Advertisment

ବବିଙ୍କ କ୍ୱାର୍ଟର୍ସରେ GA ଅଧିକାରୀ, କହିଲେ ବେଆଇନ ନିର୍ମାଣ ହୋଇଥିଲେ କାର୍ଯ୍ୟାନୁଷ୍ଠାନ

ଲୁଚି ଛପି କିଛି ବ୍ୟକ୍ତି ଏହି କ୍ବାର୍ଟର୍ସ ଭିତରେ ହୋଇଥିବା ନିର୍ମାଣକୁ ଭାଙ୍ଗିବାରେ ଲାଗିଛନ୍ତି। ତେବେ କାହିଁକି ଓ କିଏ ଏହାକୁ ଭାଙ୍ଗୁଛି ସେଥିପାଇଁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Boby Das Quarters Demolition Updates

Boby Das Quarters

ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ କ୍ୱାର୍ଟର୍ସରେ ଜିଏ ଅଧିକାରୀ । ଜିଏ ବିଭାଗର ୩ ଅଧିକାରୀ ବବିଙ୍କ କ୍ୱାର୍ଟର୍ସ ଭିତରକୁ ଗଲେ । ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ଭିତରେ ବୁଲିଲେ ଜିଏ ଅଧିକାରୀ । ବବିଙ୍କ କ୍ୱାର୍ଟର୍ସ ଭିତରେ ନିର୍ମାଣ ଭଙ୍ଗାକୁ ନେଇ ବିବାଦ ଦେଖାଦେଇଛି । କାହିଁକି ନିର୍ମାଣ ହୋଇଥିଲା ଏବଂ କାହିଁକି ଭଙ୍ଗାଯାଉଛି, ତାକୁ ନେଇ ଚର୍ଚ୍ଚା । 

Advertisment

ବବିଙ୍କ କ୍ବାର୍ଟର୍ସ ଦେଖିବା ପରେ ଜିଏ ଅଧିକାରୀ ଦେଇଛନ୍ତି ବଡ଼ ସୂଚନା । ନିର୍ମାଣ ପାଇଁ ଅନୁମତି ନଥିଲେ କାର୍ଯ୍ୟାନୁଷ୍ଠାନ ହେବ କହିଛନ୍ତି ଅଧିକାରୀ । ମୂଳ କ୍ୱାର୍ଟର୍ସ ଯାହା ଯେମିତି ଥିଲା, ସେମିତି ରହିଛି । କିନ୍ତୁ କ୍ୱାର୍ଟର୍ସ ପରିସରରେ ଦୁଇଟି ବଡ଼ କୋଠା ନିର୍ମାଣ କରାଯାଇଛି । ପ୍ରାୟ ୨ ହଜାର ବର୍ଗଫୁଟର ଷ୍ଟିଲ ଷ୍ଟ୍ରକଚର ନିର୍ମାଣ କରାଯାଇଛି । ନିର୍ମାଣ କରାଯାଇଥିବା ଏହି ଷ୍ଟ୍ରକଚର ଦୁଇଟି ଭଙ୍ଗାଯାଇଛି । ଏନିର୍ମାଣ ପାଇଁ ଅନୁମତି ଦିଆଯାଇଥିଲା କି ନାହିଁ ତଦନ୍ତ ହେବ । ଯଦି ନିର୍ମାଣ ବେଆଇନ ହୋଇଥିବ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଛନ୍ତି GA ଅଧିକାରୀ।

ଅଧିକ ପଢ଼ନ୍ତୁ: ଘର ଭାଙ୍ଗିବା ପରେ ମୁହଁ ଖୋଲିଲେ ବବି: ‘ସେଠି ସେଭଳି କୌଣସି ବିରାଟ ନିର୍ମାଣ କାର୍ଯ୍ୟ ହୋଇନି’

Advertisment

ସୂଚନାଯୋଗ୍ୟ, ଭଙ୍ଗା ଚାଲିଛି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଓରଫ୍ ବବି ଦାସଙ୍କ ସରକାରୀ କ୍ବାର୍ଟର୍ସ। ଏଭଳି ଖବର ପରେ ସାଧାରଣ ପ୍ରଶାସନର ଏକ ଟିମ୍ ବବି ଦାସଙ୍କ ଘରେ ପହଞ୍ଚିଥିଲା । ପୋଲିସ ପ୍ରଶାସନ ମଧ୍ୟ ବବି ଦାସଙ୍କ ଘରେ ପହଞ୍ଚିଥିଲା । ଭୁବନେଶ୍ବର ସ୍ଥିତ ସରକାରୀ ଆବାସ ଭିତରେ ଥିଲା ବିଶାଳ ଆଲିଶାନ୍ ବଙ୍ଗଳା। ସେଠି ଥିଲା ତିନି ମହଲା କୋଠା, ଅଣ୍ଡର ଗ୍ରାଉଣ୍ଡ୍ ଘର, ସୁଇମିଂ ପୁଲ୍, ରୁଫ୍ ଟପ୍ କଟେଜ୍। ଆଉ ଏସବୁକୁ ଏବେ ଭଙ୍ଗା ଯାଉଛି।

ଲୁଚି ଛପି କିଛି ବ୍ୟକ୍ତି ଏହି କ୍ବାର୍ଟର୍ସ ଭିତରେ ହୋଇଥିବା ନିର୍ମାଣକୁ ଭାଙ୍ଗିବାରେ ଲାଗିଛନ୍ତି। ତେବେ କାହିଁକି ଓ କିଏ ଏହାକୁ ଭାଙ୍ଗୁଛି ସେଥିପାଇଁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି।

ଅଧିକ ପଢ଼ନ୍ତୁ: ମହାଘୋଟାଲା ପାଇଁ ଚାଲିଛି କି ମସୁଧା!! ଧାନ ସଂଗ୍ରହ ନାଁରେ ଦୁର୍ନୀତି ଷଡ଼ଯନ୍ତ୍ରର ଗନ୍ଧ

ସେପଟେ ସରକାରୀ କ୍ବାର୍ଟର୍ସ ପରିସରରେ ଭଙ୍ଗାରୁଜା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ତଥା ବବି ଦାସ । ସେ କହିଛନ୍ତି, ଏହା ଏକ ସରକାରୀ କ୍ବାର୍ଟର୍ସ । ଯେଭଳି ନିଆଯାଇଥାଏ, ସେଭଳି ଫେରାଯାଇଥାଏ । ସେହି ଅନୁଯାୟୀ ମୁଁ ତିଆରି କରିକି ଫେରାଇଦେବି । ରାଜ୍ୟର ବିଭିନ୍ନ ନେତା ଓ କର୍ମୀଙ୍କ ବସିବା ପାଇଁ ଅସ୍ଥାୟୀ ଭାବେ ଏକ ଏକ୍ସଟେନସନ କରାଯାଇଥିଲା। ସେଭଳି କୌଣସି ବିରାଟ ନିର୍ମାଣ କାମ କରାଯାଇନାହିଁ । ସାଧାରଣ ପ୍ରଶାସନ ବିଭାଗ ଅଧିକାରୀ ମଧ୍ୟ ଆସିଥିଲେ। କହିଛି ଠିକ୍ ସମୟରେ କ୍ବାର୍ଟର୍ସ ଛାଡ଼ିବି।

ଅଧିକ ପଢ଼ନ୍ତୁ: ରାଜଧାନୀରେ ୧୦ ଏକର ଜମିକୁ ୨୫ ଲକ୍ଷ ! ଜଙ୍ଗଲ ଜମି ହାତେଇଛି KISS...

BJD Odisha Politics Pranab Prakash Das Bobby Das Illegal Construction
Advertisment
Advertisment