Advertisment

ସମଦୂରତାରୁ ସିଧା ବିରୋଧୀ ! ଏଥର ଦିଲ୍ଲୀରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିବ BJD

ଲୋକସଭାରେ ସଂଖ୍ୟା ଶୂନ ପରେ ବିଜେଡିକୁ ଭରସା ରାଜ୍ୟସଭା । ଓଡ଼ିଶା ସ୍ୱାର୍ଥ ଲଢେଇ ପାଇଁ ନବୀନ ନିବାସରେ ରଣନୀତି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

Odisha Politics BJD

ଦିଲ୍ଲୀରେ ଏଥର ବିଜେଡିର ସରକାରୀ ବିରୋଧୀ ସ୍ୱର । ଲୋକସଭାର ଭରଣା ରାଜ୍ୟ ସଭାରେ କରିବ ଦଳ । ଫ୍ଲୋର୍ ନୁହେଁ ଏଥର ୱେଲ୍ ଅର୍ଥାତ ଗୃହ ମଧ୍ୟଭାଗରେ ଲଢେଇ ହେବ। ଲୋକଙ୍କ ଦାବିକୁ ଦିଲ୍ଲୀ ଦରବାରରେ ଉଠାଇ ଆସ୍ଥା ସଂସଦର ଅଧିବେସନ ଆରମ୍ଭ ହେବା ପୂର୍ବରୁ ଆଜି ୯ ରାଜ୍ୟ ସଭା ସାଂସଦଙ୍କ ସହ ବୈଠକ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ରାଜ୍ୟ ସ୍ୱାର୍ଥ ପାଇଁ ଏଥର ଦିଲ୍ଲୀରେ ପ୍ରମୁଖ ବିରୋଧୀ ଦଳ ଭାବେ କାମ କରିବାକୁ ନବୀନ ଦେଇଛନ୍ତି ଗୁରୁମନ୍ତ୍ର।

Advertisment

୨୦୨୪ ନିର୍ବାଚନ ପରେ ପ୍ରଥମ ଅଧିବେସନ ବସୁଥିବାରୁ ଦଳର ଆଭିମୁଖ୍ୟ ବେଶଗୁରୁତ୍ୱ ବହନ କରୁଛି। ଯେଉଁଥିପାଇଁ ଦଳ ଏଥର ପ୍ରଥମରୁ ହିଁ ଆଟାକିଂ ଆଭିମୁଖ୍ୟ ରଖୁଥିବା ନେଇ ବାର୍ତ୍ତା ଦେଇଛି। ଦିଲ୍ଲୀରେ ଆର୍ ପାର୍ ଲଢେଇ ପାଇଁ ପ୍ରସ୍ତୁତି କରୁଥିବା ବିଜେଡି ୯ ସାଂସଦଙ୍କୁ ଏଥିନେଇ ତୟାର କରିଛନ୍ତି ଦଳପତି ନବୀନ।

ପଢନ୍ତୁ ଏହି ଖବର: ମୁଖ୍ୟମନ୍ତ୍ରୀଙ୍କ ଖଣି ଯଚା ମନ୍ତବ୍ୟକୁ ନେଇ BJD କଲା କାଉଣ୍ଟର

ନବୀନଙ୍କ ପାଞ୍ଚ ପାଳି ଶାସନରେ ଦଳ କେବେ ଲୋକ ସଭାରେ ଖାତା ନଖୋଲିବା ସ୍ଥିତି ଉପୁଜିନଥିଲା। ୨୦୧୯ରେ ଦଳ ୧୨ ଟି ଆସନ ଲୋକ ସଭାରେ ପାଇଥିବାବେଳେ ଏଥର କିନ୍ତୁ ରାଜ୍ୟର ୨୧ ଲୋକସଭା ସିଟ୍‌ରୁ କୌଣିସି ଗୋଟିଏ ସିଟ୍‌ରେ ବି ବିଜୟୀ ହୋଇନି। ୨୦ଟି ସିଟ୍‌ରେ ବିଜେପି ଓ ଗୋଟିଏ ସିଟ୍ କଂଗ୍ରେସକୁ ଯାଇଛି। ଏଭଳିସ୍ଥଳେ ରାଜ୍ୟସଭାରେ ଥିବା ୯ ବିଜେଡି ସାଂସଦ ହିଁ ଦଳ ପାଇଁ ଦିଲ୍ଲୀରେ ଭରସା।

Advertisment

ତେବେ ଦଳ ରଖିଥିବା ମୁଦ୍ଦା କିନ୍ତୁ ପୂର୍ବଭଳି ସମାନ। ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ହୋ, ମୁଣ୍ଡାରି, ଭୁମିଜ ଭାଷାକୁ ସାମିଲ, ସବୁ ଜିଲ୍ଲାକୁ ରେଲୱେ ସଂଯୋଗୀକରଣ, କୋଲ ରୟାଲଟି ବୃଦ୍ଧି, ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣଭଳି ପୁରୁଣା ମୁଦ୍ଦାକୁ ନେଇ ଦଳ ସଂସଦରେ ସ୍ୱର ଉଠାଇବାକୁ ନବୀନ ଦେଇଛନ୍ତି ନିର୍ଦ୍ଦେଶ।

ପଢନ୍ତୁ ଏହି ଖବର: 'କିଛି ଅଣ ଓଡ଼ିଆ କେନ୍ଦୁଝରର ଗରିବ, ଆଦିବାସୀଙ୍କୁ ଲୁଟିଛନ୍ତି'

ସେପଟେ ବିଜେପି କହିଛି, ଏତେଦିନ ଧରି ବିଜେଡି କରୁଥିଲା କଣ। ହାରିବା ପରେ ଲୋକଙ୍କ ଆସ୍ଥା ଭାଜନ ପାଇଁ ବିଜେଡି ଏଭଳି ବୃଥା ପ୍ରୟାସ କରୁଛି। ରାଜନୈତିକ ସମୀକ୍ଷକଙ୍କ ମତ ହେଲା ଦୀର୍ଘ ବର୍ଷର ନୀରବତା ପରେ ଏବେ ବିଜେଡିର ବିରୋଧ ଷ୍ଟ୍ରାଟେଜି ଦଳ ପାଇଁ ବେଶ ଚାଲେଞ୍ଜିଂ ହେବ।

ଆସନ୍ତା ୨୭ରୁ ସଂସଦର ଅଧିବେସନ ଆରମ୍ଭ ହେବାକୁ ଯାଉଛି। ବିଜେଡିର ସ୍ୱର କେତେ ଶାଣିତ ହେଉଛି ଏବଂ କେତେ ଗ୍ରହଣୀୟ ହେଉଛି ରାଜ୍ୟ ବାସୀଙ୍କ ନିକଟରେ ତାଉପରେ ନଜର ।

BJD BJP Congress Parliament Opposition Odisha Politics
Advertisment
Advertisment