Advertisment

ଆଜିଠୁ ଅଷ୍ଟାଦଶ ଲୋକସଭାର ସ୍ୱତନ୍ତ୍ର ଅଧିବେଶନ; ଶପଥ ନେବେ ମୋଦିଙ୍କ ସମେତ ନବନିର୍ବାଚିତ ସାଂସଦ

ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ସାଂସଦଙ୍କ ଶପଥପାଠ କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଆଜି ସକାଳ ପ୍ରାୟ ସାଢେ ୯ଟାରେ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବଙ୍କୁ ରାଷ୍ଟ୍ରପତି ଭବନରେ ଶପଥପାଠ କରାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

author-image
Sonali Ojha
ଅଦ୍ୟତନ ହୋଇଛି
First session of 18th Lok Sabha

First session of 18th Lok Sabha

ଆଜିଠୁ ଆରମ୍ଭ ହେଉଛି ଅଷ୍ଟାଦଶ ଲୋକସଭାର ସ୍ବତନ୍ତ୍ର ଅଧିବେଶନ। ତିନି ଦିନିଆ ସ୍ବତନ୍ତ୍ର ଅଧିବେଶନର ପ୍ରଥମ ଦିନରେ ନବନିର୍ବାଚିତ ସାଂସଦମାନେ ଶପଥ ଗ୍ରହଣ କରିବେ। ଗୃହରେ ନବନିର୍ବାଚିତ ସାଂସଦଙ୍କୁ ଶପଥପାଠ କରାଇବେ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ।ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ନେବେ। ପରେ କ୍ୟାବିନେଟ୍ ମନ୍ତ୍ରୀ ଏବଂ ଅନ୍ୟ ନିର୍ବାଚିତ ସାଂସଦ ମାନେ ଶପଥ ଗ୍ରହଣ କରିବେ।

Advertisment

ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ସାଂସଦଙ୍କ ଶପଥପାଠ କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଆଜି ସକାଳ ପ୍ରାୟ ସାଢେ ୯ଟାରେ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବଙ୍କୁ ରାଷ୍ଟ୍ରପତି ଭବନରେ ଶପଥପାଠ କରାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଜୁନ୍ ୨୬ ତାରିଖରେ ନୂଆ ବାଚସ୍ପତି ନିର୍ବାଚିତ ହେବେ। ୨୭ ତାରିଖରେ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଚଳିତ ନିର୍ବାଚନ ପରେ ଏହା ସଂସଦର ପ୍ରଥମ ଅଧିବେଶନ।

ଅଧିକ ପଢ଼ନ୍ତୁ: କିଏ ହେବେ କଂଗ୍ରେସ ବିଧାୟକ ଦଳ ନେତା ? ହାଇକମାଣ୍ଡଙ୍କୁ ଭେଟିଲେ ୬ ବିଧାୟକ

Advertisment

ଏହାପୂର୍ବରୁ ବିଜେପି ସାଂସଦମାନେ ଗତକାଲି ଦିଲ୍ଲୀ ଯାତ୍ରା କରିଛନ୍ତି। ପ୍ରାୟ ୨୬ ବର୍ଷ ପରେ ୧୮ତମ ଲୋକସଭା କାଳରେ ସଂସଦରେ ଓଡ଼ିଶାର ରାଜନୈତିକ ଚିତ୍ର ବଦଳିଯାଇଛି। ଲୋକସଭାରେ ବିଜୁ ଜନତା ଦଳ ପ୍ରଥମ ଥର ପ୍ରତିନିଧିତ୍ୱ ଶୂନ୍ୟ ହୋଇଯାଇଛି। ଲୋକସଭାକୁ ବିଜେପିର ୨୦ ଜଣ ଏବଂ କଂଗ୍ରେସର ଜଣେ ସାଂସଦ ବିଜୟୀ ହୋଇଛନ୍ତି।

ଏପଟେ ସୂଚନା ଅନୁଯାୟୀ, ଇଣ୍ଡି ମେଣ୍ଟର ନବ ନିର୍ବାଚିତ ସାଂସଦ ଶପଥପାଠ ଉତ୍ସବକୁ ବିରୋଧ କରୁଛନ୍ତି । ଗୃହରେ ପରମ୍ପରା ଭଙ୍ଗାଯାଇଥିବା ଅଭିଯୋଗ କରିଛି କଂଗ୍ରେସ। ୮ ଥରର ସାଂସଦ କଂଗ୍ରେସର କେ.ସୁରେଶଙ୍କ ବଦଳରେ ୭ଥର ସାଂସଦ ହୋଇଥିବା ଭର୍ତ୍ତୃହରି ମହତାବଙ୍କୁ କାମଚଳା ବାଚସ୍ପତି କରାଯାଇଥବାରୁ ପ୍ରଶ୍ନ ଉଠାଇଛି କଂଗ୍ରେସ ।

Lok Sabha PM Narendra Modi Parliament Session
Advertisment
Advertisment