Advertisment

ମାଆ ତାରିଣୀ ମନ୍ଦିର ପାଇଁ ଆଉ ୫୦ କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଆଜି ନିଜ ଜନ୍ମମାଟି ଅର୍ଥାତ କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତର ପ୍ରଥମ ଦିନରେ ସେ ଘଟଗାଁ ଯାଇ ମାଆ ତାରିଣୀଙ୍କୁ ଦର୍ଶନ କରିଛନ୍ତି।

author-image
Manoranjan Behera
Maa Tarini Temple

Maa Tarini Temple

ନିଜ ମାଟିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଘଟଗାଁ ମାଆ ତାରିଣୀ ମନ୍ଦିର ପାଇଁ ଆଉ ୫୦ କୋଟି ଘୋଷଣା। ଆଜି ନିଜ ଜନ୍ମମାଟି ଅର୍ଥାତ କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତର ପ୍ରଥମ ଦିନରେ ସେ ଘଟଗାଁ ଯାଇ ମାଆ ତାରିଣୀଙ୍କୁ ଦର୍ଶନ କରିଛନ୍ତି।

Advertisment

ମାଆଙ୍କ ଦର୍ଶନ ପରେ ମନ୍ଦିରର ଉନ୍ନତି ପାଇଁ ଆଉ ୫୦ କୋଟି ଟଙ୍କା ଘୋଷଣା କରିଛନ୍ତି ସିଏମ୍। ‘ଏବେ ୫୦ କୋଟିର କାମ ଚାଲିଛି, ଆଉ ୫୦ କୋଟି ମନ୍ଦିରର ସୌନ୍ଦର୍ଯ୍ୟକରଣରେ ଲାଗିବ’। ଏହାସହ ତାରିଣୀ ପୀଠକୁ ଜାତୀୟ ମାନ୍ୟତା ପାଇଁ କେନ୍ଦ୍ରକୁ ଅନୁରୋଧ କରିବୁ ବୋଲି ସେ ଦୋହରାଇଥିଲେ।

ଘଟଗାଁ ହେଲିପ୍ୟାଡ୍‌ରେ ପହଞ୍ଚିବା ପରେ ସେଠୁ ବିଶାଳ ରୋଡ୍ ଶୋ’ରେ ଯାଇଥିଲେ ମୁଖ୍ୟମନ୍ତ୍ରୀ। ପରେ ଖୋଦ୍ ନିଜେ ଭୋଗ କିଣି ମାଆଙ୍କ ପାଖରେ ଲାଗି କରିଥିଲେ। ଏହାପରେ ଆଜି ମୁଖ୍ୟମନ୍ତ୍ରୀ କେନ୍ଦୁଝର ବଳଦେବ ଜୀଉଙ୍କୁ ଦର୍ଶନ କରିବେ। ପରେ କେନ୍ଦୁଝରରେ ରୋଡ୍ ଶୋ’ ଓ ସାଧାରଣ ସଭାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ନିଜ ଗାଁ ରାଇକଳାକୁ ଯିବେ ସିଏମ୍, ସେଠି ନିଜ ଘରେ ମଧ୍ୟାହ୍ନ ଭୋଜନ କରିବେ। ସାଧାରଣ ଜନତାଙ୍କ ସହ ଆଲୋଚନା କରିବେ।

Advertisment

Odisha CM Mohan Majhi Maa Tarini Temple
Advertisment
Advertisment