/odishatv-khabar/media/post_attachments/uploadimage/library/16_9/16_9_0/IMAGE_1712676871.jpg)
Baijayant Panda
କେନ୍ଦ୍ରାପଡ଼ାରେ ଗତ ୫ବର୍ଷ ଧରି ଅଟକିଯାଇଛି ବିକାଶର ଧାରା। ଏହାକୁ ପୁଣି ସଚଳ କରିବାକୁ ହେବ। ତେଣୁ ଓଡ଼ିଶାରେ ଡବଲ୍ ଇଞ୍ଜିନ ସରକାର ଦରକାର। ଆଳିରେ ପ୍ରଚାରର ମଙ୍ଗ ଧରିଥିବା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଆଜି ଏଭଳି ଆହ୍ୱାନ ଦେଇଛନ୍ତି। କହିଛନ୍ତି, ତାଙ୍କ ପ୍ରତିନିଧିତ୍ୱ ବେଳେ କେନ୍ଦ୍ରାପଡ଼ାକୁ ରେଲୱେ ପହଞ୍ଚିବା ନେଇ ସବୁ ବ୍ୟବସ୍ଥା ସରିଥିଲା। ହେଲେ ସ୍ଥାନୀୟ ସମସ୍ୟା ଯୋଗୁଁ ଯେଉଁଭଳି ଶିଳ୍ପ ଦରକାର, ତାହା ହୋଇପାରିନି। ଏଥର ବିଜେପି ସାରା ଦେଶରେ ୪୦୦ ପାର୍ ଟାଗେର୍ଟ ହାସଲ କରିବ। ଏଥିରେ ଓଡ଼ିଶା ବି ସାମିଲ ହେବ ବୋଲି ଦୋହରାଇଛନ୍ତି ବୈଜୟନ୍ତ।
ଆଜି ଆଳିର ବିଲିକଣାକୁ ଗସ୍ତ କରିଥିଲେ ବୈଜୟନ୍ତ। ସେଠାରେ ପହଞ୍ଚିବା ପରେ ଶତାଧିକ ବିଜେପି କର୍ମୀ ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ଆଳି ବିଜେପି ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସମେତ ଦଳୀୟ ନେତା ଓ କର୍ମୀଙ୍କୁ ନେଇ ନିର୍ବାଚନ ରଣନୀତି ସମ୍ପର୍କରେ ବିସ୍ତୁତ ଭାବେ ଆଲୋଚନା କରିଥିଲେ ବୈଜୟନ୍ତ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)