• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଓଡ଼ିଶା ଓ ପଶ୍ଚିମବଙ୍ଗରେ ନମ୍ବର ୱାନ୍ ପାର୍ଟି ହେବାକୁ ଯାଉଛି ବିଜେପି । ଆଗାମୀ ଲୋକସଭା ନିର୍ବାଚନକୁ ନେଇ ଏହି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଜଣାଶୁଣା ରାଜନୀତି ରଣନୀତିକାର ପ୍ରଶାନ୍ତ କିଶୋର । ଖବର ସରବରାହ ସଂସ୍ଥା ପିଟିଆଇକୁ ପ୍ରଶାନ୍ତ କିଶୋର କହିଛନ୍ତି ଯେ, ପୂର୍ବ ଭାରତରେ ବିଜେପିର ଲୋକପ୍ରିୟତା ଚରମରେ ପହଞ୍ଚିଲାଣି ।

ଆସନ୍ତା ଲୋକସଭାରେ ଏହାର ପ୍ରତିଫଳନ ଦେଖିବାକୁ ମିଳିବ । ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ବିଜେପି ନମ୍ବର ୱାନ ଦଳ ହେବାକୁ ଯାଉଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସବୁ ରଣନୀତି ବିଫଳ କରି ବିଜେପି ଆଗେଇ ଚାଲିଛି । ରାଜ୍ୟବାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିଶ୍ୱାସ କରୁଛନ୍ତି ।

ଅଧିକ ପଢ଼ନ୍ତୁ: କ୍ୟାଣ୍ଡିଡେଟ୍ ନୁହେଁ, ନବୀନଙ୍କୁ ଦେଖି ଭୋଟ୍ ଦେବାକୁ ପାଣ୍ଡିଆନଙ୍କ ଅପିଲ୍

କଂଗ୍ରେସ ଶାସିତ ରାଜ୍ୟ ତେଲେଙ୍ଗାନାରେ ମଧ୍ୟ ବିଜେପି ଭଲ ଫଳ କରିବ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି । ଦଳ ତେଲେଙ୍ଗାନାରେ ପ୍ରଥମ କିମ୍ବା ଦ୍ୱିତୀୟ ସ୍ଥାନରେ ରହିପାରେ ବୋଲି ଆକଳନ କରିଛନ୍ତି । ଏହି ଆକଳନରେ ସତ୍ୟତା ରହିଛି ବୋଲି ବିଜେପି କହିଥିବା ବେଳେ, ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।