଳ ଦେଖି ଭୋଟ ଦିଅ। ପୁଣି ଡବଲ ଶଙ୍ଖ କହି ଲୋକସଭାକୁ ଫୋକସ୍। କାହିଁକି ଏମିତି କହିଲେ ପାଣ୍ଡିଆନ ? ଏହା ପଛରେ କଣ ଷ୍ଟ୍ରାଟେଜି ? ୨୧ ଲୋକସଭାରେ ନବୀନ ଛିଡା ହୋଇଛନ୍ତି ଭାବି ଭୋଟ୍ ଦେବାକୁ ନିବେଦନ। ଏହା ବିଜେଡିର ଭୟ ନା ବାଧ୍ୟକତା ? ବିଜେଡି ପ୍ରାର୍ଥୀଙ୍କର ଜିତିବାର ଦମ୍ ନାହିଁ କି ? ଦଳ ଘୋଷଣା କରିଥିବା ୨୦ ଲୋକସଭା ପ୍ରାର୍ଥୀ ମଧ୍ୟରୁ ୧୫ ସ୍ଥାନରେ ନୂଆ ଚେହେରାଙ୍କୁ ସାମ୍ନାକୁ ଆଣିଛି। ଯେଉଁଥିରେ ୭ ଲୋକସଭାରେ ଦଳ ଆମଦାନୀ ନେତା ଅର୍ଥାତ ଅନ୍ୟ ଦଳରୁ ନେତାଙ୍କୁ ଆଣି ଟିକେଟ ଦେଇଛି।

Advertisment

ଅନ୍ୟପଟେ ମଇଦାନରେ ଅଛନ୍ତି ବିଜେପିର ଅନେକ ହେଭିୱେଟ। କେନ୍ଦ୍ରାପଡାରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ କଂଗ୍ରେସରୁ ଅଂଶୁମାନ ମହାନ୍ତିଙ୍କୁ ଆଣି ଦଳ ଟିକେଟ ଦେଇଛି। ଭୁବନେଶ୍ୱରରେ ଅପରାଜିତାଙ୍କ ସାମ୍ନା କରିବାକୁ ସୁରଙ୍କ ସାନପୁଅ ମନ୍ମଥଙ୍କୁ ଦଳ ମଇଦାନକୁ ଓହ୍ଲାଇଛି।

ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କୁ ସାମ୍ନା କରିବେ ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ଚର୍ଚ୍ଚା ହେଉଛି ଲୋକସଭାରେ ପ୍ରାର୍ଥୀ ବଦଳାଇ ଅର୍ଥାତ ନୂଆ ମୁହଁ ଆଣି ଦଳ ଜିତିବାକୁ କରିଥିବା ନୂଆ ଷ୍ଟ୍ରାଟେଜି ଫେଲ୍ ମାରିବା ଭୟ ଏବେଠାରୁ ବିଜେଡିକୁ ଘାରିଲାଣି। ବିଜେପି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ବିଜେଡି ଜାଣିସାରିଲାଣି ତା ପାଦ ତଳେ ଆଉ ମାଟି ନାହିଁ। ୨୫ ବର୍ଷ ଶାସନ ପରେ ବିଜେଡିରେ ପ୍ରାର୍ଥୀ ନାହାନ୍ତି, ଆମଦାନୀ କରୁଛନ୍ତି ।

Advertisment

କଂଗ୍ରେସ କଟାକ୍ଷ କରି କହିଛି, ଯଦି କେବଳ ନବୀନଙ୍କ ନାଁରେ ଭୋଟ ଅଛି ତାହେଲେ ଅନ୍ୟ ଦଳରୁ କାହିଁକି ନେତା ଗୋଟାଉଛି ବିଜେଡି। 

୧୯ ନିର୍ବାଚନରେ ସ୍ପ୍ଲିଟ୍ ଭୋଟିଂ ବଢିବା ସହ କମିଥିଲା ବିଜେଡିର ସିଟ୍ ସଂଖ୍ୟା। ବିଧାନସଭାରେ ବିଜେପି ୩୨. ୪୯ ପ୍ରତିଶତ ଭୋଟ୍ ପାଇଥିବା ବେଳେ ଲୋକସଭାରେ ୩୮.୮ ପ୍ରତିଶତ ଭୋଟ୍ ପାଇଥିଲା। କିନ୍ତୁ ବିଜେଡି ବିଧାନସଭାରେ ୪୪.୭୧ ପ୍ରତିଶତ ଭୋଟ୍ ପାଇଥିବା ବେଳେ ଲୋକସଭାରେ କମି ୪୩.୩ ପ୍ରତିଶତରେ ପହଞ୍ଚିଥିଲା। ଏମିତି କି ଆଶ୍ଚର୍ଯ୍ୟଜନକ ଭାବେ ୨୦୧୪ରେ ଗୋଟିଏ ଲୋକସଭା ପାଇଥିବା ବିଜେପି , ୨୦୧୯ରେ ୮ଟି ଲୋକସଭା ଆସନ ପାଇଥିଲା।

ଅନ୍ୟପଟେ ୧୪ରେ ବିଜେଡି ୨୦ଟି ଆସନ ପାଇଥିବା ବେଳେ ୨୦୧୯ରେ ୧୨ ଆସନକୁ ଖସି ଆସିଥିଲା। ତେବେ ବିଭିନ୍ନ ସର୍ଭେ କହୁଛି ଓଡିଶାରେ ମୋଦିଙ୍କ ଲୋକପ୍ରିୟତା ବଢିବା ସହ ନବୀନ ସରକାର ବିରୋଧରେ ଅସନ୍ତୋଷ ବଢିଛି। ତେଣୁ ଏଥର ଲୋକସଭା ଭୋଟ୍‌କୁ ନେଇ ଅଧିକ ଚିନ୍ତାରେ ବିଜେଡି।

BJD BJP Congress Odisha Politics General Election 2024
Advertisment
Advertisment