Advertisment

ସମର୍ଥକ ଦେଲେ ସଂକେତ; କଂଗ୍ରେସ ଛାଡ଼ିପାରନ୍ତି ସାଲୁଜା

କଂଗ୍ରେସ ବିଧାୟକ ପ୍ରାର୍ଥୀ ହେବା ପରେ ବି ସାଲୁଜାଙ୍କ ଦଳବଦଳ ଚର୍ଚ୍ଚା ଥମୁନି। ଏବେ ପୁଣି କଂଗ୍ରେସ ସମ୍ମିଳନୀରେ ସାଲୁଜାଙ୍କ ସମର୍ଥକ କହିଛନ୍ତି ସେ ଯେଉଁଆଡେ ଯିବେ, ଆମେ ତାଙ୍କ ସାଥିରେ ଅଛୁ।

author-image
Manoranjan Behera
ଅଦ୍ୟତନ ହୋଇଛି
Will Santosh Singh Saluja Quit Congress ?

Santosh Singh Saluja

କଂଗ୍ରେସ ଛାଡିବେ କି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ? କଂଗ୍ରେସ ବିଧାୟକ ପ୍ରାର୍ଥୀ ହେବା ପରେ ବି ସାଲୁଜାଙ୍କ ଦଳବଦଳ ଚର୍ଚ୍ଚା ଥମୁନି। ଏବେ ପୁଣି କଂଗ୍ରେସ ସମ୍ମିଳନୀରେ ସାଲୁଜାଙ୍କ ସମର୍ଥକ କହିଛନ୍ତି ସେ ଯେଉଁଆଡେ ଯିବେ, ଆମେ ତାଙ୍କ ସାଥିରେ ଅଛୁ। କର୍ମୀ ସମ୍ମିଳନୀରେ ସମର୍ଥକ ମାନଙ୍କ ଏଭଳି ବୟାନ ଏବେ ଚର୍ଚ୍ଚାକୁ ଖୋରାକ ଯୋଗାଇଛି।

Advertisment

ଯଦିଓ ସାଲୁଜା ନିଜ ଦଳ ବଦଳ ପ୍ରସଙ୍ଗରେ ମତାମତ ରଖି ନାହାନ୍ତି ତେବେ ସମର୍ଥକ ବୟାନ ଏବେ କଣ୍ଟାବାଞ୍ଜି ରାଜନୀତିରେ ଚହଳ ପକାଇଛି। ତେବେ କୁଆଡେ ଯିବେ ସାଲୁଜା ସ୍ପଷ୍ଟ ହୋଇନଥିବା ବେଳେ, ସମର୍ଥକଙ୍କ ବୟାନ ଭିନ୍ନ ଦିଗକୁ ଇସାରା କରୁଛି। ଅନ୍ୟପଟେ ପୂର୍ବରୁ ଆୟୁବ ଖାଁ ଓ ଅନ୍ୟ ନେତା କହିଥିଲେ ଯେ ସାଲୁଜା ବିଜେଡିରେ ସାମିଲ ହେବାକୁ ମନ ବଦଳାଇଛନ୍ତି। ସେବେଠୁ ସାଲୁଜା କଂଗ୍ରେସ ଛାଡିବା ଚର୍ଚ୍ଚା ଜୋର ଧରିଛି।

ଅଧିକ ପଢ଼ନ୍ତୁ: ‘ଦିଲୀପ ରାୟଙ୍କୁ କେନ୍ଦ୍ରୀୟ ନେତୃତ୍ୱ ବାଛିଛନ୍ତି, ଏଥର ସେ ଲଢ଼ିବେ’

ଅନ୍ୟପଟେ କଂଗ୍ରେସର ଅନେକ ହେଭିୱେଟ୍‌ ନେତା ନିର୍ବାଚନ ପୂର୍ବରୁ ଦଳ ଡିଆଁ ମାରିସାରିଲେଣି। ୨୦୧୪ରେ କଂଗ୍ରେସ ଟିକେଟରେ ଜଗତସିଂହପୁରରୁ ବିଧାୟକ ହୋଇଥିବା ଚିରଞ୍ଜୀବ ବିଶ୍ୱାଳ ମଧ୍ୟ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଛନ୍ତି। ଦୀର୍ଘ ଦିନ ଧରି ଦଳର ନେତୃତ୍ୱକୁ ନେଇ ସେ ଅସନ୍ତୁଷ୍ଟ ଥିଲେ। ପୂର୍ବରୁ ମଧ୍ୟ ସେ ଦଳର ନେତୃତ୍ୱଙ୍କ ବିରୋଧରେ ସମ୍ୟକ ବିଦ୍ରୋହ କରିଥିବା ଦେଖାଯାଇଥିଲା। ଚିରଞ୍ଜୀବ ଦୁଇ ଥର କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୪ରେ ସେ ତିର୍ତ୍ତୋଲ ବିଧାନସଭା ଆସନରୁ ବିଜୟୀ ହୋଇଥିଲେ। ୨୦୧୪ରେ ସେ ଜଗତସିଂହପୁର ବିଧାନସଭା ଆସନରୁ ବିଜୟୀ ହୋଇଥିଲେ।

Advertisment
Congress General Elections 2024 Santosh Singh Saluja
Advertisment
Advertisment